29.1 C
Bhubaneswar
Thursday, May 9, 2024
Homeଓଡିଶାଚାରିଦ୍ୱାର ନଖୋଲି ବିଜେଡି ସରକାର ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତଙ୍କୁ ଯନ୍ତ୍ରଣା ଦେଉଛନ୍ତି: ଅନିଲ ବିଶ୍ୱାଳ

ଚାରିଦ୍ୱାର ନଖୋଲି ବିଜେଡି ସରକାର ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତଙ୍କୁ ଯନ୍ତ୍ରଣା ଦେଉଛନ୍ତି: ଅନିଲ ବିଶ୍ୱାଳ

 ରାଜ୍ୟ ସରକାର ଷଡଯନ୍ତ୍ର କରିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରକୁ ଭକ୍ତମାନେ ନ ଆସନ୍ତୁ ବୋଲି

 ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ଯଦି ଚାରିଦ୍ୱାର ନ ଖୋଲନ୍ତି ତାହାଲେ ଭାରତୀୟ ଜନତା ପାର୍ଟି ଏନେଇ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେବ
 ବିଜେଡି ସରକାରର ଜଗନ୍ନାଥ ସଂସ୍କୃତି ବିରୋଧୀ କାର୍ଯ୍ୟକଳାପ କଥା ସମସ୍ତେ ଜାଣିଛନ୍ତି
 ବିଜେଡି ସରକାର ସମୟରେ ରତ୍ନଭଣ୍ଡାର ଳୁଟ୍‌, ଶ୍ରୀମନ୍ଦିରରେ ଉଷୁନା ଚାଉଳ ଭୋଗ, ଜଗନ୍ନାଥଙ୍କୁ ଭିକାରୀ ସଜାଇବାର ମହାପାପ, ରଥଯାତ୍ରା ବନ୍ଦ କରିବାର ଷଡଯନ୍ତ୍ର ହୋଇଛି

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ଚାରି ଦ୍ୱାରର ଧାର୍ମିକ ମହତ୍ୱ ରହିଛି । କେବଳ ସେତିକି ନୁହେଁ ସେହି ଚାରି ଦ୍ୱାର ସଂପୂର୍ଣ୍ଣ ଖୋଲା ରହିଲେ ଭକ୍ତମାନେ ସୁରୁଖୁରୁରେ ଜଗା ଦର୍ଶନ କରିପାରନ୍ତେ । କିନ୍ତୁ ଓଡ଼ିଶାରେ ଶାସନରେ ଥିବା ବିଜେଡିର ହିନ୍ଦୁ ବିରୋଧୀ ସରକାର ଚାହାନ୍ତି ନାହିଁ ଯେ, ଜଗା ଦର୍ଶନ ସୁରୁଖୁରୁରେ ହେଉ । ଆମର ପୂର୍ବପୁରୁଷମାନେ ଶ୍ରୀମନ୍ଦିର ନିର୍ମାଣବେଳେ ମହତ୍ୱ ଉଦ୍ଦେଶ୍ୟ ନେଇ ଚାରି ଦ୍ୱାର ନିର୍ମାଣ କରିଥିଲେ । କେଉଁ ଅଜଣା କାରଣ ପାଇଁ ରାଜ୍ୟ ସରକାର ୪ଦ୍ୱାର ଖୋଲୁ ନାହାନ୍ତି, ତାହା ବଡ ଚିନ୍ତାଜନକ । କେବଳ ସିଂହଦ୍ୱାର ପଟେ ପ୍ରବେଶ ଅନୁମତି ରହୁଥିବାରୁ ସେଠାରେ ନାହିଁ ନଥିବା ଭିଡ ରହୁଛି । ଡହ ଡହ ଖରାରେ ମହାବାହୁ ଜଗନ୍ନାଥଙ୍କ ଭକ୍ତମାନେ ସିଂହଦ୍ୱାର ସମ୍ମୁଖରେ ଯନ୍ତ୍ରଣା ଭୋଗୁଛନ୍ତି । ରାଜ୍ୟ ସରକାରଙ୍କ ପ୍ରୟୋଜନାରେ ହୋଇଥିବା ଏହି ଭକ୍ତଙ୍କ ପାଦଚଲା ଯନ୍ତ୍ରଣା ବଡ କଷ୍ଟଦାୟକ । ସାରା ଓଡ଼ିଶା ସମେତ ରାଜ୍ୟ ବାହାରୁ ଆସୁଥିବା ଲକ୍ଷ ଲକ୍ଷ ଜଗନ୍ନାଥ ଭକ୍ତମାନେ ରାଜ୍ୟ ସରକାରଙ୍କ ଭୁଲ୍ ନିଷ୍ପତି ପାଇଁ ଦଣ୍ଡ ପାଉଛନ୍ତି । ଜଗନ୍ନାଥ ମନ୍ଦିର ପରମ୍ପରା ଓ ପରିଚାଳନାର ଜ୍ଞାନ ନଥିବା ଲୋକମାନେ ଆଜି ବିଜେଡି ସରକାରରେ ସର୍ବେସର୍ବା ହୋଇଥିବାରୁ ସମସ୍ତ ବିଭ୍ରାଟ ଘଟୁଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି ।
ରାଜ୍ୟ ସରକାର କହିଥିଲେ ପରିକ୍ରମା ପ୍ରକଳ୍ପ ସରିବା ପରେ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବେ ବୋଲି କିନ୍ତୁ ତାହା କଲେ ନାହିଁ । ବିଜେଡି ସରକାର ନିଜକୁ ଜଗନ୍ନାଥ ମନ୍ଦିରର ମାଲିକ ଭାବୁଛନ୍ତି କି? ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ସାରା ବିଶ୍ୱର ମାଲିକ । ମହାପ୍ରଭୁ ଜଗନ୍ନାଥଙ୍କର ଭକ୍ତମାନେ ହେଉଛନ୍ତି ପ୍ରିୟ । କିନ୍ତୁ ରାଜ୍ୟ ସରକାରଙ୍କର ହିନ୍ଦୁ ଓ ଜଗନ୍ନାଥ ବିରୋଧୀ ମାନସିକତା ପାଇଁ ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତମାନେ ସୁରୁଖୁରୁରେ ଦର୍ଶନ ମଧ୍ୟ କରିପାରୁନାହାନ୍ତି । ଲାଗୁଛି ଯେମିତି ରାଜ୍ୟ ସରକାର ଷଡଯନ୍ତ୍ର କରିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରକୁ ଭକ୍ତମାନେ ନଆସନ୍ତୁ ବୋଲି । ଏଭଳି ହିନ୍ଦୁ ବିରୋଧୀ ଦଳର ସରକାରକୁ ଓଡ଼ିଶାର ଲୋକ ଏଥର ଉଚିତ ଜବାବ ଦେବେ । ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ଯଦି ଚାରିଦ୍ୱାର ନ ଖୋଲନ୍ତି ତାହାଲେ ଭାରତୀୟ ଜନତା ପାର୍ଟି ଏନେଇ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଆଗରୁ ବିଜେଡି ସରକାରର ଜଗନ୍ନାଥ ସଂସ୍କୃତି ବିରୋଧୀ କାର୍ଯ୍ୟକଳାପ କଥା ସମସ୍ତେ ଜାଣିଛନ୍ତି । ନିଜର ଭୋଟ ପାଇଁ ବିଜେଡି ସରକାର ଜଗନ୍ନାଥ ମହାପ୍ରଭୁଙ୍କୁ ଭିକାରୀ ସଜାଇଥିଲେ । କେବଳ ସେତିକି ନୁହେଁ ଶ୍ରୀମନ୍ଦିର ଭିତରେ ଉଷୁନା ଚାଉଳ ପୂରାଇ ଭୋଗ ଲଗାଇବାର ମହାପାପ କରିଥିଲେ । ଆଜିବି ଓଡ଼ିଶା ଲୋକ ପ୍ରଶ୍ନ କରୁଛନ୍ତି ଯେ, ପରିକ୍ରମା ପ୍ରକଳ୍ପ ସମୟରେ ସେମାନେ ଦେଇଥିବା ଦାନ ଟଙ୍କା କିଏ ଚଳୁ କଲା? କୋଭିଡ ସମୟରେ ରଥଯାତ୍ରା ବନ୍ଦ କରିବା ପାଇଁ ବିଜେଡି ସରକାର ଅଦାଲତରେ ସତ୍ୟପାଠ ଦେଇଥିଲା । ନବୀନ ବାବୁଙ୍କ ୨୪ବର୍ଷ ସରକାର ସମୟରେ ରତ୍ନଭଣ୍ଡାର ଲୁଟ୍ ହୋଇଛି, ସ୍ୱର୍ଗଦ୍ୱାର ଜମି, ଅମୃତମଣୋହି ଜମି ହଡପ ହୋଇଛି । ରୂପାନ୍ତରିକରଣ ନାଁରେ ମଠ, ମନ୍ଦିର ଉପରେ ବୁଲଡୋଜର ଚଢ଼ା ଗଲା । ଏବେ ଚାରି ଦ୍ୱାରକୁ ବନ୍ଦ କରି ଭକ୍ତମାନଙ୍କୁ ଯନ୍ତ୍ରଣା ଦେଉଛନ୍ତି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking