37.1 C
Bhubaneswar
Thursday, March 28, 2024
Homeଓଡିଶାରାଜ୍ୟରେ ଆଜି ୬,୫୯୯ କରୋନା ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ରାଜ୍ୟରେ ଆଜି ୬,୫୯୯ କରୋନା ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ଓଡ଼ିଶାରେ ପୁଣି ୬ ହଜାର ଉପରକୁ ଡେଇଁଛି କରୋନା ସଂକ୍ରମଣ । ରାଜ୍ୟରେ ବଢ଼ିଚାଲିଛି ସଂକ୍ରମଣ । ଗତକାଲି ରାଜ୍ୟରେ ଆଜି ୬୧୧୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ପୁଣି ୬୫୯୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୮୨୭ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ଅଛନ୍ତି ୨୭୭୨ଜଣ । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ ୧୪ ହଜାର ୫୬କୁ ବୃଦ୍ଧି ପାଇଛି । ତେବେ ଗତକାଲି ଭଳି ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୮ ନୂଆ ଆକ୍ରାନ୍ତ ରହିଛନ୍ତି।

ନୂଆପଡ଼ାରେ ୫୫୧, କଳାହଣ୍ଡି ୫୧୮, କଟକରୁ ୪୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡ଼ା ୪୩୬, ସୁନ୍ଦରଗଡ଼ ୪୩୪, ଗଞ୍ଜାମ ୩୨୩, ଯାଜପୁର ୨୩୭, ସମ୍ବଲପୁର ୨୨୬, ନବରଙ୍ଗପୁର ୨୨୧, ବରଗଡ଼ ୨୦୩, ମୟୂରଭଞ୍ଜ- ୧୮୦, କେନ୍ଦୁଝର- ୧୬୬, ପୁରୀ- ୧୪୫, ବାଲେଶ୍ୱର- ୧୩୭ ସୁବର୍ଣ୍ଣପୁର- ୧୨୯, ରାୟଗଡ଼ା- ୧୧୭, ବଲାଙ୍ଗିର- ୯୮, ଜଗତସିଂହପୁର- ୯୩ ନୟାଗଡ଼- ୯୧, ଭଦ୍ରକ- ୮୭, ଗଜପତି- ୮୧, ବୌଦ୍ଧ- ୭୦ କୋରାପୁଟ- ୬୯, କେନ୍ଦ୍ରାପଡା ଓ ଦେବଗଡ଼ରୁ ୩୮ ଲେଖାଏଁ କନ୍ଧମାଳ- ୩୫, ମାଲକାନଗିରି- ୨୨, ଢେଙ୍କାନାଳରୁ ୨୦ ଚିହ୍ନଟ ସହ ଷ୍ଟେଟପୁଲରୁ ୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking