28.1 C
Bhubaneswar
Saturday, April 27, 2024
Homeଓଡିଶାଦିବାଲୋକରେ ଚାଲିଛି ବେଆଇନ ମୋରମ୍ ଚାଲାଣ

ଦିବାଲୋକରେ ଚାଲିଛି ବେଆଇନ ମୋରମ୍ ଚାଲାଣ

ଢେଙ୍କାନାଳ : ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ରୋକିବା ନେଇ ରାଜ୍ୟସରକାର ଓ ଜିଳ୍ଲା ପ୍ରଶାସନର କଡା ନିର୍ଦେଶ ସତ୍ୱେ ମଧ୍ୟ ବେଆଇନ ଭାବେ ଚାଲିଛି ମୋରମ ଚାଲାଣ । ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସୋଗରପଶି ପଂଚାୟତର ସୋଗରପଶି ଓ ଦାମଦରନାଳି ମଧ୍ୟରେ ଥିବା ଆମ୍ବ ପଡିଆ ନିକଟରୁ ବେଆଇନ ଭାବେ ଦିବାଲୋକରେ ମୋରମ ଚାଲାଣ ହେଉଥିବା ଦେଖିବାକୁ ମିଳିଛି।
କିଛି ଅସାଧୁ ସରକାରୀ କର୍ମଚାରୀ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ନିୟୋଜିତ ଠିକାଦାର ମାନଙ୍କ ସଲାସୁତରାରେ ବେଆଇନ ଭାବେ କୋଟି କୋଟି ଟଙ୍କାର ମୋରମ ଚାଲାଣ କରାଯାଉଛି । ରାଜସ୍ୱ ଅଧିକାରୀ ସବୁ ଦେଖି ମଧ୍ୟ ନଦେଖିଲା ଭଳି ଅଭିନୟ କରିବା ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରୁଛି । ଗ୍ରାମାଂଚଳର ବିକାଶ ନିମନ୍ତେ ସରକାରଙ୍କ ତରଫରୁ ବହୁ ପ୍ରକଳ୍ପ ମଞ୍ଜୁର କରାଯାଉଥିବା ବେଳେ ପ୍ରକଳ୍ପ ପାଇଁ ମୋରମ ଦରକାର ପଡୁଛି ।

ଜେସିବି ଓ ଟ୍ରାକ୍ଟର ଯୋଗେ ଦୈନିକ ଶହ ଶହ ଟ୍ରିପ୍ ମୋରମ ଚାଲାଣ କରାଯାଉଥିବା ଦେଖିବାକୁ ମିଳୁଛି । ବେଆଇନ ଭାବେ ମୋରମ ଉତୋଳନକୁ ନେଇ ସ୍ଥାନୀୟ ଲୋକେ ବିରୋଧ କଲେ ମଧ୍ୟ ଶୁଣୁ ନଥିବା କହୁଛନ୍ତି । ବିଳମ୍ବିତ ରାତ୍ରିରେ ବେଆଇନ ଭାବେ ଏପରି କାମ ହେଉଥିବା କୁହାଯାଉଛି । ସ୍ଥାନୀୟ ଗ୍ରାମର କେତକ ପ୍ରଭାବଶାଳୀ ଲୋକଙ୍କୁ ଠିକା ସଂସ୍ଥାର କର୍ମଚାରୀ ଅଧିକାରୀଙ୍କ ଅବଗତ କରାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି । ଠିକା ସଂସ୍ଥା କୋଟି କୋଟି ଟଙ୍କାର ରାଜସ୍ୱ ଫାଙ୍କି ମୋରମ୍ ଉତୋଳନ କରିବାରେ ଲାଗିଛି । ମାତ୍ର ସ୍ଥାନୀୟ ପ୍ରଶାସନ ଅଧିକାରୀ ଠିକା ସଂସ୍ଥାକୁ ପ୍ରଶୟ ଦେଉଥିବା ସାଧାରଣରେ ଦାବୀ ହେଉଛି ।

ଢେଙ୍କାନାଳ ସଦର ତହସିଲଦାର ପକ୍ଷରୁ ଏନେଇ ମୋରମ ଉତୋଳନ କରିବା ପାଇଁ କୌଣସି ଲିଜ୍ ଦିଆଯାଇନଥିବା ଅଧିକାରୀ କହିଛନ୍ତି। ତେବେ ସ୍ଥାନୀୟ ପ୍ରଶାସନ କାହିଁକି ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଯାହାକୁ ନେଇ ସାଧାରଣରେ ନାନା ପ୍ରଶ୍ନ ଉଙ୍କି ମାରୁଛି । ତେବେ ଏହାର ପୁଙ୍ଖାନୁପୁଙ୍ଖ ଭାବେ ଯାଂଚ କରାଯାଇ ସ୍ଥାନୀୟ ଅଚଂଳରେ ନିୟୋଜିତ ଥିବା ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking