28.1 C
Bhubaneswar
Sunday, April 28, 2024
Homeଓଡିଶାଆଜିଠାରୁ ବିିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା

ଆଜିଠାରୁ ବିିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା

ଢେଙ୍କାନାଳ : ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମହିମା ଗାଦିର ୧୪୮ତମ ବାର୍ଷିକ ପୁର୍ଣ୍ଣିମା ଉତ୍ସବ ଆଜିଠାରୁ ପାଳିତ ହେବାକୁ ଯାଉଛି । ଇତି ମଧ୍ୟରେ ସାରା ବିଶ୍ୱ କରୋନା ମହାମାରୀରେ ଘାଣ୍ଟି ହେଉଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ କେବଳ ସ୍ଥାନୀୟ ଅଂଚଳର ସାଧୁସନ୍ଥ ଓ ଶ୍ରଦ୍ଧାଳୁମାନଙ୍କୁ ନେଇ ପ୍ରଭୁଙ୍କର ମାଘବ୍ରତ ପାଳିତ ହେଉଛି । ଗାଦି ଉପାସନା ପୀଠଗୁଡିକରେ ପ୍ରଭୁଙ୍କର ରୀତିନୀତି ସମ୍ପନ୍ନ ହେବ । ଆଜି ସଂଧ୍ୟା ୫ଟା ୪୦ ମିନିଟ୍ ସମୟରେ ଝାଡଦୀପ ଜଳିବ । ଏ ସଂପର୍କରେ ବକ୍କଳଧାରୀ ସଭା ମଣ୍ଡପଠାରେ ସଭାପତି ପବିତ୍ର ମୋହନ ବାବା କହିଥିଲେ ।

ମହିମାଧର୍ମର ପ୍ରମୁଖ ପୀଠସ୍ଥଳୀ ଯୋରନ୍ଦା ମହିମାଗାଦୀରେ ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ସିମିତ ସାଧୁସନ୍ଥଙ୍କୁ ନେଇ ଆଜି ଠାରୁ ପ୍ରାୟ ୩ ଦିନ ଧରି ପାଳିତ ହେଉଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘମେଳା । ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ମେଳାରେ ସୀମିତ ସଂଖ୍ୟକ ସାଧୁ ସନ୍ଥଙ୍କୁ ନେଇ ସମସ୍ତ ପରମ୍ପରା ଓ ରୀତିନୀତି ମଧ୍ୟରେ ମେଳା ଅନୁଷ୍ଠିତ ହେଉଛି । ମାତ୍ର ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଉଥିବା ନେଇ ସରକାରଙ୍କ ନିର୍ଦେଶନାମା ଅନୁଯାୟୀ କୋଭିଡ୍ ନିୟମାବଳୀ ଅନୁପାଳନ ପୂର୍ବକ ଚଳିତ ବର୍ଷ, ଯୋରନ୍ଦା ମାଘ ମେଳାକୁ ରାଜ୍ୟ ତଥା ଜିଲ୍ଲା ବାହାରୁ ଆସୁଥିବା ସାଧୁ , ସନ୍ଥ ଏବଂ ଜନସାଧାରଣ ମାନଙ୍କୁ ବାରଣ କରାଯାଇଛି । ଚିଳିତ ବର୍ଷ ଗାଦିମନ୍ଦିର ମଧ୍ୟକୁ ସାଧାରଣ ଲୋକଙ୍କୁ ପ୍ରବେଶ କରିବାକୁ ବାରଣ କରାଯାଇଛି ।

ଏଥିସହ ଯେ କୈାଣସି ସମସ୍ତ ପ୍ରକାର ଆଇନ ଶୃଙ୍ଖଳାର ପରିସ୍ଥିତି ଏଡାଇବା ଲାଗି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ସେହିପରି ଟ୍ରାଫିକ୍ ନିୟନ୍ତ୍ରଣ, ଯାନବାହାନ ପାର୍କଂ ଉପରେ ଗୁରୁତ୍ୱ ଦିଆଯାଇଛି । ମେଳା ପରିସରରେ କିଭଳି ଭାବେ ସମସ୍ତ ସାଧୁସନ୍ଥ ମାନେ ମାସ୍କ ବ୍ୟବହାର କରିବା, ସାନିଟାଇଜର ବ୍ୟବହାର ଓ ସାମାଜିକ ଦୁରତା ରକ୍ଷା କରିବା ନେଇ ପରାମର୍ଶ ଦେଇଛନ୍ତି । ମାତ୍ର ଜିଲ୍ଲାପାଳ ଶ୍ରୀଯୁକ୍ତ ଭୁମେଶ ଚନ୍ଦ୍ର ବେହେରା, ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସାଫଲ୍ୟ ମଣ୍ଡିତ ପ୍ରଧାନ ପ୍ରମୁଖ ମେଳା ନିମନ୍ତେ ପ୍ରମୁଖ ଗାଦିମନ୍ଦିର ପରିସରରେ ତଦାରଖ କରିଛନ୍ତି ।

ଏହି ମେଳାରେ ଜନଗହଳି ନହେବା ପାଇଁ କୈଣସି ଦୋଳି, ଦୋକାନ, ଅପରୋ, କଣ୍ଢେଇ ନାଚ, ସିନେମା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇନାହିଁ । ମେଳାକୁ ଆସୁଥିବା ଶ୍ରଦ୍ଧାଳୁ ମାନେ ମାସ୍କ ବ୍ୟବହାର, ସାମାଜିକ ଦୁରତା ରକ୍ଷା ଏବଂ ପରିଷ୍କାର ପରିଛନତା ଉପରେ ବଶେଷ ଗୁରୁତ୍ୱ ଦେବା ପରାମର୍ଶ ଦିଆଯାଇଛି । ଜିଲ୍ଲାବାସୀଙ୍କ ଜନଜୀବନକୁ ପ୍ରାଧାନ୍ୟ ଦେଇ ସମସ୍ତ କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବେ କରିବା ପାଇଁ ପରାମର୍ଶ ଦେଇଛନ୍ତି । ମାତ୍ର ସ୍ଥାନୀୟ ଦୋକାନୀ ଓ ମେଳାର ଅସ୍ଥାୟୀ ଦୋକାନୀମାନଙ୍କୁ କୋଭିଡ ରିପୋର୍ଟ ପାଖରେ ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିର୍ଦେଶ ଦିଆଯାଇଛି । ଆଜିଠାରୁ ଭକ୍ତ, ସାଧୁସନ୍ଥ ମାନେ କଡା ସୁରକ୍ଷା ମଧ୍ୟରେ ଗାଦି ମନ୍ଦିର ମଧ୍ୟକୁ ପ୍ରବେଶ କରିବେ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ଶୁନ୍ୟ ମନ୍ଦିର ବେଢାରେ ୫୦ ଜଣ ଶ୍ରଦ୍ଧାଳୁଙ୍କ ମାତ୍ର ୧୦ ମିନିଟ ରହିବା ପାଇଁ ଅନୁମତି ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking