32.1 C
Bhubaneswar
Thursday, March 28, 2024
Homeଓଡିଶାସାମ୍ବାଦିକଙ୍କ ଆସୁ ଆରୋଗ୍ୟ କାମନା କରି ୧୦୮ ଦୀପ ଦାନ

ସାମ୍ବାଦିକଙ୍କ ଆସୁ ଆରୋଗ୍ୟ କାମନା କରି ୧୦୮ ଦୀପ ଦାନ

ଢେଙ୍କାନାଳ : ଜିଲ୍ଲାର ଦୁଇଜଣ କର୍ଯ୍ୟରତ ସାମ୍ବାଦିକଙ୍କ ଆଶୁ ଆରୋଗ୍ୟ କାମନା କରି ବୁଧବାର ସନ୍ଧ୍ୟା ସମୟରେ ବସ ଷ୍ଟାଣ୍ଡ ନିକଟସ୍ଥ ହନୁମାନ ବାଟିକାସ୍ଥ ପବନସୁତ ହନୁମାନଙ୍କ ନିକଟରେ ଜିଲ୍ଲା ସଦର ମହକୁମାରେ ଥିବା ସମସ୍ତ ସମ୍ବାଦିକ ୧୦୮ ଦୀପ ଦାନ କରିଛନ୍ତି । ସାମ୍ବାଦିକ ଆଦିତ୍ୟ ପଣ୍ଡା ବହୁ ଦିନ ଧରି କିଡିନ୍ ରୋଗରେ ଆକ୍ରାନ୍ତ ହୋଇଥିଲେ ମାତ୍ର ବୁଧବାର ସକାଳେ ଅସ୍ତ୍ରପଚାର କାରାଯାଇ ନୁତନ ଭାବରେ କିଡିନ ପ୍ରତ୍ୟାରୋପଣ କରାଯାଉଛି । ସେହିପରି ପରଜଙ୍ଗ ବ୍ଲକ ପ୍ରତିନିଧି ନିଗମାନନ୍ଦ ଦଲବେହେରାଙ୍କର ମଧ୍ୟ ଅନୁରୁପ ଭାବରେ ଏହି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ରହିଛନ୍ତି । ଏହି ଦୁଇଜଣ ସମ୍ବାଦିକ ଭାଇ ମାନଙ୍କର ଆସୁ ଆରୋଗ୍ୟ କାମନା କରି ଢେଙ୍କାନାଳ ଜିଲ୍ଲା ସମ୍ବାଦିକ ସଂଘର ସଭାପତି ପ୍ରସନ୍ନ କୁମାର ପଟ୍ଟନାୟକ, ସମ୍ପାଦକ ସତ୍ୟସ୍ୱରୁପ ଦାସଙ୍କ ନେତୃତ୍ୱରେ ଢେଙ୍କାନାଳ ସଦର ମହକୁମାରେ ଥିବା ସମସ୍ତ ସମ୍ବାଦିକ ଭାଇ ଓ ଭଉଣୀମାନେ ଏକତ୍ରୀତ ହୋଇ ଉଭୟଙ୍କର ଆଶୁ ଅରୋଗ୍ୟ କାମନା କରି ହନୁମାନଙ୍କ ନିକଟରେ ୧୦୮ ଦୀପ ଦାନ କରିଛନ୍ତି ।

ଏହି ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୁଚନା ଓ ଲୋକସଂପର୍କ ଅଧିକାରୀ ସିତାଶୁଂ ଶେଖର ଦାସ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ରଥ, ମିଳିତ ଲକ୍ଷ୍ମୀପୁଜା ବଜାର କମିଟି ସଭାପତି ବିଶ୍ୱନାଥ ବେହେରା, ସଦାଶିବ ମହାପାତ୍ର, ରତନ ନାୟାର, ଗଗନ ବିହାରୀ ପଣ୍ଡା,ଅଥୟ କୁମାର ସାହୁ, ଅରବିନ୍ଦ ସାହୁ , ରାଜଶ୍ରୀ ଶତପଥୀ, ସନ୍ତୋଷ କୁମାର ଶତପଥୀ, ବିନୋଦ କୁମାର ମହାନ୍ତି , ଦେବାଶିଷ ମିଶ୍ର, ଆଶିଷ ଶତପଥୀ , ବାଇଧର ନାୟକ, ଗଙ୍ଗାଧର ରାଉତ, ନାରାୟଣ ପଟ୍ଟନାୟକ, ଶ୍ୟାମ ସୁନ୍ଦର ସାହୁ, ଅମଜାଦ ଖାନ, ବିପ୍ଳବ ରାଉଳ, ତାପଶ କୁମାର ମହାନ୍ତି, ବିକାଶ କୁମାର ପଣ୍ଡା, ପ୍ରିୟବ୍ରତ ଗଡନାୟକ, ଲକ୍ଷ୍ମୀନାରାୟଣ ତ୍ରୀପାଠୀ , ପ୍ରଳୟ କୁମାର ଦାସ, ରାଜୀବ କରଙ୍କ ସମେତ ଢେଙ୍କାନାଲ ଜିଲ୍ଲା ଅଗ୍ରଣ ସାମାଜିକ ଅନୁଷ୍ଠାନ ହେଲପିଙ୍ଗ୍ ହ୍ୟାଣ୍ଡର ସଦସ୍ୟ/ ସଦସ୍ୟା ଓ ସହରରେ ଥିବା ବହୁ ବୁଦ୍ଧିଜୀବି ଓ ମାନ୍ୟଗଣ୍ୟ ବ୍ୟକ୍ତି ବଶେଷ ଦୀପଦାନ କରିଥିଲେ । ଶେଷରେ ସାମ୍ବାଦିକ ଅଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking