30.1 C
Bhubaneswar
Monday, May 6, 2024
Homeଓଡିଶାଢେଙ୍କାନାଳରେ ହିନ୍ଦୁ ନବବର୍ଷ ପାଳିତ

ଢେଙ୍କାନାଳରେ ହିନ୍ଦୁ ନବବର୍ଷ ପାଳିତ

ଢେଙ୍କାନାଳ : ଚୈତ୍ର ଶୁକ୍ଲ ପ୍ରତିପଦା ତିଥିରେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରଷ୍ଟ୍ରୀୟ ହିନ୍ଦ ନବବର୍ଷ ଢେଙ୍କାନାଳ ଜିଲ୍ଲାରେ ପାଳିତ ହୋଇଯାଇଛି । ଏହି ଅବସରରେ ଧଳପୁରସ୍ଥିତ ଶିଶୁ ବିଦ୍ୟାମନ୍ଦିର ପରିସରରେ ସଭାପତି ରବିନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ହିନ୍ଦୁ ନବବର୍ଷ ପାଳନ ପୁର୍ବକ ଅନୁଷ୍ଠିତ ହୋଇଯାଇଛି । ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସନ୍ଥ ଶୁକଦେବ ଦାଶ ମହାରାଜ, ରାମ କିଶୋର ଦାସ, ଚୈତନ୍ୟ ଜୀ, ଶିଶିର ମହାନ୍ତି ପ୍ରମୁଖ ଯୋଗଦେଇ ହିନ୍ଦୁ ନବବର୍ଷ ପାଳନ ସଂପର୍କରେ ଆଲୋଚନା କରିଥିଲେ ।

କାର୍ଯ୍ୟକ୍ରମକୁ ପ୍ରଧାନା ଆଚାର୍ଯ୍ୟ ଉମେଶ ଚନ୍ଦ୍ର ମିଶ୍ର ପରିଚାଳନା କରିଥିଲେ । ବିଦ୍ୟାଳୟର ସଂପାଦକ ଘନସ୍ୟାମ ସାମଲଙ୍କ ସମେତ ପରିଚାଳନା କମିଟିର ସଭ୍ୟସଭ୍ୟା, ସମସ୍ତ ଗୁରୁଜୀ, ଗୁରୁମା, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସେହିପରି ଭାବେ ଭୁବନ ବ୍ଲକ ମଠକରଗୋଳା ପଚାଂୟତରେ ରଷ୍ଟ୍ରୀ ସ୍ୱୟଂ ସେବକ ସଂଘ ତରଫରୁ ହିନ୍ଦୁ ନବବର୍ଷ ପାଳନ ହୋଇଯାଇଛି । ପ୍ରଭାତରେ ମଠକରଗୋଳା ସ୍ଥିତ ହନୁମାନ ବିଗ୍ରହଠାରୁ ସେବକମାନେ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲୋ ପଚାଂୟତ ସଭାଗୃହରେ ଆୟୋଜିତ ଏହି ବୈଠକରେ ଭାରତମାତାଙ୍କ ପ୍ରତିମୃତିରେ ମାଲ୍ୟାର୍ପଣ କରିବା ସହ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା । କାର୍ଯ୍ୟକ୍ରମରେ କରୋନା କଟକଣା ମଧ୍ୟରେ ଶତାଧିକ ଲୋକ ଯୋଗଦାନ କରିଥିଲେ । ସରପଂଚ ସୁନେଲି ନାୟକ ଓ ସମାଜସେବୀ ଅଜୟ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking