38.1 C
Bhubaneswar
Friday, April 26, 2024
Homeକରୋନାରେକର୍ଡ ଭାଙ୍ଗୁଛି ଦୈନିକ ସଂକ୍ରମଣ ୨୪ ଘଣ୍ଟାରେ ୧.୮୪ ଲକ୍ଷ ସଂକ୍ରମିତ

ରେକର୍ଡ ଭାଙ୍ଗୁଛି ଦୈନିକ ସଂକ୍ରମଣ ୨୪ ଘଣ୍ଟାରେ ୧.୮୪ ଲକ୍ଷ ସଂକ୍ରମିତ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢିବାକୁ ଲାଗିଛି କୋରନା ସଂକ୍ରମଣ । ନୂତନ ଷ୍ଟ୍ରେନ ସହ ଏହି ସଂକ୍ରମଣ ବଢିବାରେ ଲାଗିଛି । ଲଗାତର ଭାବେ ଏହି ସଂକ୍ରମଣ ସଂଖ୍ୟା ବଢି ଆଜି ୧ଲକ୍ଷ ୮୪ ହଜାର ୩୭୨ ଅତିକ୍ରମ କରିଛି । ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୩୮ ଲକ୍ଷ ୭୩ ହଜାର ୮୨୫ କୁ ବୃଦ୍ଧି ହୋଇଛି । ତେବେ ୨୪ ଘଣ୍ଟାରେ ୧୦୨୭ ଜଣଙ୍କ ମୃ୍‌ତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୨ ହଜାର ୦୮୫ ରେ ପହଞ୍ଚିଛି । ତେବେ ଦେଶରେ ୧୩ ଲକ୍ଷ ୬୫ ହଜାର ୭୦୪ ଟି ଆକ୍ଟିଭ କେସ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୧ କୋଟି ୨୩ ଲକ୍ଷ ୩୬ ହଜାର ୦୩୬ ଜଣ ।

ଦେଶରେ ଏଯାବତ ୧୧ କୋଟି ୧୧ ଲକ୍ଷ ୭୯ ହଜାର ୫୭୮ ଡୋଜ ଟୀକାମରଣ ସରିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking