31.1 C
Bhubaneswar
Monday, May 6, 2024
Homeଓଡିଶାପର୍ଜଙ୍ଗ ନିମଡିହରେ ଶିବଲିଙ୍ଗ ଆବିର୍ଭାବ

ପର୍ଜଙ୍ଗ ନିମଡିହରେ ଶିବଲିଙ୍ଗ ଆବିର୍ଭାବ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ୍ ଅନ୍ତର୍ଗତ ବସୁଲେଇ ପଂଚାୟତର ନିମଡିହ ଗାଁ’ ଶନି ମନ୍ଦିର ନିକଟରେ ଏକ ଶିବଲିଙ୍ଗ ଆବିର୍ଭାବ ହେବା ଜଣାପଡିବା ପରେ ସ୍ଥାନୀୟ ଅଚଂଳରେ ଘଟଣାସ୍ଥଳକୁ ଲୋକଙ୍କ ସୁଅ ଛୁଟିବାରେ ଲାଗିଛି । ଏଠାରେ ଗ୍ରାମବାସୀ ପୁଜାର୍ଚନା କରିବା ସହ ହରିବୋଲ, ହୁଳହୁଳି ଓ ହରିନାମରେ ସଂକିର୍ତନରେ ଅଚଂଳ ପ୍ରକମ୍ପିତ ହେଉଥିଲା ।

ମିଳିଥିବା ସୁଚନା ମୁତାବକ, ଗତକାଲି ଭୋର ସମୟରେ ଗ୍ରାମର କେତକ ମହିଳା ଗାଧୋଇବାକୁ ରେଙ୍ଗାଳି ବାମପାଶ୍ୱର୍ କେନାଲକୁ ଯାଉଥିଲେ । ଗ୍ରାମ ଶନି ମନ୍ଦିର ନିକଟରେ ଥିବା ପଡିଆରେ କିଛି ଗୋଟି ପଦାର୍ଥ ଚକ୍ ଚକ୍ ଦେଖାଯାଉଥିବା ନେଇ ସେମାନଙ୍କ ମନରେ ସନ୍ଦେହ ହୋଇଥିଲା । ପରେ ନିକଟକୁ ଯାଇ ଦେଖିଲା ପରେ ସେମାନେ ସେଠାରେ ଏକ ଶିବଲିଙ୍ଗ ଆବିର୍ଭାବ ହୋଇଥିବା ଦେଖିବାକୁ ପାଇଥିଲେ ।

ମାତ୍ର ପୁର୍ବରୁ ଏଠାରେ କିଛି ନଥିବା ବେଳେ ହଠାତ ଶିବଲିଙ୍ଗ ଆର୍ବିଭାବ ହେବା ଘଟଣା ସ୍ଥାନୀୟ ଅଚଂଳରେ ପ୍ରଚାର ହେବାପରେ ଘଟଣା ସ୍ଥଳକୁ ଆଖପାଖ ଅଚଂଳର ଲୋକଙ୍କ ଭିଡ ଲାଗିବା ସହିତ ଗ୍ରାମବାସି ବେସ୍ ଖୁସି ପ୍ରକାଶ କରିଛନ୍ତି । ତେବେ ସେଠାରେ ମହାଦେବଙ୍କ ଆର୍ବିଭାବ ସ୍ଥଳକୁ ପରିସ୍କାର ପରିଚ୍ଛନ କରିବା ସହ ପୁଜାର୍ଚନା ଆରମ୍ଭ କରାଯାଇଥିଲା । ଆଗାମି ଦିନରେ ଏଠାରେ ଗୋଟିଏ ମନ୍ଦିର ପ୍ରତିଷ୍ଠା ନେଇ ଗ୍ରାମବାସୀମାନେ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking