28.1 C
Bhubaneswar
Saturday, April 27, 2024
Homeଓଡିଶାବିଶିଷ୍ଟ ବ୍ୟବସାୟୀ ଅଶୋକ ସିଙ୍ଘାନିଆଙ୍କ ପରଲୋକ

ବିଶିଷ୍ଟ ବ୍ୟବସାୟୀ ଅଶୋକ ସିଙ୍ଘାନିଆଙ୍କ ପରଲୋକ

ଢେଙ୍କାନାଳ : ଓଡିଶା ଓ ଛତିଶଗଡରେ ସ୍କାଏ ଅଟୋମୋବାଇଲ୍ସର ପ୍ରତିଷ୍ଠାତା ତଥା ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ଅଶୋକ ସିଘାନିଂଆଙ୍କର ଗତକାଲି ମଧ୍ୟାହ୍ଣ ସମୟରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କ ୬୯ ବର୍ଷ ହୋଇଥିଲା । ତାଙ୍କୁ ଅଟୋମୋବାଇଲ୍ସର ସେକ୍ଟର ମହାନାୟକ ବୋଲି କହିଲେ ବି ଅତ୍ୟୁକ୍ତି ହେବନାହିଁ । ସେ ଓଡିଶାରେ ୧୯୮୯ ମସିହାରେ ଓଡିଶାରେ ପ୍ରଥମ ଭାବେ ମାରୁତି ସୋରୁମ୍ ପ୍ରତିଷ୍ଠା କରିଥିଲେ । ପରେ ଓଡିଶାର ପ୍ରତିଟି ଜିଲ୍ଲାର କୋଣନୁକୋଣରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ । ସେ ମଧ୍ୟ ଅଟୋମୋବାଇଲ୍‌ସ ସେକ୍ଟରରେ ଓଡିଶାରେ ନିଯୁକ୍ତିର ସୁଯୋଗ ବଢାଇଥିଲେ ।

ଗତ ୯ ତାରିଖରେ ତାଙ୍କ ଦେହ ଖରାପ ହେବାରୁ ସେ ଚିକିତ୍ସା ହେଉଥିଲେ । ମାତ୍ର ଚିକିତ୍ସା ଅବସ୍ତାରେ ତାଙ୍କର ଦେହାନ୍ତ ହୋଇଥିଲା । ଦେହାନ୍ତ ସମୟରେ ତାଙ୍କ ନିଜସ୍ୱ ବାସଭବନରେ ତାଙ୍କ ନିକଟରେ ତାଙ୍କର ଭାଇ ନରେଶ ସିଙ୍ଘାନିଆ, ଅରୁଣ ସିଙ୍ଘାନିଆ, ଅଭିନାଶ ସିଙ୍ଘାନିଆ, ପ୍ରିୟଙ୍କା ସିଙ୍ଘାନିଆ ସମେତ ଛତିଶ ଗଡର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଓଡିଶା ଓ ଛତିଶ ଗଡରେ ସ୍କାଏ ଅଟୋମୋବାଇଲସ୍ ର ବହୁ ନାମ ରହିଥିବା ବେଳେ ତାଙ୍କର ଓଡିଶା ପ୍ରତି ରହିଥିବା ଅବଦାନ ଅତୁଳନୀୟ ।

ତାଙ୍କ ବିୟୋଗରେ ସ୍କାଏ ଅଟୋମୋବାଇଲ୍ସର ଓଡିଶା କାର୍ଯ୍ୟାଳୟ କଟକର ସହଯୋଗି କୈଶିକ୍ନାଥ ଓଝା, ପ୍ରବିଣ ଲାଠ, ସଞ୍ଜୟ ଗୁପ୍ତା, ଗଗନ ବିହାରି ସାହୁ, ଜାନକି କାନ୍ତ ସ୍ୱାଇଁ, ସତ୍ୟରଞ୍ଜନ ବିଶ୍ୱାଳ, ମନୋଜ ସେଠ, ରାଜେଶ ସାଓଡିଆ, ଅମିତ ସାହା, ଦିଲିପ ବେହେରା, ବିରାଟ ନାୟକ, ପ୍ରଭାସ ଦାସ, ଅନିଲ ଅଗ୍ରୱାଲ ଓ ଓଡିଶାର ସମସ୍ତ ସଂସ୍ଥାର କର୍ମଚାରୀମାନେ ଗଭିର ଦୁଃଖ ପ୍ରକାଶ କରିଥିଲେ । ସ୍ୱର୍ଗତ ଅଶୋକ ସିଙ୍ଘାନିଆଙ୍କ ଅମର ଆତ୍ମାର ସଦ୍‌ଗତି ନିମେନ୍ତ ଓଡିଶା ଓ ଛତିଶଗଡରେ ପ୍ରତିଷ୍ଠା ହୋଇଥିବା କଟକ, ଭୁବନଶ୍ୱେର, ଜାଜପୁର, ବ୍ରହ୍ମପୁର, ବଡମ୍ବା, ନରସିଂହପୁର, କାମାକ୍ଷାଗନଗର ଓ ଢେଙ୍କାନାଳର ପ୍ରତିଷ୍ଠାନଗୁଡିକରେ ନିରବ ପ୍ରାର୍ଥନା କରାଯିବା ସହିତ ଗୋଟିଏ ଦିନ ପାଇଁ କାର୍ଯ୍ୟକୁ ବନ୍ଦ କରିଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking