39.2 C
Bhubaneswar
Thursday, April 18, 2024
Homeଓଡିଶାକୋଭିଡ କଟକଣା ଭିତରେ ପାଳିତ ହୋଇଯାଇଛି ଝାମୁଯାତ୍ରା

କୋଭିଡ କଟକଣା ଭିତରେ ପାଳିତ ହୋଇଯାଇଛି ଝାମୁଯାତ୍ରା

ଢେଙ୍କାନାଳ : ପବିତ୍ର ବୈଶାଖ ମାସ ଅବସରରେ ରଘୁନାଥପୁର କମନା ପୀଠରେ ବହୁ ବର୍ଷ ଧରି ପାଳିତ ହେଉଛି ପ୍ରସିଦ୍ଧ ଝାମୁ ଯାତ୍ରା । ମାତ୍ର ଚଳିତ ବର୍ଷ ମହାମାରୀ କରୋନା ନିମନ୍ତେ କୋଭିଡ କଟକଣା ଭିତରେ ରୀତିନୀତିରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ହୋଇ ଆସୁଥିବା ପୌରାଣିକ ଲୋକକଥା ଉପରେ ଆଧାରିତ ତଥା ଜଗତଜନନୀ ମା” ପାର୍ବତୀ ଏମଂ ମହାଦେବ ଶିବଙ୍କ ମହିମା ଉପରେ ଆଧାରିତ ଲୋକନୃତ୍ୟ ଦଣ୍ଡଯାତ୍ରା ମଧ୍ୟ ମହାମାରୀ କରୋନା ପାଇଁ ପ୍ରଭାବିତି ହୋଇଛି । ଏହି ଅବସରରେ ଜିଲ୍ଲାର କୋଣନୁକୋଣରେ ପ୍ରତି ବର୍ଷ ଏହି ପୁଜାର ମାନସିକଧାରୀ ମାନଙ୍କ ଦ୍ୱାରା ଆୟୋଜିତ ହୋଇଆସୁଥିବା ଦଣ୍ଡଯାତ୍ରା ଗୁଡିକ ଚଳିତ ବର୍ଷ ବନ୍ଦ କରାଯାଇଛି । କେବଳ ପାରମ୍ପରିକ ପୁଜାପାଠ ଓ ରୀତିନୀତି ମଧ୍ୟରେ ସୀମିତ ରଖାଯାଇ ଏହି ପର୍ବ ପାଳନ କରାଯାଇଛି ।

ଉକ୍ତ ପୀଠରେ ନିରାଡମ୍ବର ଭାବେ ମା କାମନାଙ୍କର ଦଣ୍ଡଯାତ୍ରା ଗତ ୫ ତାରିଖ ମଧ୍ୟରାତ୍ରିରୁ ଆରମ୍ଭ ହୋଥିଲା । ପୀଠର ମୁଖ୍ୟ ପୁଜକଙ୍କ ତତ୍ୱାବଧାନରେ ଏହି ପୁଜା କରାଯାଇଥିଲା । ମାନସିକଧାରୀ ଦଣ୍ଡୁଆମାନେ ୯ ଦିନଧରି ମା”ଙ୍କ ମନ୍ଦିରରେ ନିଷ୍ଠାର ସହ ଏହି ବ୍ରତ ପାଳନ କରିଥିବା ବେଳେ ଶେଷଦିନ ଝାମୁଯାତ୍ରା ହୋଇଥିଲା । ଭୋରରୁ ମା”ଙ୍କ ପାରମ୍ପରିକ ପୁଜାର୍ଚ୍ଚନା କରାଯିବା ସହ ମଧ୍ୟାହ୍ନରେ ପୀଠ ପରିସରରେ ଧୁଳିଦଣ୍ଡ ପ୍ରଦର୍ଶନ କରାଯାଇଥିଲା । ଅପରାହ୍ନରେ ଉକ୍ତ ପୀଠରେ ପାରମ୍ପରିକ ଝାମୁଯାତ୍ରା ଅନୁଷ୍ଠିତ ହୋଇଥିଲା । ଘଂଟବାଦ୍ୟ, ହରିବୋଲ, ହୁଳହୁଳି ଓ ଜୟ ଜୟକାର ଧ୍ୱନିରେ କମ୍ପି ଉଠୁଥିଲା ପୀଠ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking