29.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶକୁମ୍ଭ ମେଳାରେ ୨୦ ସାଧୁ କୋରନା ସଂକ୍ରମିତ

କୁମ୍ଭ ମେଳାରେ ୨୦ ସାଧୁ କୋରନା ସଂକ୍ରମିତ

ହରିଦ୍ୱାର : କୋରନା ସଂକ୍ରମଣ ର ଦ୍ୱିତୀୟ ଲହରୀ ମଧ୍ୟରେ ହରିଦ୍ୱାର ର ମହାକୁମ୍ଭରୁ ଏକ ଚିନ୍ତାଜନକ ଖବର ସାମନାକୁ ଆସିଛି । ସୂଚନାମୁତାବକ ପ୍ରଥମ ଶାହି ସ୍ନାନ ପରେ ହରିଦ୍ୱାରରେ ଚାଲିଥିବା କୁମ୍ଭ ମେଳାରେ ୧୦୨ ଜଣ ଶ୍ରଦ୍ଧାଳୁ ଓ ୨୦ ଜଣ ସାଧୁ କୋରନା ସଂକ୍ରମିତ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି ଯେ, ମହାକୁମ୍ଭ ରେ ଆସିଥିବା ସାଧୁମାନେ କୋଭିଡ ଟେଷ୍ଟ ପାଇଁ ରାଜି ହେଉନାହାନ୍ତି ଏବଂ ମାସ୍କ ମଧ୍ୟ ପିନ୍ଧୁ ନାହାନ୍ତି । ସାଧୁମାନେ କୋରନା ପ୍ରୋଟୋକଲ ମଧ୍ୟ ପାଳନ କରୁ ନାହାନ୍ତି ।

ଅଖିଳ ଭାରତୀୟ ଆଖଡା ପରିଶଦ ର କହିବା ଅନୁସାରେ ସୋମବାର ହୋଇଥିବା ଶାହି ସ୍ନାନରେ ପ୍ରାୟ ୧ଲକ୍ଷ ସାଧୁ ସନ୍ଥ ପବିତ୍ର ଗଙ୍ଗା ନଦୀରେ ସ୍ନାନ କରିଥିଲେ । ହରିଦ୍ୱାରର ସିଏମଓ ଡ. ଏସକେ ଝା କହିଛନ୍ତି ଯେ, ସଧୁମାନଙ୍କୁ ନିବେଦନ କରାଯାଇଛି ଯେ, ସେମାନେ ନିଜକୁ ଆଇସୋଲେନରେ ରଖନ୍ତୁ ଓ ନିଜକୁ ଶ୍ରଦ୍ଧାଳୁ ମାନଙ୍କଠାରୁ ଦୂରରେ ରଖନ୍ତୁ ।

ସିଏମଓଙ୍କ କହିବା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଜୁନା ଆଖାଡାର ୫ ଜଣ ସାଧୁ, ନିରଞ୍ଜନ ଆଖାଡାର ୨ ଜଣ ସାଧୁ, ନାଥ ଓ ଅଗ୍ନି ଆଖାଡା ଜଣେ ଜଣେ ସାଧୁ କୋରନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କୁ ଋଶିକେଶ ଏମସ୍‌ରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking