29.1 C
Bhubaneswar
Saturday, April 27, 2024
Homeଓଡିଶାଏଟିଏମରୁ ଟଙ୍କା ବାହାର କରିବା ବାହାନାରେ ଦମ୍ପତିଙ୍କୁ କଳା କନା ବୁଲାଇ ଯୁବକ ଗିରଫ

ଏଟିଏମରୁ ଟଙ୍କା ବାହାର କରିବା ବାହାନାରେ ଦମ୍ପତିଙ୍କୁ କଳା କନା ବୁଲାଇ ଯୁବକ ଗିରଫ

ଦେବଗଡ଼ : ଏକ ଦମ୍ପତିଙ୍କ ଏଟିଏମ କାର୍ଡ ଆକ୍ଟିଭ କରିବା ବାହାନାରେ ଉକ୍ତ କାର୍ଡ ରୁ ଟଙ୍କା ଉଠାଣ କରି ଫେରାର ହୋଇଯାଇଥିବା ଜଣେ ଠକ ଯୁବକକୁ ଦେବଗଡ଼ ଥାନା ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି l ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ପ୍ରାୟ 6 ଟା ସମୟରେ ସୁବର୍ଣ୍ଣପାଲି ଗ୍ରାମର ଯୋଗେଶ୍ୱର ପ୍ରଧାନ (50)ନିଜ ସ୍ତ୍ରୀଙ୍କ ସହ ଦେବଗଡ଼ ଷ୍ଟେଟବ୍ୟାଙ୍କ ଶାଖା ଏଟିଏମ କାଉଣ୍ଟର କୁ ନିଜ ନୂଆ ଏଟିଏମ କାର୍ଡ କୁ ଆକ୍ଟିଭ କରି ଟଙ୍କା ଉଠାଣ ପାଇଁ ଆସିଥିଲେ l ତେବେ ସେ କାର୍ଡ ଆକ୍ଟିଭ କରି ପାରୁନଥିବା ଦେଖି ସେଠାରେ ଥିବା ଜଣେ ଅଜଣା ଯୁବକ ସାହାଯ୍ୟ ପାଇଁ ଆଗେଇ ଆସି ଯୋଗେଶ୍ୱର ଙ୍କ ସହ ଏଟିଏମ କାଉଣ୍ଟର କୁ ପଶି କାର୍ଡ କୁ ମ୍ୟାସିନ ରେ ପୁରାଇ ଥିଲେ l

ମାତ୍ର କାର୍ଡ ଆକ୍ଟିଭ ହେଉନି କହି ଉକ୍ତ ଅଜଣା ଯୁବକ ଜଣକ ଯୋଗେଶ୍ୱରଙ୍କୁ ସେଠାରୁ ଅନ୍ୟ କାଉଣ୍ଟର କୁ ପଠାଇ ଦେଇ ଥିଲେ l ଓ ଉକ୍ତ କାର୍ଡ ରୁ ଚାରି ହାଜର ଟଙ୍କା ଉଠାଇ ସେଠାରୁ ଫେରାର ହୋଈ ଯାଇଥିଲା l ଯୋଗେଶ୍ୱରଙ୍କ ମୋବାଇଲ ଫୋନ ରେ ଟଙ୍କା ଉଠାଣ ସମ୍ପର୍କିତ ମ୍ୟାସେଜ ଯିବାରୁ ଯୋଗେଶ୍ୱର ତାଙ୍କ ଏଟିଏମ ଆକ୍ଟିଭେଟ କରି ଟଙ୍କା ଉଠାଣ ହୋଇଥିବା ଜାଣିପାରି ସେ ଠକେଇ ର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ l ଏ ନେଇ ଯୋଗେଶ୍ୱର ଗତକାଲି ସନ୍ଧ୍ୟାରେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଦେବଗଡ଼ ଥାନା ପୁଲିସ ଠକେଇ ଓ ଆଇଟି ଆକ୍ଟ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା l

ତଦନ୍ତ ବେଳେ ସିସି ଟିଭି ଫୁଟେଜ ସହାୟତା ରେ ଅଜଣା ଯୁବକକୁ ଚି଼ହ୍ନଟ କରି ପରିଚୟ ପାଇଥିଲେ l ଚି଼ହ୍ନଟ ଅଭିଯୁକ୍ତ ଯୁବକ ଜଣକ ଦେବଗଡ଼ ପୌରାଞ୍ଚଳ ପୁରୁଣାଗଡ଼ ଅଂଚଳର କ୍ଷେତ୍ରବାସୀ ସାହୁଙ୍କ ପୁଅ ଆର୍ତ୍ତ ସାହୁ (26) ବୋଲି ଜଣା ପଡିଛି l ଅଭିଯୁକ୍ତ ଆର୍ତ୍ତ କୁ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking