27.1 C
Bhubaneswar
Wednesday, May 8, 2024
Homeଓଡିଶାମସିନ୍ତା ଜଙ୍ଗଲରେ ଶିଶୁ ପୁତ୍ରକୁ ପରିତ୍ୟକ୍ତ ଅବସ୍ଥାରେ ଫିଙ୍ଗିଥିବା ଦମ୍ପତି ଗିରଫ

ମସିନ୍ତା ଜଙ୍ଗଲରେ ଶିଶୁ ପୁତ୍ରକୁ ପରିତ୍ୟକ୍ତ ଅବସ୍ଥାରେ ଫିଙ୍ଗିଥିବା ଦମ୍ପତି ଗିରଫ

ଦେବଗଡ଼  : କାଦୋପଡା ପଞ୍ଚାୟତର ମସିନ୍ତା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଗତ ସୋମବାର ଦିନ ଏକ ଶିଶୁ ପୁତ୍ର ଉଦ୍ଧାର ଘଟଣା ରେ ଚାଇଲ୍ଡଲାଇନର ଏତଲା ଓ ଶିଶୁ ମଙ୍ଗଳ କମିଟିର ନିର୍ଦେଶ କ୍ରମେ ଅଭିଯୁକ୍ତ ଦମ୍ପତିଙ୍କୁ ଆଜି ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଗତ ସୋମବାର ରାତି ପ୍ରାୟ ନଅଟାରେ ମସିନ୍ତା ଗ୍ରାମ ନିକଟ ଜଙ୍ଗଲରୁ ଏକ ଶିଶୁର କାନ୍ଦିବା ଶବ୍ଦ ଶୁଣି ଗ୍ରାମବାସୀମାନେ ଭୟଭୀତ ହୋଇପଡିଥିଲେ । ସାହସ ବାନ୍ଧି ଗ୍ରାମର ରାଜେଶ ମାଝୀ ଙ୍କ ସ୍ତ୍ରୀ ସରସ୍ଵତୀ ମାଝି ସ୍ୱାମୀଙ୍କ ସହିତ ଜଙ୍ଗଲ ଭିତରକୁ ପ୍ରବେଶ କରି ଖୋଜାଖୋଜି କରିଵା ସମୟରେ ଏକ ଗଛମୂଳରୁ ୩ ମାସର ଶିଶୁ ପୁତ୍ରକୁ ପାଇ ଥିଲେ । ଶିଶୁକୁ କଳେଇ ନେଇ ଗ୍ରାମର ବୀର୍ସା ଟୁରୀଙ୍କୁ ଶିଶୁଟିର ଯତ୍ନ ପାଇଁ ରଖିବାକୁ ଦେଇଥିଲେ ।

ସୂଚନା ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପ।ତ୍ର , ଚାଇଲ୍ଡଲାଇନର ଉପେନ୍ଦ୍ର ଭଞ୍ଜ ଓ ଵାରକୋଟ ଥାନା ଏସଆଇ ଦେବବ୍ରତ ନାୟକଙ୍କୁ ନେଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପରେ ଶିଶୁକୁ ମସିନ୍ତା ଗ୍ରାମରୁ ଆଣି ଜିଲ୍ଲା ସଦର ମହକୁମା ଡାକ୍ତରଖାନରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସମୟରେ ଶିଶୁକୁ କିଛିଦିନ ତଳେ କୌଣସି ଡାକ୍ତରଖାନା ରେ ଟୀକା ଦିଆ ଯାଇଥିବା ଜଣା ପଡିଥିଲା l ମସିନ୍ତା ଗ୍ରାମରୁ ଶିଶୁକୁ ଉଦ୍ଧାର କରି ଆଣିବା ପରେ ଗ୍ରାମବାସୀ ମାନେ ଜଣେ ଅଚିହ୍ନl ସ୍ତ୍ରୀ ଓ ଜଣେ ପୁରୁଷକୁ ଜଙ୍ଗଲ ମଧ୍ୟରେ ଏଣେ ତେଣେ କିଛି ଖୋଜୁଥିବା ଦେଖିବାକୁ ପାଇଥିଲେ । ସେମାନଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଥିବାରୁ ଗ୍ରାମବାସୀମାନେ ସେମାନଙ୍କୁ ଅଟକ ରଖି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଵାରକୋଟ ଥାନା ପୁଲିସ କୁ ଖବର ଦେଇଥିଲେ । ପୁଲିସ ଏହି ଦୁଇଜଣ ସନ୍ଦିଗ୍ଧ ଙ୍କୁ ଥାନାକୁ ନେଇ ପଚରା ଉଚୁରା କରି ଥିଲେ l ଆଜି ସକାଳେ ଏହି ଦୁଇ ଜଣ ଶିଶୁ ମଙ୍ଗଳ କମିଟି ଆଗରେ ଉପସ୍ଥିତ ହୋଇ ସ୍ଵାମୀସ୍ତ୍ରୀ କଳହ କାରଣରୁ ସେମାନେ ଶିଶୁକୁ ଜଙ୍ଗଲ ମଧ୍ୟରେ ପରତ୍ୟକ୍ତ ଅବସ୍ଥା ରେ ଛାଡିଥିବା ସ୍ଵୀକାର କରିଥିଲେ l

ସେହିପରି ଶିଶୁକୁ ଫେରାଇ ଦେବାକୁ ଅନୁରୋଧ କରିଥିଲେ l ମାତ୍ର ସେମାନେ ଶିଶୁର ପିତାମାତା ବୋଲି କୌଣସି ଆଇନ ସିଦ୍ଧ କାଗଜ ପାତ୍ର ଦେଖାଇ ପାରି ନ ଥିଲେ । ସେହିପରି ଶିଶୁ କିଛି ଦିନ ତଳେ ଟୀକା ନେଇଥିଲେ ମଧ୍ଯ ସେ ସମ୍ପର୍କିତ ମମତା କାର୍ଡ କିମ୍ବା ଜନ୍ମ ପ୍ରମାଣ ପତ୍ର ମଧ୍ଯ ଦେଖାଇ ପାରି ନଥିଲେ l ଏଭଳି ପରିସ୍ଥିତିରେ ଏହି ଶିଶୁ ସେମାନଙ୍କ ନା ଅନ୍ୟ କାହାର ସେ କଥା ସେମାନଙ୍କ ବୟାନରୁ ସିଦ୍ଧ ହୋଇ ପାରି ନ ଥିଲା । ଫଳରେ ଶିଶୁ ମଙ୍ଗଳ କମିଟିର ଅଧକ୍ଷ୍ୟ ଅତୁଲ୍ୟ କୁମାର ପୂଜାରୀଙ୍କ ନିର୍ଦେଶ କ୍ରମେ ଚାଇଲ୍ଡଲାଇନ ସଂଯୋଜକ ରାମାକାନ୍ତ ସାହୁ ଥାନାରେ ଶିଶୁକୁ ହତ୍ୟା ଉଦ୍ୟମ ଓ ଶିଶୁ ପ୍ରତି ନିଷ୍ଠୁରତା ଅଭିଯୋଗରେ ଏତଲା ଦେଇଥିଲେ । ପୋଲିସ ଉଭୟ ଦମ୍ପତିଙ୍କୁ ଗିରଫକରି ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ଜାଣିବାକୁ ମିଳିଛି ।ଗିରଫ ଦମ୍ପତି ଝାରଖଣ୍ଡ ଅଂଚଳର ଲୀନା ହେମ୍ବ୍ରମ ଓ କାଇରୋ ସୋଏ ବୋଲି ଜଣା ପଡିଛି l

ସେମାନେ ରାଉରକେଲାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ଗତ ସୋମବାର ଦିନ ଏକ ଘରୋଇ ବସରେ ରାଉରକେଲାରୁ ଆସି ମସିନ୍ତା ଗ୍ରାମକୁ ସନ୍ଧ୍ୟାରେ ଚାଲି ଚାଲି ଲୀନାର ସମ୍ପର୍କୀୟ ମାମୁ ଘରକୁ ଯାଉଥିଲେ । ରାସ୍ତା ସାରା ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ଏହl ଧୀରେ ଧୀରେ ଉଗ୍ର ରୂପ ନେବାରୁ ସେମାନେ ରାଗରେ ଶିଶୁକୁ ଜଙ୍ଗଲ ମଧ୍ୟରେ ଏକ ଗଛ ତଳେ ଛାଡି ଦେଇ ଚାଲି ଯାଇଥିଲେ l ଅଭିଯୁକ୍ତ ଦମ୍ପତିଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଓ କୌଣସି ଆଇନ ସିଦ୍ଧ କାଗଜପାତ୍ର ନଥିବା ଏବଂ ଶିଶୁର ଜୀବନ ପ୍ରତି ବିପଦ ଥିବାରୁ ବର୍ତମାନ ପରିସ୍ଥିତିରେ ଶିଶୁକୁ ସେମାନଙ୍କୁ ହସ୍ତାନ୍ତର କରାଯାଇ ନାହି । ଝାରଖଣ୍ଡର ଏହି ଦମ୍ପତିଙ୍କ ସମ୍ପର୍କରେ ଉକ୍ତ ଅଞ୍ଚଳ ପ୍ରଶାସନ ଓ ଶିଶୁ ମଙ୍ଗଳ କମିଟି ସହ ଆଲୋଚନା କରି ଶିଶୁର ଥଇଥାନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking