39.1 C
Bhubaneswar
Tuesday, April 23, 2024
Homeଓଡିଶାନିର୍ମାଣକାରୀ ସଂସ୍ଥା କ୍ୟାମ୍ପରୁ କାଷ୍ଟ ଆଇରନ ପାଇପ ଚୋରୀ ଅଭିଯୋଗରେ ୩ ଗିରଫ 

ନିର୍ମାଣକାରୀ ସଂସ୍ଥା କ୍ୟାମ୍ପରୁ କାଷ୍ଟ ଆଇରନ ପାଇପ ଚୋରୀ ଅଭିଯୋଗରେ ୩ ଗିରଫ 

ଦେବଗଡ଼ : ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ଗୁଣ୍ଡେଇମରା ଗ୍ରାମରେ ଏକ ଠିକା କମ୍ପାନୀର କ୍ୟାମ୍ପ ରୁ କାଷ୍ଟ ଆଇରନ ପାଇପ ଚୋରୀ କରିଥିବା ଅଭିଯୋଗରେ ରିଆମାଳ ଥାନା ପୁଲିସ ଆଜି 3ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତ କୁ ପଠାଇ ଦିଆଯାଇଛି l ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗୁଣ୍ଡେଇମରା ଗ୍ରାମରେ କ୍ୟାମ୍ପ କରିଥିବା ଇନ୍ଫ୍ରାଷ୍ଟ୍ରକ୍ଚର କମ୍ପାନୀରୁ ଗତ 12 ତାରିଖ ବିଳମ୍ବିତ ରାତ୍ରୀରେ କେତେକ ଦୁର୍ବୁତ୍ତ କାଷ୍ଟ ଆଇରନ ପାଇପ ଓ ଅନ୍ୟାନ୍ୟ କେତେକ ସାମଗ୍ରୀ ଚୋରୀ କରି ନେଇଥିଲେ l

ଏନେଇ କମ୍ପାନୀର ସାଇଟ ଇନଚାର୍ଜ ଚିତ୍ତରଞ୍ଜନ ପଣ୍ଡା ପରଦିନ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାର ରେ ରିଆମାଳ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ l ତଦନ୍ତ ବେଳେ ଏହି ଚୋରୀ ମାମଲାରେ କୁଚିଣ୍ଡା ଥାନା ଅନ୍ତର୍ଗତ ଘୋଡାବନ୍ଧା ଗ୍ରାମର ପୂର୍ଣ୍ଣ ଚନ୍ଦ୍ର କୁସୁମ (20), ଠେଲକୁଲି ଥାନା ଅନ୍ତର୍ଗତ ଘିଚାମୁରା ଗ୍ରାମର ଅଜୟ ଓରାମ (19)ଓ ଗୋକୁଳାନନ୍ଦ ଭୋଇ (22)ଙ୍କ ସମ୍ପୃକ୍ତି ଥିବା ଜାଣିବା ପରେ ସେମାନଙ୍କ ଗ୍ରାମରେ ଚଢ଼ଉ କରି ରିଆମାଳ ଥାନା ଭାରପ୍ରାପ୍ତ ଥାନା ଅଧିକାରୀ ଗୋପବନ୍ଧୁ ବେହେରା ଓ ଏସଆଇ ମାଗୁଣି ଚରଣ ଗଡ଼ନାୟକ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ ଗରିବା ସହ ସେମାନଙ୍କ ନିକଟରୁ ଚୋରୀ ହୋଇଥିବା କାଷ୍ଟ ଆଇରନ ପାଇପ, ଗ୍ୟାସ ସିଲିଣ୍ଡର ଓ ଓଆର -15-କେ -0399ନମ୍ବର ବିଶିଷ୍ଟ ପିକ ଅପ ଭ୍ୟାନ କୁ ଜବତ କରିଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking