30.1 C
Bhubaneswar
Monday, May 6, 2024
Homeଓଡିଶାରାଜଧାନୀରେ କିଡନାପର୍ସ: ଡେଲିଭେରି ବଏଙ୍କୁ ଅପହରଣ

ରାଜଧାନୀରେ କିଡନାପର୍ସ: ଡେଲିଭେରି ବଏଙ୍କୁ ଅପହରଣ

ଭୁବନେଶ୍ୱର : ରାଜଧାନୀରେ ସ୍ୱଗୀ ଡେଲିଭେରୀ ବଏଙ୍କୁ ଅପହରଣ କରାଯାଇଛି । ଡେଲିଭେରୀ ବଏ ପତିତପାବନ ପୃଷ୍ଟିଙ୍କୁ ଉତ୍ତରା ଛକରୁ ଅପହରଣ କରାଯାଇଥିବା ସୂଚନା ମିଳିଛି । ଗତ କାଲି ରାତିରେ କିଛି ଦୁର୍ବୃତ୍ତ ମାଡ଼ ମାରି ଉଠାଇନେଇଛନ୍ତି । ଏନେଇ ଧଉଳି ଥାନାରେ ଅଭିଯୋଗ ହୋଇଛି । ପତିତପାବନଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ଦୟା ନଦୀ ବ୍ରିଜ୍ ଉପରୁ ଚପଲ, ପର୍ସ ଓ ଛୁରୀ ପଡିଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାୟୀ ଗତକାଲି ରାତି ୧୦ଟା ପରେ ପତିତପାବନ ଅନ୍ୟ ଏକ ଫୋନ୍ ନମ୍ବରରୁ ତାଙ୍କୁ ଫୋନ କରି ଜଣାଇଥିଲେ ଯେ ତାଙ୍କୁ ଛୁରୀରେ ଆକ୍ରମଣ କରି ତାଙ୍କ ମୋବାଇଲ ଓ ଟଙ୍କା ନେଇ ଯାଇଛନ୍ତି ଦୁର୍ବୃତ୍ତ । ପରେ ପରିବାର ଲୋକ ଘଟଣା ସ୍ଥଳକୁ ଯାଇ ଖୋଜାଖୋଳି କରିଥିଲେ । ତାଙ୍କର କୌଣସି ଖୋଜଖବର ମିଳିନାହିଁ । ତେବେ ସେ ଯେଉଁ ଫୋନ ନମ୍ବରରୁ ଗତକାଲି ଫୋନ କରିଥିଲେ ଉକ୍ତ ନମ୍ବର ମଧ୍ୟ ବନ୍ଦ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking