32.1 C
Bhubaneswar
Sunday, May 19, 2024
Homeଓଡିଶା୨ଲକ୍ଷ ୨୯ହଜାର ୩୧୩ହିତାଧିକାରୀ ଟିକା ନେଲେ

୨ଲକ୍ଷ ୨୯ହଜାର ୩୧୩ହିତାଧିକାରୀ ଟିକା ନେଲେ

ଭୁବନେଶ୍ୱର:  ରାଜ୍ୟରେ ଶନିବାର ୨ଲକ୍ଷ ୨୯ହଜାର ୩୧୩ହିତାଧିକାରୀ ଟିକା ନେଇଛନ୍ତି । ଫଳରେ ରାଜ୍ୟରେ ମୋଟ ଟିକାକରଣ ସଂଖ୍ୟା ୨କୋଟି ୫୩ଲକ୍ଷ ୩୬ହଜାର ୯୨୪ରେ ପହଞ୍ଚିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୯୦ଲକ୍ଷ ୪୦ହଜାର ୬୭୨ ହିତାଧିକାରୀ ପ୍ରଥମ ଡୋଜ୍ ନେଇଥିଲାବେଳେ ୬୨ ଲକ୍ଷ ୯୬ହଜାର ୨୫୨ଜଣ ଦ୍ୱିତୀୟ ଡୋଜ୍ ନେଇସାରିଲେଣି । ରାଜ୍ୟରେ ରବିବାର ୧୦୧ ଟିକା କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିବ । କେବଳ ଗଞ୍ଜାମର ୨, ପୁରୀର ୬୯, ଓ ଭୁବନେଶ୍ୱରର ୩୦ ସ୍ଥାନରେ ଟିକାକରଣ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ରାଜ୍ୟରେ ମୋଟ ଟିକାକରଣ ମଧ୍ୟରୁ ୩ ଲକ୍ଷ ୫୨ ହଜାର ୨୧୯ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ୍ ଓ ୨ ଲକ୍ଷ ୯୨ହଜାର ୪୧୭ ଜଣ ସ୍ୱାସ୍ଥ୍ୟ କର୍ମୀ ଦ୍ୱିତୀୟ ଡୋଜ୍ ଟିକା ନେଲେଣି । ସେହିପରି ୩ ଲକ୍ଷ ୪୯ ହଜାର ୧୪ ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ୍ ଓ ୨ଲକ୍ଷ ୭୯ହଜାର ୫୮୭ ଜଣ ଦ୍ୱିତୀୟ ଡୋଜ୍ ଲେଲେଣି । ୧୮ରୁ ୪୪ ବର୍ଷ ମଧ୍ୟରେ ୯୭ଲକ୍ଷ ୬ହଜାର ୩୦୮ପ୍ରଥମ ଡୋଜ୍ ଓ ୧୫ଲକ୍ଷ ୫ହଜାର ୭୪୫ ଜଣ ଦ୍ୱିତୀୟ ଡୋଜ୍ ନେଇଛନ୍ତି । ସେହିପରି ୪୫ ବର୍ଷରୁ ଊର୍ଦ୍ଧ୍ୱ ୮୬ଲକ୍ଷ ୩୩ହଜାର ୧୩୧ ଜଣ ପ୍ରଥମ ଡୋଜ୍ ଓ ୪୨ଲକ୍ଷ ୧୮ହଜାର ୫୦୩ ଜଣ ଦ୍ୱିତୀୟ ଡୋଜ୍ ନେଲେଣି । ରାଜ୍ୟରେ ମୋଟ ୧ଲକ୍ଷ ୩୩ହଜାର ୫୮୭ ଜଣ ଗର୍ଭବତୀ ପ୍ରଥମ ଡୋଜ୍ ଟିକା ନେଲେଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking