34.1 C
Bhubaneswar
Saturday, May 18, 2024
Homeଓଡିଶାକୋଭିଡ୍ ସର୍ଭେବେଳେ ଆସିଲା ସାଂଘାତିକ ତଥ୍ୟ

କୋଭିଡ୍ ସର୍ଭେବେଳେ ଆସିଲା ସାଂଘାତିକ ତଥ୍ୟ

ଭୁବନେଶ୍ୱର: କୋଭିଡ୍ ସର୍ଭେବେଳେ ଆସିଲା ସାଂଘାତିକ ତଥ୍ୟ । ରାଜ୍ୟରେ କରୋନାର ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ରାଜ୍ୟ ସରକାର ଘରକୁ ଘର ବୁଲି ସର୍ଭେ ପାଇଁ ଘୋଷଣା କରିଥିଲେ । ଯାହାଫଳରେ କୋଭିଡ୍ ଲକ୍ଷଣ ଥିବା ରୋଗୀଙ୍କୁ ଆଗୁଆ ଚିହ୍ନଟ ସହିତ ସଂକ୍ରମଣକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇପାରିବ । ମେ’ ୨୪ତାରିଖରୁ ଏହା ଆରମ୍ଭ ହୋଇ ଏହି ସର୍ଭେ ଅଗଷ୍ଟ ୨୩ ପର୍ଯ୍ୟନ୍ତ ଚାଲିଥିଲା । ରାଜ୍ୟବ୍ୟାପୀ ହୋଇଥିବା ଏବେ ସର୍ଭେରେ କୋଭିଡ୍ ରୋଗୀଙ୍କ ସହିତ ବହୁ ସଂଖ୍ୟାରେ ଯକ୍ଷ୍ମା, କୁଷ୍ଠ, ଉଚ୍ଚ ରକ୍ତଚାପ ଓ ଅନ୍ୟ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଗୋଷ୍ଠୀସ୍ତରରେ ଏକାଧିକ ରୋଗରେ ଆକ୍ରାନ୍ତ ରୋଗୀ ରହିଥିବା ବେଳେ ଏହି ସର୍ଭେ ଯୋଗୁଁ ସେମାନଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇପାରିଛି ।

ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୩ ମାସିଆ ସର୍ଭେରେ ୯୫.୧୮ଲକ୍ଷ ଘରକୁ ଯାଇ ସର୍ଭେ କରାଯାଇଥିଲା । ଅତିକମ୍‌ରେ ୧୫ଦିନରେ ଥରେ ସେମାନଙ୍କୁ ଘରକୁ ଘର ଯାଇ ଲୋକଙ୍କ ବିଭିନ୍ନ ଲକ୍ଷଣ ସମ୍ପର୍କରେ ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଥିଲା । ଯେଉଁ ଲୋକଙ୍କ କୋଭିଡ୍ ଲକ୍ଷଣ ରହିଥିଲା ସେମାନଙ୍କୁ ପରୀକ୍ଷା କରିବା ଲାଗି କୁହାଯାଇଥିଲା । ସମୁଦାୟ ୧୬.୪୯ଲକ୍ଷ ନମୁନାର ଆରଟିପିସିଆର/ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିବା ବେଳେ ତହିଁରୁ ୨ଲକ୍ଷ ୪ହଜାର ୧୦୪ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାସହ ୫୬,୫୫୨ ମଧୁମେହ, ୭୩୯୯ ନୂତନ ଯକ୍ଷ୍ମା, ୩୦୦୨ ମ୍ୟାଲେରିଆ ଓ ୧୬୨୫ କୁଷ୍ଠ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଯାହାକି ସର୍ଭେର ଅନ୍ୟତମ ବଡ଼ ସଫଳତା ବୋଲି କୁହାଯାଉଛି ।

ପ୍ରାଥମିକ ପର୍ଯ୍ୟାୟରେ ସ୍କ୍ରିନିଂ ପରେ ୧୫,୯୮୮ ସନ୍ଦିଗ୍ଧ କୁଷ୍ଠ ରୋଗୀଙ୍କୁ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରାଯାଇଥିଲା । ତହିଁରୁ ୧୬୨୫ କୁଷ୍ଠ ରୋଗୀ ଥିବା ସ୍ପଷ୍ଟ ହୋଇଥିଲା । ଇତିମଧ୍ୟରେ ସେମାନଙ୍କୁ ଆବଶ୍ୟକ ଏମ୍‌ଡିଟି ଯୋଗାଇ ଦିଆଯାଇଛି । ସେହିପରି ସ୍ପୁଟମ୍ ମାଇକ୍ରୋସ୍କୋପି ଜରିଆରେ ୭୩୯୯ କୁଷ୍ଠ ରୋଗୀକୁ ଚିହ୍ନଟ କରାଯାଇଥିଲା । ଏହା ବ୍ୟତୀତ ପତଳା ଝାଡ଼ାରେ ଆକ୍ରାନ୍ତ ୫୯,୦୭୦ ୫ବର୍ଷରୁ କମ୍ ଶିଶୁଙ୍କୁ ଠାବ କରାଯିବା ପରେ ସେମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି । ସର୍ଭେରେ ୬୭୯୬ ରୋଗୀଙ୍କୁ ଡାଏଲିସିସ୍ ସହିତ ୨୬୫୭ଜଣଙ୍କୁ କେମୋ ଥେରାପି ରୋଗୀଙ୍କ ପଞ୍ଜୀକରଣ କରାଯିବା ସହିତ ତହିଁରୁ ୯୬ ପ୍ରତିଶତ ରୋଗୀଙ୍କୁ ଆବଶ୍ୟକ ଡାଏଲିସି୍ ଓ କେମୋଥେରାପି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking