29.1 C
Bhubaneswar
Saturday, May 4, 2024
Homeଖେଳଆବୁଧାବିରେ ପହଞ୍ଚିଲେ ରୋହିତ, ବୁମ୍‌ରା ଓ ସୂର୍ଯ୍ୟକୁମାର

ଆବୁଧାବିରେ ପହଞ୍ଚିଲେ ରୋହିତ, ବୁମ୍‌ରା ଓ ସୂର୍ଯ୍ୟକୁମାର

ଆବୁଧାବ: ଆଇପିଏଲ୍‌-୧୪ର ଅବଶିଷ୍ଟ ୩୧ଟି ମ୍ୟାଚ୍ ଆସନ୍ତା ୧୯ରୁ ଆରମ୍ଭ ହେଉଥିବା ବେଳେ ଏଥି ସକାଶେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା, ପେସର୍ ଜସ୍‌ପ୍ରୀତ୍ ବୁମ୍‌ରା ଓ ସୂର୍ଯ୍ୟକୁମାର ଯାଦବ ସେମାନଙ୍କ ପରିବାର ସହ ଶନିବାର ଏକ ଚାର୍ଟର୍ ପ୍ଲେନ୍‌ରେ ମାଞ୍ଚେଷ୍ଟର୍‌ରୁ ଆସି ୟୁଏଇରେ ପହଞ୍ଚିଛନ୍ତି । ସେମାନେ ଏଠାରେ ୬ ଦିନ କ୍ୱାରେଣ୍ଟାଇନ୍‌ରେ ରହିବା ପରେ ଦଳ ସହ ଯୋଗଦେବେ । ମାଞ୍ଚେଷ୍ଟର ଛାଡ଼ିବା ଏବଂ ଆବୁଧାବିରେ ପହଞ୍ଚିବା ପରେ ସେମାନଙ୍କ ନମୁନା ନେଗେଟିଭ୍ ରହିଛି ।

ଆଇପିଏଲ୍ ପୂର୍ବରୁ ନିଜ କ୍ୟାପ୍‌ଟେନ୍‌ଙ୍କୁ ଆବୁଧାବିରେ ସ୍ୱାଗତ କରିବା ଅବସରରେ ମୁମ୍ବାଇ ପକ୍ଷରୁ ରୋହିତ ଓ ପତ୍ନୀ ଋତିକାଙ୍କ ଏକ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରାଯାଇଛି । ସେହିପରି ଟିମ୍ ପକ୍ଷରୁ ବୁମ୍‌ରା ଓ ସଞ୍ଜନାଙ୍କ ଏକ ଫଟୋ  ପୋଷ୍ଟ ସହ ସେମାନଙ୍କୁ ସ୍ୱାଗତ କରାଯାଇଛି ।  ଅନ୍ୟପକ୍ଷରେ ଚେନ୍ନାଇ ସୁପର୍ କିଙ୍ଗ୍‌ସ ସିଇଓ କାଶୀ ବିଶ୍ୱନାଥଙ୍କ କହିବାନୁସାରେ, ମାଞ୍ଚେଷ୍ଟର୍ ଟେଷ୍ଟ୍ ରଦ୍ଦ ହୋଇଥିବାରୁ ଖେଳାଳିମାନେ ଶନିବାର ଦୁବାଇରେ ପହଞ୍ଚିବେ । ଅନ୍ୟପକ୍ଷରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ମଧ୍ୟ ବିରାଟ କୋହଲି ଓ ମହମ୍ମଦ ସିରାଜ୍‌ଙ୍କ ପାଇଁ ଏକ ଚାର୍ଟର୍ ପ୍ଲେନ୍ ବ୍ୟବସ୍ଥା କରିଛି ।

ଉଭୟ ରବିବାର ସକାଳେ ଦୁବାଇରେ ପହଞ୍ଚିବେ । ସେହିପରି ଇଂଲଣ୍ଡର ଷ୍ଟାର୍ ଖେଳାଳି ଜନ୍ନି ବେୟାର୍‌ଷ୍ଟୋ, ଡେଭିଡ୍ ମାଲାନ୍ ଓ କ୍ରିସ୍ ଓକ୍ସ ୟୁଏଇରେ ହେବାକୁ ଥିବା ଆଇପିଏଲ୍ ୨୦୨୧ର ଦ୍ୱିତୀୟ ଚରଣରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଓହରିଯାଇଛନ୍ତି । ତେବେ ଚେନ୍ନାଇ ସୁପର କିଙ୍ଗ୍‌ସର ଖେଳାଳି ମୋଇନ ଅଲୀ ଓ ସାମ୍ କୁରାନ୍ ଲଣ୍ଡନରୁ ଏକ କମର୍ସିଆଲ୍ ଫ୍ଲାଇଟ୍‌ରେ ଦୁବାଇ ପହଞ୍ଚିବେ ବୋଲି ଜଣାଯାଇଛି। ମାଞ୍ଚେଷ୍ଟର ଟେଷ୍ଟ ରଦ୍ଦ ହେବା ଫଳରେ କେତେକ ଇଂଲିଶ ଖେଳାଳି ଟିମ୍ ଇଣ୍ଡିଆ ଉପରେ ନାରାଜ ଅଛନ୍ତି ଓ ଆଇପିଏଲ୍ ଫୋଜ୍‌-୨ରୁ ନାମ ପ୍ରତ୍ୟାହାର କରିପାରନ୍ତି ବୋଲି ବ୍ରିଟିଶ୍ ସମ୍ବାଦପତ୍ର ‘ଦ ଡନ୍‌’ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା ।

ଆଇପିଏଲ୍‌ରେ ବେୟାର୍‌ଷ୍ଟୋ ସନ୍‌ରାଇଜର୍ସ ହାଇଦ୍ରାବାଦ, ମାଲାନ୍ ପଞ୍ଜାବ କିଙ୍ଗ୍‌ସ ଓ ଓକ୍ସ ଦିଲ୍ଲୀ କ୍ୟାପିଟାଲ୍‌ର ସଦସ୍ୟ ଥିଲେ । ପଞ୍ଜାବ କିଙ୍ଗ୍ ମାଲାନ୍‌ଙ୍କ ବଦଳ ଖେଳାଳି ଭାବେ ସାଉଥ୍ ଆଫ୍ରିକାର ଆଇଡେନ୍ ମାର୍କରାମଙ୍କୁ ସାମିଲ କରିଥିବା ବେଳେ ହାଇଦ୍ରାବାଦ ଓ ଦିଲ୍ଲୀ ବର୍ତ୍ତମାନ ସୁଦ୍ଧା ବଦଳ ଖେଳାଳି ଘୋଷଣା କରିନାହାନ୍ତି । ଏହା ପୂର୍ବରୁ ୩ ଇଂଲିଶ ଖେଳାଳି ଟୁର୍ଣ୍ଣାମେଣ୍ଟ୍‌ରୁ ଓହରି ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking