29.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶତାଲିବାନ ମନ୍ତ୍ରିମଣ୍ଡଳକୁ ନେଇ ଜାତିସଂଘ ଚିନ୍ତିତ

ତାଲିବାନ ମନ୍ତ୍ରିମଣ୍ଡଳକୁ ନେଇ ଜାତିସଂଘ ଚିନ୍ତିତ

ନୂଆଦିଲ୍ଲୀ :  ଆଫଗାନିସ୍ତାନରେ ତାଲିବାନ ପକ୍ଷରୁ ୩୩ ଜଣିଆ କାମଚଳା ସରକାର ଘୋଷଣା କରାଯାଇଛି ସତ, ତେବେ ବିଭିନ୍ନ କାରଣରୁ ଏହି ସରକାର ଏପର୍ଯ୍ୟନ୍ତ ଶପଥ ନେଇପାରିନାହାନ୍ତି । ନୂତନ ସରକାରରେ କୌଣସି ମହିଳାଙ୍କୁ ସ୍ଥାନିତ କରାଯାଇନଥିବାବେଳେ ଅଣ ତାଲିବାନୀ, ପୂର୍ବ ସରକାର କିମ୍ବା ସଂଖ୍ୟାଲଘୁ ସଂପ୍ରଦାୟକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି । ଅପରପକ୍ଷରେ ନୂଆ ତାଲିବାନ ସରକାରକୁ ନେଇ ଜାତିସଂଘ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି । ପୁନଶ୍ଚ ୧୯୯୬-୨୦୦୧ ତାଲିବାନ ଶାସନରେ ଯେଉଁମାନେ କ୍ଷମତା ଅକ୍ତିଆର କରିଥିଲେ, ସେମାନଙ୍କୁ ପୁଣି ଥରେ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି ।

ପ୍ରଧାନମନ୍ତ୍ରୀ ମୁଲ୍ଲା ହସନ ଅଖୁଣ୍ଡଙ୍କ ସମେତ ଉପ ପ୍ରଧାନମନ୍ତ୍ରୀ ମୁଲ୍ଲା ଅବଦୁଲ ଘନି ବାରାଦର ଓ ସ୍ୱରାଷ୍ଟ୍ରମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନି ପୂର୍ବରୁ ଜାତିସଂଘ ପକ୍ଷରୁ ବିଶ୍ୱ ଆତଙ୍କବାଦୀ ଘୋଷିତ ହୋଇସାରିଛନ୍ତି । ଏହି ପରିପ୍ରେକ୍ଷୀରେ ନୂଆ ତାଲିବାନ ସରକାରକୁ ସ୍ୱୀକୃତି ପ୍ରଦାନ ପ୍ରସଙ୍ଗ ସମେତ ଏହି ଦାଗୀ ମନ୍ତ୍ରୀଙ୍କ ବିରୋଧରେ ଜାତିସଂଘ ନିରାପତ୍ତା ପରିଷଦ କିଭଳି ଆଭିମୁଖ୍ୟ ଗ୍ରହଣ କରିବ, ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁତିରେଜ୍‌ଙ୍କ ଆଫଗାନିସ୍ତାନ ପ୍ରତିନିଧି ଦେବେରାହ୍ ଲିୟନ୍‌ସ କହିଛନ୍ତି । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ନିରାପତ୍ତା ପରିଷଦ ଓ ଜାତିସଂଘକୁ ପ୍ରତିନିଧିତ୍ୱ କରୁଥିବା ଆଫଗାନିସ୍ତାନର ପଡୋଶୀ ରାଷ୍ଟ୍ରର ପ୍ରତିନିଧିମାନେ ମିଳିତଭାବେ ନିଷ୍ପତ୍ତି ନେବାକୁ ସେ ପ୍ରସ୍ତାବ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking