30.1 C
Bhubaneswar
Friday, April 26, 2024
Homeଅପରାଧ'ବାବା କା ଢାବା' ମାଲିକଙ୍କ ଆତ୍ମହତ୍ୟା ଉଦ୍ୟମ

‘ବାବା କା ଢାବା’ ମାଲିକଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: କରୋନା କାଳରେ ଚର୍ଚ୍ଚାରେ ଥିବା ବାବା କା ଢାବାର ମାଲିକ କାନ୍ତା ପ୍ରସାଦ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି । ଦିଲ୍ଲୀ ମାଲବୀୟ ନଗର ଅଂଚଳରେ ରହୁଥିବା କାନ୍ତା ପ୍ରସାଦ ମଦ୍ୟ ପାନ କରି, ନିଦ ବଟିକା ଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି । ସୂଚନା ଅନୁସାରେ, ଏହି ମାମଲା ଗୁରୁବାର ରାତି ପ୍ରାୟ ୧୦ ଟାରେ ଘଟିଥିଲା ।  କାନ୍ତା ପ୍ରସାଦ ମଦ ପିଇ ନିଶାରେ ନିଦ ବଟିକା ଖାଇଥିଲେ । ପରେ ତାଙ୍କୁ ବିଳମ୍ବିତ ରାତିରେ ଦିଲ୍ଲୀ ସଫଦରଗଂଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ବାବା କାନ୍ତା ପ୍ରସାଦ ବିପଦ ମୁକ୍ତ ଅଛନ୍ତି । ହସ୍ପିଟାଲରୁ ହିଁ ପୁଲିସକୁ ଏସଂକ୍ରାନ୍ତରେ ଖବର ମିଳିଥିଲା । ଦିଲ୍ଲୀ ପୁଲିସ ଡିସିପି ସାୁଥ ଅତୁଲ ଠାକୁର କହିଛନ୍ତି ଯେ, ୮୦ ବର୍ଷର କାନ୍ତା ପ୍ରସାଦଙ୍କୁ ବିଲଣ୍ୱିତ ରାତି ରେ ସଫଦରଜଂଙ୍ଗ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେ ମଦ ପିଇଥିଲେ ଓ ନିଦ ବଟିକା ଖାଇଦେଇଥିଲେ । କାନ୍ତାଙ୍କ ପୁଅଙ୍କର ବୟାନ ରେକର୍ଡ କରାଯାଇଛି । ଏବେ ଏହାର ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking