31.1 C
Bhubaneswar
Tuesday, May 7, 2024
Homeଓଡିଶାରଥ ପାଇଁ ୪ ଥର କରୋନା ଟେଷ୍ଟ

ରଥ ପାଇଁ ୪ ଥର କରୋନା ଟେଷ୍ଟ

ପୁରୀ: ରଥଯାତ୍ରାରେ ସଂପୃକ୍ତ ସେବାୟତଙ୍କର ହେବ ଆରଟିପିସିଆର ଟେଷ୍ଟ । ରଥ ସହ ସଂପୃକ୍ତ ସମସ୍ତଙ୍କର ୪ ଥର ଆରଟିପିସିଆର ଟେଷ୍ଟ କରାଯିବ । ସେବାୟତ, ପୋଲିସ କର୍ମଚାରୀ, ମନ୍ଦିର ଅଧିକାରୀଙ୍କର ଟେଷ୍ଟ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ସ୍ନାନ ଯାତ୍ରା ପୂର୍ବରୁ, ଗୁଣ୍ଡିଚା ଯାତ୍ରା ପୂର୍ବରୁ ଆରଟିପିସିଆର ଟେଷ୍ଟ କରାଯିବ । ସେହିଭଳି ବାହୁଡା ଯାତ୍ରା ପୂର୍ବରୁ ଓ ନୀଳାଦ୍ରିବିଜେର ୧୫ ଦିନ ପରେ ବି ହେବ ଟେଷ୍ଟ । ୪୮ ଘଣ୍ଟା ପୂର୍ବରୁ ସମସ୍ତଙ୍କର ଆରଟିପିସିଆର ଟେଷ୍ଟ କରାଯିବାକୁ ନିଷ୍ପତ୍ତି ହୋଇଛି । ସଂପୃକ୍ତ ସମସ୍ତ ସେବାୟତ ଓ ଅଧିକାରୀଙ୍କୁ ଟିକାକରଣ ଉପରେ ଫୋକସ କରାଯିବ । ଯୋଗସୂତ୍ର ସ୍ଥାପନ ପାଇଁ ଜଣେ ନୋଡାଲ ଅଧିକାରୀ ନିଯୁକ୍ତ ହେବେ । ଶ୍ରୀମନ୍ଦିର ପ୍ରଶାସନ ଓ ସିଡିଏମଓ ଅଫିସ ମଧ୍ୟରେ ଯୋଗସୂତ୍ର ରଖିବେ । ସ୍ନାନଯାତ୍ରା ଓ ରଥଯାତ୍ରାରେ ସେବାୟତଙ୍କୁ ଆବଶ୍ୟକ ମାସ୍କ ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking