28.1 C
Bhubaneswar
Saturday, April 27, 2024
Homeଓଡିଶାନଗଡାର ବିକାଶ କାର୍ଯ୍ୟରେ ବିଳମ୍ବ ହେଲେ ବରଦାସ୍ତ କରାଯିବ ନାହିଁ : ଜିଲ୍ଲା ପ୍ରଶାସନ

ନଗଡାର ବିକାଶ କାର୍ଯ୍ୟରେ ବିଳମ୍ବ ହେଲେ ବରଦାସ୍ତ କରାଯିବ ନାହିଁ : ଜିଲ୍ଲା ପ୍ରଶାସନ

ଯାଜପୁର (ଓ.ଏନ.ଏ) – ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକର ବହୁ ଚର୍ଚ୍ଚିତ ନଗଡାର ଶିଶୁ ମଡକ ଦେଶ ତଥା ବିଶ୍ୱରେ ଆଲୋଡନ ସୃଷ୍ଟି କରିଥିଲା । ନଗଡାର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି । ନଗଡାର ରାସ୍ତାଘାଟ ପାନୀୟ ଜଳ, ସ୍ୱାସ୍ଥ୍ୟ, ସେମାନଙ୍କୁ ସ୍ୱାବଲମ୍ବି କରିବା ଓ ଶିକ୍ଷା ଦେବା ପାଇଁ ଯୋଜନା ପ୍ରସ୍ତୁତ ହୋଇ କାର୍ଯ୍ୟକାରି ହୋଇଛି । ଯୋଜନା ଗୁଡିକ ସୁଚାରୁ ରୂପେ କାର୍ଯ୍ୟାକାରି ହେଉନାହିଁ । ରାସ୍ତାଘାଟ ନିର୍ମାଣରେ ଅନିୟମିତତା ଦେଖାଦେଇଛି । ନଗଡାକୁ ସଚିବ ମାନେ ଓ ଜିଲ୍ଲା ପ୍ରଶାସନ ଘନ ଘନ ଗସ୍ତକରି ସମିକ୍ଷା ବୈଠକ କରୁଛନ୍ତି କିନ୍ତୁ କୌଣସି ଫଳ ମିଳୁନାହିଁ । ଯାଜପୁରର ଭାରପ୍ରାପ୍ତ ଜିଲ୍ଲାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ୧୨ ତାରିଖରେ ନଗଡା ଗସ୍ତ କରି କାର୍ଯ୍ୟଗୁଡିକ ତଦାରଖ କରିବା ସଂଗେ ସମୀକ୍ଷା ବୈଠକ କରିଥିଲେ । କାର୍ଯ୍ୟଗୁଡିକ ବିଳମ୍ବ ହେବା ହେତୁ ଅସନ୍ତୋଷ ପ୍ରକାଶ କରିଥିଲେ । ତୁରନ୍ତ କାର୍ଯ୍ୟଗୁଡିକୁ ସମ୍ପୁର୍ଣ୍ଣ କରିବା ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଠିକ୍ ସମୟରେ କାର୍ଯ୍ୟ ଗୁଡିକ ସଂପୁର୍ଣ୍ଣ ନହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗିୟ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି ।

ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ , ଗ୍ରାମ ଜଳ ଯୋଗାଣ, ଅଙ୍ଗନ ବାଡି କେନ୍ଦ୍ର ଇତ୍ୟାଦି ଗୁଡିକୁ ପରିଦର୍ଶନ କରିଥିଲେ । ନଗଡାକୁ ଯୋଗାଯୋଗ କରିବା ପାଇଁ ରାସ୍ତା ମରାମତି ଯୁଦ୍ଧକାଳୀନ ଭିତିରେ କରିବା ପାଇଁ ନିଦ୍ଦେଶ ଦେଇଥିଲେ । ପୂର୍ବରୁ ମଧ୍ୟ ଏହି ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଏଯାଏଁ ତାହା କାର୍ଯ୍ୟକାରି ହୋଇପାରିନାହିଁ । ନଗଡାରେ ବିଭିନ୍ନ କାର୍ଯ୍ୟଗୁଡିକ ସନ୍ତୋଷ ଜନକ ହୋଇନାହିଁ ବୋଲି ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ନାୟକ କ୍ଷୋଭ ପ୍ରକାଶ କରିଥିଲେ । ଏକ ସପ୍ତାହ ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ପୁର୍ଣ୍ଣଙ୍ଗ କରିବାକୁ ସମସ୍ତ ବିଭାଗକୁ ଦାୟୀ କରାଯାଇ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ । ସରକାରଙ୍କ ୫ଟି କାର୍ଯ୍ୟକ୍ରମ ସହ ବିକାଶ ଉନ୍ନୟନ ପାଇଁ ଅର୍ଥ ଜିଲ୍ଲା ଖଣି ପାଣ୍ଠିରୁ ମଧ୍ୟ ମଂଜୁର କରାଯାଇଛି ଅଥଚ କାର୍ଯ୍ୟର ଅଗ୍ରଗତି ପ୍ରକଳ୍ପ ଗୁଡିକ ଶେଷ ହୋଇନାହିଁ । ସମସ୍ତ ବିଭାଗ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ନଗଡାର ଲୋକମାନେ ବ୍ୟବହାରିକ ପରିବର୍ତନ ବର୍ତମାନ ସୁଦ୍ଧା ଉନ୍ନତି ହୋଇନାହିଁ । ସେମାନଙ୍କ ପାଇଁ ପ୍ରସ୍ତୁତ ପାଇଖାନା ଗୁଡିକ ଭାରପ୍ରାପ୍ତ ଜିଲ୍ଲାପାଳ ବୁଲି ଦେଖିଥିଲେ । ଲୋକମାନେ ପାଇଖାନା ଗୁଡିକୁ ବ୍ୟବହାର କରୁନାହାନ୍ତି । ସ୍ଥାନୀୟ ବାସିନ୍ଦା ସେଗୁଡିକୁ ମଧ୍ୟ ପରିସ୍କାର କରୁନାହାନ୍ତି । ନିଜେ ଶ୍ରୀ ନାୟକ କୋଦାଳ ଓ ସାବଳ ଧରି ସେହି ମାଟି ଗୁଡିକୁ କାଢିବା ଆରମ୍ଭ କରିବା ପରେ ସ୍ଥାନୀୟ ବାସୀଙ୍କ ମନ ପରିବର୍ତନ ହୋଇଛି । ସଫା କରିବା କାର୍ଯ୍ୟରେ ଯୋଗ ଦେଇଥିଲେ । ସେମାନଙ୍କ ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ଉଦ୍ୟମ କରିବେ ବୋଲି ଲୋକମାନେ କହିଥିଲେ । ଶ୍ରୀ ନାୟକ ସେମାନଙ୍କୁ ସ୍ୱାସ୍ଥ୍ୟ , ପାନୀୟ ଜଳ, ଶିକ୍ଷା ଓ ପାଇଖାନା ସମ୍ପର୍କରେ ସଚେତନ କରାଇଥିଲେ ।

ବିଶେଷ କରି ସେମାନଙ୍କୁ ସ୍ୱାବଲମ୍ବି କରିବା ପାଇଁ ମହୁ ଚାଷ କରିବା ପାଇଁ ବୁଝାଇଥିଲେ ଓ ତାଲିମ ମଧ୍ୟ ଦିଆଯାଇଥିଲା । ଏଥିରେ ସୁକିନ୍ଦା ବିଡିଓ ବିଶ୍ୱଜିତ୍ ଦାସ , ଜଳ ପରିମଣ ନିର୍ବାହି ଯନ୍ତ୍ରୀ ଅମୀୟ ପରିଜା, ଏପିଡି ମଧୁସ୍ମିତା ପୃଷ୍ଟି, ଡି.ଏମ.ଏଫର ଲିଡର ସୁବାଶିଷ କୁମାର , ଜିବୀକା ମିଶନର ଡିପିଏମ୍ ବନିନକାନ୍ତ ମାହାରି , ଓଡିଶା ଖଦି ଗ୍ରାମ୍ୟ ଉଦ୍ୟୋଗ ବୋର୍ଡର ପ୍ରତିନିଧି ଭୁପତି ନାୟକ, ଦାସରଥି ନାୟକ, ଟ୍ରେନର ସୁଶାନ୍ତ ବେହେରା ଓ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରି ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗଦେଇଥିଲେ । ପରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ନାୟକ, ସୁକିନ୍ଦା ବ୍ଲକର ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ତୁରନ୍ତ କାର୍ଯ୍ୟଗୁଡିକୁ ପୁର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking