30.1 C
Bhubaneswar
Friday, April 26, 2024
Homeଓଡିଶାଗ୍ରାମରେ କୋକୁଆ ଭୟ : କଅଁସରରେ ଶ୍ରମିକ ମୃତ

ଗ୍ରାମରେ କୋକୁଆ ଭୟ : କଅଁସରରେ ଶ୍ରମିକ ମୃତ

ସଇଁତଳା : କରୋନାକୁ ନେଇ ଦେଶରେ ଭୟର ମାହୋଲ । ଏହି ସମୟରେ ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ୍ କଅଁସର ପଞ୍ଚାୟତର ୨ଜଣ ଶ୍ରମିକ ଜିଲ୍ଲା ବାହାରୁ ଫେରିଥିବା ବେଳେ ଜଣଙ୍କୁ ଜ୍ୱର ହେବାସହ ତାଙ୍କର ମୃତ୍ୟୁ ହୋଇଯାଇଛି । ଅନ୍ୟଜଣେ ଶ୍ରମିକ ଗରୁୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାକୁନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ମୃତ ଶ୍ରମିକ ଜଣକ ହେଲେ ବରଗଛପଡ଼ାର ଜଳନ୍ଧର ଭୋଇ(୨୩) ଓ ଗୁରୁତର ଶ୍ରମିକ ଜଣକ ହେଲେ ବିଶ୍ୱାମିତ୍ର ସାହୁ(୨୬) ।
ସୂଚନା ଅନୁଯାୟୀ, ଜଳନ୍ଧର ଓ ବିଶ୍ୱାମିତ୍ର ଜିଲ୍ଲାର ମୋହନଗିରି ଅଞ୍ଚଳରେ ଶ୍ରମିକ ଭାବେ କାମ କରୁଥିଲେ । ମାର୍ଚ୍ଚ ୨୪ ତାରିଖରେ ଉଭୟ ଗାଁକୁ ଫେରିଥିଲେ । ଗାଁ’କୁ ଫେରିବାର କିଛିଦିନ ପରେ ଜଳନ୍ଧରଙ୍କୁ ଜ୍ୱର ହେବାରୁ ଘରୋଇ ଡାକ୍ତରଙ୍କୁ ଦେଖାଇଥିଲେ । ତାଙ୍କୁ ମ୍ୟାଲେରିଆ ଓ ଟାଇଫଏଡ୍ ହୋଇଥିବା କହି ଡାକ୍ତର ଔଷଧ ଦେଇଥିଲେ । ଶନିବାର ରାତିରେ ଜଳନ୍ଧର ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେଉଥିବା କହିଥିଲେ । ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ସଇଁତଳା ଡାକ୍ତରଖାନା ଓ ପରେ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ହେଲେ ସେଠାରେ ଡାକ୍ତର ଜଳନ୍ଧରଙ୍କୁ ମୃତ ଘୋଷଣା କରିଥିଲେ । ତେବେ ତାଙ୍କ ସାଙ୍ଗରେ ଯାଇଥିବା ବିଶ୍ୱାମିତ୍ର ଗତ ଦୁଇଦିନ ହେଲା ଜ୍ୱର ହୋଇ ସୋମବାର ଗୁରୁତର ହୋଇଥିଲେ । ଏ ବିଷୟରେ ସ୍ଥାନୀୟ ତହସିଲଦାର ସୁନମ କିଶୋର ଡୁଙ୍ଗଡୁଙ୍ଗ ଓ ଆଇଆଇସି ବାରିଣୀ ଦାସ ଜାଣିବା ପରେ କଅଁସର ସରପଞ୍ଚ ସନାତନ ଦୀପଙ୍କୁ ୧୦୪ରେ ଯୋଗାଯୋଗ କରିବାକୁ କହିବା ସହ ତୁରନ୍ତ ବିଶ୍ୱାମିତ୍ରର ଚିକିତ୍ସା ବ୍ୟବସ୍ଥା କରିବାକୁ କହିଥିଲେ । ସରପଞ୍ଚ ଶ୍ରୀ ଦୀପଙ୍କ କହିବା ଅନୁସାରେ ତାଲା ବନ୍ଦ ଯୋଗୁଁ କୌଣସି ଗାଡ଼ି ନମିଳିବା ତଥା ଆମ୍ବୁଲାନ୍ସ ମିଳିବାରେ ବିଳମ୍ବ ହେଉଥିବା ଦେଖି ଏକ ବାଇକ୍ ଯୋଗେ ଶ୍ରୀ ସାହୁଙ୍କୁ ଡାକ୍ତରଖାନା ପଠାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking