28.1 C
Bhubaneswar
Saturday, April 20, 2024
Homeଓଡିଶାଲକଡାଉନ ସମସ୍ୟା : ବୃଦ୍ଧାଙ୍କୁ ନିଜ ହାତରେ ଖୁଆଇ ଦେଲେ ମହିଳା ପୁଲିସ ଏସ.ଆଇ

ଲକଡାଉନ ସମସ୍ୟା : ବୃଦ୍ଧାଙ୍କୁ ନିଜ ହାତରେ ଖୁଆଇ ଦେଲେ ମହିଳା ପୁଲିସ ଏସ.ଆଇ

ମାଲକାନଗିରି : ସମଗ୍ର ବିଶ୍ୱରେ କରୋନା ମାହାମାରୀର ନେଇ ଆତଙ୍କ ଦେଖାଦେଇଥିବା ବେଳେ ଆମ ଦେଶରେ ଲକଡାଉନ ଘୋଷଣା କରାଯାଇଛି । ତେବେ ଜଣେ ମହିଳା ପୁଲିସ ଏସ.ଆଇ ନିଜର କର୍ତବ୍ୟ ସମ୍ପାଦନ ବେଳେ ଜଣେ ମାନସିକ ଅନଗ୍ରସର ବୃଦ୍ଧା ଭୋକିଲା ଥିବା ଜାଣି ନିଜର ଖାଦ୍ୟ ପ୍ରଦାନ କରିବା ସହ ହାତରେ ଖୁଆଇ ଦେଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି, ମାଲକାନଗିରି ଜିଲ୍ଲା ଜୟପୁର ମୂଖ୍ୟରାସ୍ତାର ପଦ୍ମଗିରି ଛକରେ ।
ସୂଚନା ଅନୁଯାୟୀ, ଲକଡାଉନ ଯୋଗୁଁ ଜିଲ୍ଲାର ପଦ୍ମଗିରି ଛକ ନିକଟରେ ମାଲକାନଗିରି ପୁଲିସ ଥାନା ପକ୍ଷରୁ ଏକ ଅସ୍ଥାୟୀ କ୍ୟାମ୍ପ ଖୋଲାଯାଇଛି । ଏଠାରେ କିଛି ପୁଲିସ ଅଧିକାରୀଙ୍କ ସହ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ତେବେ ଏହି କର୍ତବ୍ୟ ସମ୍ପାଦନ ବେଳେ ଜଣେ ମାନସିକ ବିକାରଗ୍ରସ୍ତ ବୃଦ୍ଧା ଭୋକିଲା ଥିବା ଜାଣି କର୍ତବ୍ୟରତ ମହିଳା ଏସ.ଆଇ ଶୁଭଶ୍ରୀ ଭବାନୀ ନାୟକ ପାଖକୁ ଯାଇ ନିଜର ଖାଦ୍ୟକୁ ପ୍ରଦାନ କରିିଥିଲେ । ଏଥିସହ ତାଙ୍କ ବ୍ୟବହାର ପାଇଁ ଆଣିଥିବା ପାଣି ବୋତଲ ମଧ୍ୟ ପ୍ରଦାନ କରିଥିଲେ । ବୃଦ୍ଧା ଜଣକ ମାନସିକ ଅନଗ୍ରସର ହୋଇଥିବାରୁ ଭାତ, ଡାଲି ଓ ତରକାରୀ ପଲିଥିନରୁ ବାହାର କରି ଦେଇଥିଲେ । ତେବେ ବୃଦ୍ଧା ଜଣକ ବାମ ହାତରେ ଭୋଜନ କରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ବାମ ହାତକୁ ହଟାଇ ନିଜେ ତାଙ୍କୁ ଖୁଆଇ ଦେଇଥିଲେ । ଆଜି ସଭ୍ୟ ସମାଜରେ ମାନବିକତା ହଜି ଯାଇଥିବା ବେଳେ ଜଣେ ମହିଳା ଏସ.ଆଇ ନିଜ କର୍ତବ୍ୟ ସାଙ୍ଗକୁ ନିଜର ଭୋଜନ ପ୍ରଦାନ କରି ମାନବିକତା ପରିଚୟ ଦେଇଥିବାରୁ ସାଧାରଣରେ ପ୍ରଶଂସା କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking