34.1 C
Bhubaneswar
Friday, March 29, 2024
Homeଓଡିଶାସାମାଜିକ ଦୂରତାକୁ ମାନୁ ନାହାଁନ୍ତି ଲୋକେ

ସାମାଜିକ ଦୂରତାକୁ ମାନୁ ନାହାଁନ୍ତି ଲୋକେ

ମାଲକାନଗିରି : ସାରା ବିଶ୍ୱରେ କରୋନା ମହାମାରୀର ରୂପ ନେଇଥିବା ବେଳେ ଆମ ଦେଶରେ ମଧ୍ୟ ଏହି ଭୂତାଣୁ କାୟା ବିସ୍ତାର କରିବାରେ ଲାଗିଛି । ତେବେ ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳଛି । ଏହି ରୋଗର ପ୍ରତିରୋଧ ପାଇଁ ସାମାଜିକ ଦୂରତା ବଜାୟ ରଖିବାକୁ ବାରମ୍ବାର ଅନୁରୋଧ କରାଯିବା ସତ୍ତ୍ୱେ ମାଲକାନଗିରି ଜିଲ୍ଲା ସଦର ମହକୁମାର ଲୋକେ ଖାତିର କରୁନଥିବା ପରିଲକ୍ଷିତ ହୋଇଛି । ସାମାଜିକ ଦୂରତା ବଜାୟ ରଖିବା ଅନିବାର୍ଯ୍ୟ ହୋଇଥିବା ବେଳେ ମାଲକାନଗିରି ପୌରପରିଷଦ ଅଞ୍ଚଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ କେନ୍ଦ୍ରରେ ଲୋକେ ଭିଡ଼ ଜମାଉଥିବା ସହ ସାମାଜିକ ଦୂରତାକୁ ଖାତିର କରୁନାହାନ୍ତି । ସହରର କୁମୁଟିଗୁଡ଼ା ଓ ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଲୋକଙ୍କୁ ଭିଡ଼ ଦେଖିବାକୁ ମିଳିଛି । ଏହି ସମସ୍ତ କେନ୍ଦ୍ରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ସମେତ ପୌରପରିଷଦ ପକ୍ଷରୁ ୧ହଜାର ଟଙ୍କା ଇନଟେନସିଭ ଆକାରରେ ପ୍ରଦାନ କରାଯାଉଥିଲା । ସେହି ସମୟରେ ଲୋକଙ୍କ ନାହିଁନଥିବା ଭିଡ଼ ଜମିଛି । ଏହି ସମସ୍ତ କେନ୍ଦ୍ରରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଟାୟାର ଓ ଗୋଲେଇ କରି ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଉଥିବା ସତ୍ତ୍ୱେ୍ୱ ଏହାର ଖିଲାପ କରୁଥିବା ପରିଲକ୍ଷିତ ହୋଇଛି । ଏବିଷୟରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଅବଗତ ହେବାପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ ଓ ପୌରପରିଷଦର ନିର୍ବାହୀ ଅଧିକାରୀ ଏମ୍‌. ନୀଳକଣ୍ଠ ନାଇଡୁଙ୍କୁ ସାମାଜିକ ଦୂରତ୍ୱ ଯେଭଳି ପାଳନ କରାଯିବ ସେଥିପ୍ରତି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking