32.1 C
Bhubaneswar
Friday, April 26, 2024
Homeଅପରାଧଜେଲରେ ବିଚାରାଧିନ କଏଦୀର ମୃତ୍ୟୁ

ଜେଲରେ ବିଚାରାଧିନ କଏଦୀର ମୃତ୍ୟୁ

ମୟୁରଭଞ୍ଜ : ଆଜି ବାରିପଦା ସ୍ଥିତ ପିଆରଏମ୍ ମେଡିକାଲରେ ବାରିପଦା ମଣ୍ଡଳ କାରାଗାରର ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ । ମୃତକ ସୁରଜ ନାଥ (୪୫) ସମ୍ବଲପୁର ଜିଲ୍ଲାର ବିକମପୁର ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ମୋରଡା ଠାରେ ପ୍ରେମ ବିବାହ କରି ରହି ଆସୁଥିଲେ । ତେବେ ଗତ ଶୁକ୍ରବାର ଦିନ ପାରିବାରିକ କଳହକୁ କେନ୍ଦ୍ର କରି ପତ୍ନୀ କୁମୁଦିନୀ ମହାକୁଡଙ୍କୁ ପିଟାମରା କରି କତୁରୀରେ ହାଣି ରକ୍ତାକ୍ତ କରିଥିଲେ । ଯାହାକୁ ନେଇ କୁମୁଦିନୀ ମୋରଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ ସୁରଜକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜାମିନ ଅବେଦନ ଖାରଜ ହେବାରୁ ତାଙ୍କୁ ବାରିପଦା ମଣ୍ଡଳ କାରାଗାରକୁ ପଠାଇ ଦିଆ ଯାଇଥିଲା । ସେଠାରେ ହଠାତ ତାଙ୍କ ଶରୀର ଅସୁସ୍ଥ ହେବାରୁ ତାଙ୍କୁ ଜେଲ୍ କର୍ତ୍ତୃପକ୍ଷ ମେଡିକାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ଆଜି ଦିନ ପ୍ରାୟ ୧୨ଟା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସୁରଜର ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରି ଆଲୋଚନା ହେଉଥିବା ବେଳେ ସୁରଜକୁ ପୋଲିସ କେତେବେଳେ ଜେଲ କତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିଲେ ତାର ସିସିଟିଭି ଫୁଟେଜ ଯାଞ୍ଚ କରାଗଲେ ପ୍ରକୃତ ଚିତ୍ର ସାମ୍ନାକୁ ଆସିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।
https://onakhabar.com/2020/03/01/young-bjp-president-subhas-khuntia-arrested/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking