30.1 C
Bhubaneswar
Wednesday, April 24, 2024
Homeଓଡିଶାଏସସିବି ଲାଗି ୧୦ ପରାମର୍ଶଦାତାଙ୍କୁ ନିଯୁକ୍ତି

ଏସସିବି ଲାଗି ୧୦ ପରାମର୍ଶଦାତାଙ୍କୁ ନିଯୁକ୍ତି

ଭୁବନେଶ୍ବର: କଟକ ଏସସିବିକୁ ବିଶ୍ୱସ୍ତରୀୟ ହସ୍ପିଟାଲ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ୧୦ବିଶିଷ୍ଟ ଚିକିତ୍ସାବିତଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ । ୧୦ପରାମର୍ଶଦାତାଙ୍କ ମଧ୍ୟରେ ୭ପଦ୍ମ ପୁରସ୍କାର ପ୍ରାପ୍ତ ଓ ୪ଜଣ ଏସସିବି ମେଡିକାଲର ପୂର୍ବତନ ଚିକିତ୍ସକ ।
ଏହି ପରାମର୍ଶଦାତା ମାନେ ହେଲେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ପଦ୍ମଭୂଷଣ ଡାକ୍ତର ରମାକାନ୍ତ ପଣ୍ଡା, ହୃଦରୋଗ ବିଶେଷଜ୍ଞ ପଦ୍ମଭୂଷଣ ଡାକ୍ତର କେ ଶ୍ରୀନାଥ ରେଡି, ଗ୍ୟାଷ୍ଟ୍ରୋଏଣ୍ଟରୋଲୋଜିଷ୍ଟ ପଦ୍ମଶ୍ରୀ ଡାକ୍ତର ସୁବ୍ରତ ଆଚାର୍ଯ୍ୟ, କିଡନି ପ୍ରତ୍ୟାରୋପଣ ଲାଗି ବିଖ୍ୟାତ ପଦ୍ମଶ୍ରୀ ଡାକ୍ତର ମୁକୁଟ ମିଞ୍ଜ, କର୍କଟରୋଗ ବିଶେଷଜ୍ଞ ପଦ୍ମଶ୍ରୀ ଡାକ୍ତର ଦିଗମ୍ବର ବେହେରା, ଓନକୋଲୋଜିଷ୍ଟ୍ ପଦ୍ମଶ୍ରୀ ଡାକ୍ତର ରାଜନ୍ ବଡୱେ, ମେଡିସିନ୍ ସ୍ପେସାଲିଷ୍ଟ୍ ଡାକ୍ତର ଜଗତ ନରୁଲା, ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ଡିଏନ୍ ରାଓ ଏବଂ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ମେଡିକାଲ୍ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦେଶକ ଏହି ପରାମର୍ଶଦାତା କମିଟିର ଆବାହକ ଦାୟିତ୍ବ ନିର୍ବାହ କରିବେ ବୋଲି ଜଣାଯାଇଛି ।
https://onakhabar.com/2020/03/01/be-careful-strictly-from-today/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking