27.1 C
Bhubaneswar
Thursday, April 25, 2024
Homeଓଡିଶାଇସଲାମ ଧର୍ମର ସର୍ବ ଭାରତୀୟ ଧର୍ମ ସମ୍ମିଳନୀ

ଇସଲାମ ଧର୍ମର ସର୍ବ ଭାରତୀୟ ଧର୍ମ ସମ୍ମିଳନୀ

ଯାଜପୁର: ଯାଜପୁରରେ ପୃଥକ ପୃଥକ ଦୁଇଟି ସ୍ଥାନରେ ଚାଲିଛି ଇସଲାମ ଧର୍ମର ସର୍ବ ଭାରତୀୟ ଧର୍ମ ସମ୍ମିଳନୀ । ଜିଲ୍ଲା ସଦର ମହକୁମାର ବାଳାଶ୍ରମ ପଡିଆରେ ସୁନି ଇଜତମାର ଧର୍ମ ସମ୍ମିଳନୀ ଚାଲିଥିବା ବେଳେ ବ୍ରହ୍ମବରଦାରେ ଚାଲିଛି ଆଲମୀ ଇଜତମା ନାମକ ଏକ ବିଶ୍ୱ ମୁସଲିମ ସମ୍ମିଳନୀ । ୨ଦିନ ଧରି ଚାଲିବ ଏହି କାର୍ଯ୍ରକ୍ରମ । ଦୁଇ ସମ୍ପ୍ରଦାୟର ସୁଇଟି ଯାକ ଧର୍ମସଭାରେ ୫୦ ହଜାରରୁ ଉର୍ଦ୍ଧ୍ୱ ମୁସଲିମ ଯୋଗଦେଇଛନ୍ତି । ସମ୍ମିଳନୀ ମଧ୍ୟମରେ ଇସଲାମ ଦର୍ମର ପ୍ରଚାର ପ୍ରସାର କରାଯିବା ସହିତ କୋରାନରେ ଥିବା ବିଭିନ୍ନ ହିତବାଣୀକୁ କିପରି ନିଜ ଜୀବନରେ ପ୍ରୟୋଗ କରି ନିଜକୁ ଚରିତାର୍ଥ କରିବା ହିଁ ଏହି ସମ୍ମିଳନୀର ମୂଳଲକ୍ଷ୍ୟ ବୋଲି କୁହାଯାଉଥିଲା । ଏହୁ ୨ଟି ଯାକ କାର୍ଯ୍ୟକ୍ରମରେ ଦେଶ ତଥା ଦେଶ ବାହାରୁ ୫୦ ହଜାରରୁ ଉର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ ଯୋଗଦେଇଛନ୍ତି । ଧର୍ମଚର୍ଚ୍ଚାରେ ଭାଗ ନେଇଛନ୍ତି ଇସଲାମ ଧର୍ମର ବଡବଡ ପ୍ରବକ୍ତା ପ୍ରବଚକ ମାନେ । ଶାନ୍ତିଶୃଙ୍ଖଳାରେ ସମ୍ମିଳନୀର ଆୟୋଜନ ଶେଷ କରିବାକୁ ସମନ୍ୱୟ କମିଟି , ଶାନ୍ତି କମିଟି ଏବଂ ପ୍ରସ୍ତୁତି କମିଟି ମାନ ଗଠନ କରାଯାଇଛି । ଇସଲାମିକ ଧର୍ମର ଧାର୍ମିକ ତତ୍ତ୍ୱ ଓ କୋରାନରେ ବର୍ଣ୍ଣିତ ହୋଇତିବା ବିଭିନ୍ନ ହିତବାଣୀ ଓ ହିତ ଉପଦେଶର ପ୍ରୟୋଗାତ୍ମକ ଗୁଣ ଧାରଣ କରିବା ଲକ୍ଷ୍ୟ ନେଇ ଏହି ସମ୍ମିଳନୀର ଆୟୋଜନ କରାଯାଉଥିବା ଆୟୋଜକ ମାନେ ମତ ଦେଇଛନ୍ତି । ୨ଟି ସମ୍ମିଳନୀରେ ଓଡିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ସମେତ ବିଭିନ୍ନ ରାଜ୍ୟରୁ ତଥା ଦେଶ ବାହାରୁ ବହୁ ଧର୍ମାବଲମ୍ବୀ ଯୋଗଦେଇଥିଲେ ।
https://onakhabar.com/2020/03/01/naveen-paid-rs-10-lakh-in-compensation/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking