28.1 C
Bhubaneswar
Saturday, April 27, 2024
Homeଓଡିଶାବିଦ୍ୟୁତ ତାର ଲାଗି ଜୀବନ ଗଲେ ମିଳିବ କ୍ଷତିପୂରଣ

ବିଦ୍ୟୁତ ତାର ଲାଗି ଜୀବନ ଗଲେ ମିଳିବ କ୍ଷତିପୂରଣ

ଭୁବନେଶ୍ୱର : ଏଣିକି ବିଦ୍ୟୁତ ତାର ଲାଗି ଜୀବନ ଗଲେ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ । ଶରୀରର ୬୦ ପ୍ରତିଶତ ନଷ୍ଟ ହୋଇଗଲେ ୨ ଲକ୍ଷ ଟଙ୍କା, ୪୦ରୁ ୬୦ ପ୍ରତିଶତ  ନଷ୍ଟ ହୋଇଥିଲେ କ୍ଷତିପୂରଣ ବାବଦ ୫୯ ହଜାର ୧୦୦ ଟଙ୍କା  ଟଙ୍କା ପୀଡ଼ତ/ପୀଡ଼ିତାଙ୍କୁ ମିଳିବ ।  ସେହିପରି ବିଦ୍ୟୁତ ଆଘାତରେ ଆହତ ହୋଇଥିବା ବ୍ୟକ୍ତି ଯଦି ସପ୍ତାହରୁ ଅଧିକ ଦିନ ମେଡିକାଲ୍ ଚିକିତ୍ସାରେ ରହନ୍ତି ତେବେ ତାଙ୍କୁ ୧୨ ହଜାର ଟଙ୍କା ଏବଂ ଏକ ସପ୍ତାହରୁ କମ ସମୟ ଚିକିତ୍ସାରେ ରହିଲେ ୪ହଜାର ୫୦୦ଟଙ୍କା ସହାୟତା ଦିଆଯିବ । ଏହି ସହାୟତା ମଣିଷଙ୍କ ପାଇଁ ଲାଗୁ ହେବ ତାହା ନୁହେଁ, ଯଦି ବିଦ୍ୟୁତ ଆଘାତରେ ଗାଈ ଓ ମଇଁଷି ମରି ଯାଉଛନ୍ତି, ତେବେ ସେ ବାବଦକୁ ୩୦ ହଜାର ଟଙ୍କା ମାଲିକଙ୍କୁ ଦିଆଯିବ । ସେହିପରି ଯାହାଙ୍କର ଛେଳି,ମେଣ୍ଢା ,ଘୁଷୁରି ପ୍ରଭୃତି ଯଦି ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଉଛନ୍ତି ତେବେ ମାଲିକଙ୍କୁ ୩ ହଜାର ଓ କୁକୁଡ଼ା ଫାର୍ମ ନଷ୍ଟ ହେଲେ ୫ ହଜାର ଟଙ୍କା କ୍ଷତିପୂରଣ ମିଳିବ ।
https://onakhabar.com/2020/02/18/wesco/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking