34.1 C
Bhubaneswar
Friday, March 29, 2024
Homeଓଡିଶାମାଲକାନଗିରି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ମାଲକାନଗିରି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ସମ୍ମିଳନୀରେ ଏସପି ସୂଚନା ଦଇଥିଲେକି ମାଲକାନଗିରି ଜିଲ୍ଲା ବଣ୍ଡାଘାଟି ସ୍ଥିତ ବଡ଼ପଡା ପଂଚାୟତ ସମ୍ବଲପୁର ଜଙ୍ଗଲରେ ଗତ ୧୫ ତାରିଖ ଭୋରୁ ୨୦ ରୁ ୩୦ ମାଓବାଦୀ ଥିବାର ସୂଚନା ପାଇ ମାଲକାନଗିରି ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଚିତ୍ରକୋଣ୍ଡା ଏସ୍ଡିପିଓ ଏସ ହେମ୍ରମ ଡିଭିଏଫ ଓ ଏସଓଜି ଯବାନଙ୍କ ସହ ମାଓବାଦୀ ଙ୍କ ଗତିବିଧିକୁ ଲକ୍ଷ୍ୟ କରି କୁମ୍ବି କରୁଥିବା ସମୟରେ ମାଓବାଦୀ ପକ୍ଷରୁ ଗୁଳି ବିନିମୟ ହୋଇଥିଲା ଏହାର ପ୍ରତିଉତ୍ତରରେ ପୋଲିସ ପକ୍ଷରୁ ମଧ୍ୟ ଗୁଳି ଚାଳନା ହୋଇଥିଲା। ପୋଲିସ ପଟୁ ଗୁଳି ଚାଳନା ରେ ମାଓବାଦୀ ମାନେ ଛତ୍ର ଭଙ୍ଗ ଦେଇ ଖସି ପଳେଇଥିଲେ। ପୋଲିସି ପକ୍ଷରୁ ଖାନ ତଲସିବେଳେ ନକ୍ସଲ ଙ୍କ ଦ୍ଵାରା ଵ୍ୟଵହୃତ ପୋଷାକ,ଟୋପି,ବେଲ୍ଟ,ମୋବାଇଲ, ଚାର୍ଜର,କିଟ ବେଗ,ସିଭିଲ ପୋଷାକ,ମାଛଧରା ଜାଲ,ଷ୍ଟିଲ ଟିଫିନ,ପାଣି ଜାର,ବ୍ରସ, ପେନ ଓ କିଛି ରୋଷେଇ ସାମାନ । ଯାହାକୁ ପୋଲିସ ଜବତ କରିଛି।
ଜଣାପଡିଛି ଯେ ଦୁର୍ଗମ ଅଂଚଳ ରେ ହେଉଥିବା ବିକାଶ ମୂଳକ କାର୍ଯ୍ୟକୁ ମାଓବାଦୀ ମାନେ ବାଧା ଦେଉଥିବାବେଳେ ପୋଲିସ ସୁରକ୍ଷା ଦେଇ ବିକାଶର କାର୍ଯ୍ୟ କରୁଥିବାରୁ ମାଓବାଦୀ ତରଫରୁ ଏହା ବନ୍ଦ କରିବାକୁ ଅଞ୍ଚଳ ବାସୀଙ୍କୁ ଧମକ ଦେବା ସହ ପୋଲିସ କୁ ଚ୍ୟାଲେଞ୍ଜ କରୁଥିବାମାଲକାନଗିରି ଏସପି ଋଷିକେଶ ଡି ଖିଲାରୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସାମ୍ବାଦିକ ସମ୍ମିଳନୀରେ ଜଣାଇଥିଲେ। ଦୁର୍ଗମ ଅଞ୍ଚଳରେ ବିଏସଏଫ ଓ ଓଡିଶା ପୋଲିସ ର କୁମ୍ବି ଜାରି ରହିଥିବାରୁ ପୋଲିସ କୁ ବାରମ୍ବାର ସଫଳତା ମିଳିଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking