34.1 C
Bhubaneswar
Friday, March 29, 2024
Homeଓଡିଶାପଲିଥିନ୍ ତଳେ ବିତୁୁଛି ଜୀବନ : ଆବାସ ଯୋଜନାରୁ ବାଦ୍ ପଡ଼ିଲେ କନକ

ପଲିଥିନ୍ ତଳେ ବିତୁୁଛି ଜୀବନ : ଆବାସ ଯୋଜନାରୁ ବାଦ୍ ପଡ଼ିଲେ କନକ

ସାକ୍ଷୀଗେ।ପ।ଳ : ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକରେ ଚଳିତ ବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଲୋକମାନଙ୍କର ଘର ଦ୍ୱାର ମାଟିରେ ମିଶିଗଲା । ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଲେ । ଏଭଳି ବିପର୍ଯ୍ୟୟ ସମୟରେ ସରକାର ନାନା ଆଶ୍ୱାସନା ଦେଲେ । ଅନେକଙ୍କୁ ସହାୟତା ଅର୍ଥ ବି ଦେଲେ । ହେଲେ ଏହି ସହାୟତା ଅନେକ ପ୍ରକୃତ ବିପନ୍ନଙ୍କ ପାଖରେ ପହଞ୍ଚିପାରିଲା ନାହିଁ । ବାତ୍ୟା ପରେ ଏବେ ବିପନ୍ନଙ୍କୁ ସରକାର ଆବାସ ଯୋଜନାରେ ସାମିଲ୍ କରି ପକ୍କା ଘର ଯୋଗାଇ ଦେବାକୁ ତାଲିକା ପ୍ରସ୍ତୁତ କରିଥିବାବେଳେ ସେଥିରେ ବି ପ୍ରକୃତ ବିପନ୍ନଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି । ଏମିତି ଅଭିଯୋଗ କରିଛନ୍ତି ଏହି ବ୍ଲକ୍ ଅନ୍ତର୍ଗତ ବଳପୁର ପଞ୍ଚାୟତର ୩ ନମ୍ବର ୱାର୍ଡବାସିନ୍ଦା କନକ ଦେଈ । ତାଙ୍କ ଘର ବାତ୍ୟାରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ସେହିଦିନ ଠାରୁ ସେ ପଲିଥିନ୍ ତଳେ ପରିବାର ସହ ରହୁଛନ୍ତି ।
ହେଲେ ତାଙ୍କୁ ବାତ୍ୟା ପରବର୍ତ୍ତୀ କୌଣସି ସହାୟତା ମିଳୁନାହିଁ । ତାଙ୍କ ନାମ ବାତ୍ୟା ଘର ଭଙ୍ଗା ତାଳିକାରେ ନାହିଁ । ସେ ଅନେକ ଥର ବ୍ଲକ୍ ଓ ତହସିଲ କାର୍ଯ୍ୟାଳୟକୁ ଦୌଡ଼ି ନିରାଶ ହେବା ପରେ ନିଜ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି । ଏପରିକି ଜିଲ୍ଲାପାଳଙ୍କ ଅଭିଯୋଗ ଶିବିରରେ ଜଣାଇଥିଲେ ବି କୌଣସି ସୁଫଳ ପାଇନାହାନ୍ତି । ସତ୍ୟବାଦୀ ବ୍ଲକ୍ ପ୍ରଶାସନ ପକ୍ଷରୁ ୬ହଜାର ୪ଶହ ପରିବାରଙ୍କ ଘର ବାତ୍ୟାରେ ଭାଙ୍ଗିଥିବା ନେଇ ତାଲିକା ପ୍ରକାଶ ପାଇଥିବାବେଳେ ସେମାନଙ୍କ ନାମ ଆବାସ ଯୋଜନାରେ ସାମିଲ କରାଯାଇଛି । ହେଲେ ସେହି ତାଲିକାରେ କନକଙ୍କ ନାମ ନଥିବାରୁ ସେ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ବଳପୁର ସମିତିସଭ୍ୟ କାଳନ୍ଦୀ ପଣ୍ଡାଙ୍କ ପତ୍ନୀ ସୁଜାତା ପଣ୍ଡାଙ୍କ ନାମ ଏହି ତାଲିକାରେ ରହିଥିବା ବହୁ ଯୋଗ୍ୟ ବ୍ୟକ୍ତିଙ୍କ ନାମ ତାଲିକାରେ ନଥିବା ଅଭିଯୋଗ କରିଛନ୍ତି । ସେହିପରି କୋଠାଘର ଥିବା ବହୁ ଲୋକଙ୍କ ନାମ ତାଲିକାରେ ରହିଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ବହୁ ସରପଞ୍ଚ, ୱାର୍ଡସଭ୍ୟ ଓ ପୂର୍ବତନ ପଞ୍ଚାୟତ ପ୍ରତିନିଧିମାନେ ସେମାନଙ୍କ ପରିବାରବର୍ଗଙ୍କ ନାମ ସାମିଲ କରାଇଛନ୍ତି । ଏପରିକି ବାପା ଓ ଅବିବାହିତ ପୁଅ ଏକାଠି ଥିଲେ ବି ଉଭୟଙ୍କ ନାମ ଆବାସ ତାଲିକାରେ ସ୍ଥାନ ପାଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଏପରିକି ଗୋଟିଏ ପରିବାରର ମୁଖ୍ୟ ଯଦି ଆବାସ ଯୋଜନା ପାଇଥିବେ, କୌଣସି ପରିବାରର ଯଦି କେହି ସରକାରୀ ଚାକିରିଆ ହୋଇଥିବେ କିମ୍ବା ପୂର୍ବରୁ ଯଦି କାହାର ପକ୍କାଘର ଥାଏ ସେମାନେ ଆବାସ ଯୋଜନାରେ ଘର ପାଇପାରିବେ ନାହିଁ ବୋଲି ବିଡିଓ ସରୋଜ କୁମାର ଦତ୍ତ କହିଛନ୍ତି । ସତ୍ୟବାଦୀ ବ୍ଲକ୍‌ର ୨୪ଟି ପଞ୍ଚାୟତରେ ହୋଇଥିବା ଆବାସ ଯୋଜନା ତାଲିକାରେ ଅନିୟମିତତା ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏପରିକି ପ୍ରଥମେ ପେଣ୍ଠପଡ଼ା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ବ୍ଲକ୍ କାର୍ଯ୍ୟାଳୟ ଆଗରେ ଏହି ଘଟଣାକୁ ନେଇ ଧାରଣା ଦେଇଥିଲେ । ତା’ ପରଦିନ ବିଜେପି ନେତା ଓମ୍ ପ୍ରକାଶ ମିଶ୍ର ଶତାଧିକ ମହିଳା ପୁରୁଷଙ୍କୁ ନେଇ ବ୍ଲକ୍ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking