35.1 C
Bhubaneswar
Wednesday, May 8, 2024
Homeଓଡିଶାଉଚ୍ଚ ସ୍ତରୀୟ ତଦନ୍ତ ଦାବିରେ ଆମରଣ ଅନଶନ

ଉଚ୍ଚ ସ୍ତରୀୟ ତଦନ୍ତ ଦାବିରେ ଆମରଣ ଅନଶନ

ନୟାଗଡ଼: ନୟାଗଡ଼ର ବହୁଚର୍ଚିତ ଯଦୁପୁର ନାବାଳିକା ପରୀ ହତ୍ୟାକାଣ୍ଡ ଘଟଣା । ଉଚ୍ଚ ସ୍ତରୀୟ ତଦନ୍ତ ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଦୁଇ ସାମାଜିକ କର୍ମୀଙ୍କ ଆମରଣ ଅନଶନ । ପରୀ ପରିବାର କୁ ନ୍ୟାୟ ଦେବା ଦାବିରେ ଭୁବନ ଓ ଶାନ୍ତନୁ ଦୁହେଁ ଆମରଣ ଅନଶନରେ ବସିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯଦୁପୁର ର ଅଶୋକ ସାହୁଙ୍କ 5 ବର୍ଷର ନାବାଳିକା ପରୀ ହତ୍ୟାକାଣ୍ଡକୁ 4 ମାସ ବିତ୍ତିସାରଣୀ, ତଥାବି ପୋଲିସ ହତ୍ୟାକାଣ୍ଡର ଟେର ପାଉନି । ରାଜନୈତିକ ନେତାଙ୍କ ଚାପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରୁନି । ସେପଟେ ଘଟଣାକୁ ଚପାଇ ଦେବା ପାଇଁ ପରୀର ବାପା ଓ ମାଆ ଙ୍କ ଉପରେ ଆକ୍ରମଣ କରାଯାଉଛି । ପରୀ ହତ୍ୟାକାଣ୍ଡ ଘଟଣା ପଛରେ ଅନେକ ପ୍ରଭାଶାଳୀ ଲୋକଙ୍କ ହାତ ରହିଛି । ତେଣୁ ପୋଲିସ ଜାଣିଶୁଣି ନିରବ ରହିଛି । ଗତ ଜୁନ ମାସ 14 ତାରିଖ ଦିନ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ତାକୁ କେହି ଅପହରଣ କରି ନେଇଥିବା ପରିବାର ପକ୍ଷରୁ ସଦର ଥାନାରେ ଅଭିଯୋଗ ହୋଇଥିଲା । 10 ଦିନ ପରେ ପରୀ ଗଳିତ ଶବ ବିରଞ୍ଚି ସାହୁଙ୍କ ଘରପଛ ପଟ ପୋଖରୀ ହୁଡାରୁ ମିଳିଥିଲା । ପୋଲିସ ମଧ୍ୟ ହତ୍ୟା ମାମଲା ରୁଜୁ ତଦନ୍ତ ଆରମ୍ଭ କରିଥିଲା । ପରେ ରାଜନୈତିକ ନେତାଙ୍କ ଚାପରେ ପୋଲିସ ସଠିକ ତଦନ୍ତ ନକରି ଘଟଣା କୁ ଚପାଇ ଦେବା ପାଇଁ ଉଦ୍ୟମ କରୁଥିବାରୁ ଏହାର ପ୍ରତିବାଦରେ, ପରୀ ପରିବାରକୁ ନ୍ୟାୟ ଦେବା ପାଇଁ ନୟାଗଡ଼ ପୋଲିସ ଠାରୁ ତଦନ୍ତ ଭାର ଛଡାଇ କ୍ରାଇମବ୍ରାଞ୍ଚ କିମ୍ବା ସିବିଆଇ ଦ୍ଵାରା ପରୀ ହତ୍ୟାକାଣ୍ଡର ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି । ଆମରଣ ଅନଶନ ବସିଥିବା ସାମାଜିକ କର୍ମୀ, ସେପଟେ ପରୀ ହତ୍ୟାକାଣ୍ଡ ଘଟଣାରେ ମୁହଁ ଖୋଲିବା ପାଇଁ ନାରାଜ ସଦର ଥାନା ଆଇଆଇସି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking