29.1 C
Bhubaneswar
Saturday, April 20, 2024
Homeଓଡିଶାପୁଇଁନ୍ତଲା ବ୍ଲକ କଂଗ୍ରେସ କମିଟି ତରଫରୁ କରୋନା ସଚେତନତା ସହ ମାକ୍ସ ବଣ୍ଟନ

ପୁଇଁନ୍ତଲା ବ୍ଲକ କଂଗ୍ରେସ କମିଟି ତରଫରୁ କରୋନା ସଚେତନତା ସହ ମାକ୍ସ ବଣ୍ଟନ

ବଲାଙ୍ଗିର /ପୁଇଁନ୍ତଳା, (ଦେବାଶିଷ ମିଶ୍ର) :ପୁଇଁନ୍ତଳା ବ୍ଲକ କଂଗ୍ରେସ କମିଟି ତରଫରୁ ଆଜି ଖଲିଆପାଲି ପଂଚାୟତ ଅନ୍ତର୍ଗତ ଫଟକରା ଗ୍ରାମରେ କରୋନା ସଚେତନତା ସହ ମାସ୍କ ବଣ୍ଟନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ କମିଟି ସଭାପତି ଗୋପ ଗୋବିନ୍ଦ ଡାଙ୍ଗଙ୍କ ସଭାପତିତ ତଥା ବ୍ଲକ ପଂଚାୟତରାଜ ସଂଗଠନ ସଂଯୋଜକ ଯୁବ ଦଳିତ ନେତା ହରି ନନ୍ଦଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟି ପ୍ରବକ୍ତା ସାନନ୍ଦ ମିଶ୍ର ଯୋଗଦାନ କରି ରୋଗୀକୁ ଘୃଣା ନକରି ଁ ରୋଗ ପ୍ରତି ସଚେତନ ରହିବା ପାଇଁ କହିଥିଲେ । ଏହା ସହ ସାବୁନ ବା ସେନିଟାଇଜର ରେ ବାରମ୍ବାର ହାତଧୁଆ ଏବଂ ମାକ୍ସ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଇ ସମାଜିକ ଦୂରତା ବଜାୟ ରଖି ଏହି ମହାମାରୀ ସହ ଲଢେଇ କରିବା ପାଇଁ ଆହ୍ୱାନ ଦେଇଥିଲେ । ଆଜି ବି ଅନେକ ସ୍ଥାନରେ ଗାଁ ର ଗରିବ ଜନସାଧାରଣ ମାସ୍କରୁ ବଞ୍ଚିତ ରହୁଥିବା ବେଳେ କମିଟି ତରଫରୁ ମାଗଣା ମାସ୍କ ପାଇ ଲୋକେ ଉପକୃତ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦଳିତ ନେତା ଜ୍ୟୋତିଷ ମୁଗ୍ରୀ, ପୂର୍ବତନ ସମିତି ସଭ୍ୟ ପ୍ରେମ ମହାକୁର, ରାଜୁ ଛନ୍ଦ, ନଟବର ଡାଙ୍ଗ, ଅଚ୍ୟୁତ କଲତା, ରମେଶ ନନ୍ଦ, ଯୁଗେଶ୍ୱର ପାଣ୍ଡେ, କଷ୍ଟ ନନ୍ଦଙ୍କ ସହ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking