30.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଗୁଣପୁର ନିକଟ ଓକିଲଗୁଡା ପଥର ଖାଦାନ ବିସ୍ଫୋରଣ ଘଟଣାରେ ୩ ଗିରଫ

ଗୁଣପୁର ନିକଟ ଓକିଲଗୁଡା ପଥର ଖାଦାନ ବିସ୍ଫୋରଣ ଘଟଣାରେ ୩ ଗିରଫ

ଗୁଣପୁର : ଗୁଣପୁର ନିକଟ ଓକିଲଗୁଡା ପଥର ଖାଦାନ ବିଶ୍ଵରଣ ରେ 3ଗିରଫ । ଓକିଲଗୁଡା ପଥର ଖାଦାନ ରେ ବିସ୍ଫୋରଣ ଘଟି ୩ ଶ୍ରମିକ ଙ୍କ ଶୋଚନୀୟ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ଖାଦାନ ମାଲିକ ଗୋଟିଏ ପରିବାରର 3ଜଣ ଗିରଫ କରିବାରେ ଗୁଣପୁର ପୋଲିସର ସଫଳତା । ଘଟଣା ସ୍ଥଳରୁ ବିସ୍ଫୋରକ ସାମଗ୍ରୀ, ଡ୍ରିଲିଂ ମେସିନ, ଟ୍ରାକ୍ଟର, ଜେସିବି, ଟ୍ରିପରପ୍ରଭୁତି ଗୁଣପୁର ପୋଲିସ ଜବତ କରିଛି । ଗୁଣପୁର ନିକଟ ଓକିଲଗୁଡା ରେ ଗତ ୧୬ ତାରିଖରେ ପଥର ଖାଦାନ ରେ ବିସ୍ଫୋରଣ ଘଟି 3 ଶ୍ରମିକ ମୃତ୍ୟୁ ବରଣ କରିଥିଲେ,9 ଜଣ ଆହତ ହୋଇଥିଲେ । ଖାଦାନର ମାଲିକ ବାପା ପୁଅ ୩ ଜଣ ଫେରାର ହୋଇଥିଲେ । ଏହି ଖାଦାନ ବେଆଇନ ଭାବେ ଚାଲୁଥିବା ଖୋଲତାଡ଼ କରିବାପରେ ଜଣାପଡୁଥିଲା । ଏହି ଘଟଣା ରେ ଗୁଣପୁର ତହସିଲଦାର ନିଲମ୍ବିତ ହୋଇଥିଲେ । ଆଜି ପୋଲିସ ଖାଦାନ ମାଲିକ ଘାସି ଯୋଗୀ, ପ୍ରଦୀପ ଯୋଗୀ,ପ୍ରତାପ ଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking