28.1 C
Bhubaneswar
Saturday, April 27, 2024
Homeଓଡିଶାନର କଙ୍କାଳ ଘଟଣା ର ପର୍ଦ୍ଧା ଫାସ

ନର କଙ୍କାଳ ଘଟଣା ର ପର୍ଦ୍ଧା ଫାସ

ଯାଜପୁର: ଜିଲ୍ଲାର ଯାଜପୁର ସଦର ଥାନା କପିଳେଶ୍ୱର ଗାଁ ପୋଖରୀରୁ ଉଦ୍ଧାର ହୋଇଥିବା ନରକଙ୍କାଳ ଘଟଣାର ପର୍ଦ୍ଧାପାଂଶ ହୋଇଛି । ଉଦ୍ଧାର ହୋଇଥିବା ନରକଙ୍କାଳ ଟି ଖଣ୍ଡରା ଗାଁର ଶରତ ରାଉତଙ୍କ ଝିଅ ଶୁଭଶ୍ରୀ ଓରପଂ ବେଙ୍ଗୁଲିର । ଗତ ବର୍ଷ ଅକ୍ଟୋବର ୩୦ ତାରିଖରୁ ଘରୁ ନିଖୋଜ ହୋଇଥିଲା ଶୁଭଶ୍ରୀ । ଶୁଭଶ୍ରୀର ନରକଙ୍କାଳ ଗତ ୮ ତାରିଖ ଦିନ ଉଦ୍ଧାର ହୋଇଥିଲା । ଶୁଭଶ୍ରୀଙ୍କୁ ମିିରଚାନନ୍ଦପୁର ଗାଁର ଅରୁଣ ଜେନା ନେଇ ଯାଇ ଗାଁ ପଂଚାୟତ ଅପିଂସରେ ଲୁଚାଇ ରଖି ଶାରିରିକ ସଂପର୍କ ରଖିଥିଲା । ଏକାଧିକ ବାର ବିଭିନ୍ନ ସ୍ଥାନରେ ତା ସହିତ ଶାରିରିକ ସଂପର୍କ ରକ୍ଷା କରିଥିଲା ।
ପରେ ଶୁଭଶ୍ରୀ ଅରୁଣଙ୍କୁ ବିବାହ କରିବାକୁ ଜିଦ ଧରିବାରୁ ତାକୁ ହତ୍ୟା କରିଥିଲା । ହତ୍ୟା ପରେ ଅଭିଯୁକ୍ତ ପାଖ ପୋଖରିରେ ପିଂଙ୍ଗି ଦେଇଥିଲା । ପୋଲିସ ଆଜି ଅଭିଯୁକ୍ତ ଅରୁଣକୁ ଧରି ପୋଖରି ଅଂଚଳକୁ ନେଇ ସିନ ରି କ୍ରିଏସନ କରିଛି । ଅରୁଣ ବିରୋଧରେ ଯାଜପୁର ସଦର ଥାନା ପୋଲିସ ଭାରତୀୟ ଦଣ୍ଡବିଧି ଆଇନ ର ଧାରା ୩୦୨,୨୦୧ ରେ ଗିରପଂ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି ସେ ନେଇ ଅଧିକ ତଦନ୍ତ କରାଯାଉଛି ବୋଲି ଯାଜପୁର ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନରେ ଅତିରିକ୍ତ ଏସପି ଜୟରାମ ଶତପଥି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking