25.1 C
Bhubaneswar
Thursday, May 9, 2024
Homeଓଡିଶାନାଇଁ ନାଇଁ ମଦ ପିଇବି ନାହିଁ... ଏହି ଗୀତରେ ଚର୍ଚ୍ଚା ରେ ଥିବା ଦୁଇ ଭାଇ...

ନାଇଁ ନାଇଁ ମଦ ପିଇବି ନାହିଁ… ଏହି ଗୀତରେ ଚର୍ଚ୍ଚା ରେ ଥିବା ଦୁଇ ଭାଇ ଶାନ୍ତି ଏବଂ ଜ୍ୟୋତି

କୋରାପୁଟ/ଦାମନଯୋଡି – ନାଇଁ ନାଇଁ ମଦ ପିଇବି ନାହିଁ…ଏହି ଗୀତର ସ୍ୱର କାନରେ ପଡ଼ିବା କ୍ଷଣି ମନ ଫେରିଯାଉଛି ନବେ ଦଶକକୁ ।ମଦ ବିରୋଧରେ ଦୂରଦର୍ଶନରେ ପ୍ରସାରିତ ଏହି ସଚେତନତା ଧର୍ମୀ ଗୀତଟିର ପଂକ୍ତି ସବୁକୁ ଆଜି ବି ଗୁଣୁଗୁଣାନ୍ତି ଅନେକ ଦର୍ଶକ ।ହେଲେ ଦୀର୍ଘ ୨୩ ବର୍ଷ ପୁଣି ଥରେ ସେହି ସ୍ୱର ଓ ସେହି ଗୀତ ବିଭିନ୍ନ ସୋଶାଲ ମିଡିଆରେ ଭାଇରାଲ୍ ହେବା ପରେ ମନେ ପଡ଼ିଯାଇଛନ୍ତି ଦୁଇ ଚେହେରା ଶାନ୍ତି ପ୍ରକାଶ ଓ ଜ୍ୟୋତି ପ୍ରକାଶ ।ସଂସାର ଓ ସମାଜକୁ ଉଜାଡୁଥିବା ମଦଠାରୁ ମଣିଷକୁ ଅଲଗା କରିବାର ମହତ୍ ଉଦ୍ଦେଶ୍ୟ ନେଇ ୧୯୯୯ ମସିହାରେ ଏକ କାର୍ଯ୍ୟକ୍ରମରେ ସେମାନେ ଗାଇଥିବା ସାଧାରଣ ଗୀତଟି ଯେ ଅସାଧାରଣ ପାଲଟିଯିବ ଓ ଅଜସ୍ର ପ୍ରଶଂସା ସହ ପରିଚିତି ଆଣିଦେବ ତାହା କେବେ ବି ବିଶ୍ୱାସ କରିନଥିଲେ ଯାଆଁଳା ଭାଇ ଶାନ୍ତି ଏବଂ ଜ୍ୟୋତି ।ଦୀର୍ଘ ୨୩ବର୍ଷ ପରେ ଦୁଇ ଭାଇଙ୍କର ଚେହେରା ଓ ଚଳଣିରେ ବିଶେଷ କିଛି ପରିବର୍ତ୍ତନ ହୋଇ ନଥିଲା ।ସେହି ମାଟି ରାସ୍ତାର ଗାଁ ଓ ନୂଆଁଣିଆ ଆଜବେଷ୍ଟସ ଘର ।ଆଉ ଘର ଆଗରେ ବସି ଦୁଇ ଭାଇ ଶାନ୍ତି ଏବଂ ଜ୍ୟୋତି କରୁଥିଲେ ଗୀତ ଅଭ୍ୟାସ ।

ରିପୋର୍ଟ – ବନଲତା ଲେଙ୍କା ।
ବୈପାରିଗୁଡା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking