28.1 C
Bhubaneswar
Friday, April 26, 2024
Homeଓଡିଶା୪୦ ଡିଗ୍ରୀ ଉପରେ ୪ ସହର

୪୦ ଡିଗ୍ରୀ ଉପରେ ୪ ସହର

ଭୁବନେଶ୍ୱର: ଆଜି ରାଜ୍ୟରେ ୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି । ୪୦.୬ ଡିଗ୍ରୀ ସହ ଟିଟିଲାଗଡ ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି । ଝାରସୁଗୁଡା ୪୦.୨, ବାରିପଦା ଓ ମାଲକାନଗିରିରେ ୪୦ ଡିଗ୍ରୀ ତାପମାତ୍ରା ରହିଛି । ଗତ କିଛି ଦିନ ଧରି ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିବା ବେଳେ ଆଂଶିକ ବର୍ଷା ଜନସାଧାରଣଙ୍କୁ ଆଶ୍ୱସ୍ତି ଦେଇଥିଲା । ହେଲେ ୨ ଦିନ ଧରି ପୁଣି ତାପମାତ୍ରା ବୃଦ୍ଧି ହୋଇଥିବା ପରିଲକ୍ଷିତ ହୋଇଛି । ପୁଣି ଦିନ ୧୦ ଟା ବେଳୁ ଘରୁ ବାହାରିବା ଅସମ୍ଭବ ହୋଇପଡିଲାଣି ।

ଆସନ୍ତା ୨ରୁ ୩ ଦିନ ଯାଏଁ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବ । ଏଥିସହ କିଛି ଜିଲ୍ଲା ଗୁଡ଼ିକରେ ଆଗାମୀ ୩ରୁ ୪ ଦିନ ଯାଏ  ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ତାପମାତ୍ରା ଅନୁଭୂତ ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking