34.1 C
Bhubaneswar
Friday, March 29, 2024
Homeଓଡିଶାଆଜି ରାଜଧାନୀରୁ ୪୫୧ ପଜିଟିଭ

ଆଜି ରାଜଧାନୀରୁ ୪୫୧ ପଜିଟିଭ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ୪୫୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ୪୫୧ ମଧ୍ୟରୁ କ୍ୱାରେଣ୍ଟିନରୁ ୯୧ରହିଥିବା ବେଳେ ଲୋକାଲ କେସ ୩୬୦ ରହିଛି । ତେବେ ନୟାପଲ୍ଲୀରୁ ସର୍ବାଧିକ ୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବରମୁଣ୍ଡାରୁ ୨୫, ଲକ୍ଷ୍‌ମୀ ସାଗର ଓ ପଟିଆରୁ ୧୭ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବଡଗଡ ଓ ଖଣ୍ଡଗିରିରୁ ୧୩ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଓଲଡ ଟାଉନରୁ ୧୨, ବମିଖାଲରୁ ୧୨, ପୋଖରୀପୁଟରୁ ୧୧, ରସୁଲଗଡ ଓ ୟୁନିଟ ୮ରୁ ୧୦ ଲେଖାଏଁ ବାହାରିଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୩୪୧ ରହିଥିବା ବେଳେ ଆକ୍ଟିଭ କେସ ୨୩୧୫ ରହିଛି । ୩୨୭୫୫ ଜଣ ସୁସ୍ଥ ହୋଇଛନ୍ତି ।
ସୂଚନାଯୋଗ୍ୟ ଦେଶ ସମେତ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହଇ ବ୍ୟାପିବାରେ ଲାଗିଛି । ଦେଶରେ ଦୈନିକ ସଂକ୍ରମଣ ପ୍ରାୟ ୨ ଲକ୍ଷ ରହୁଥିବା ବେଳେ ରାଜ୍ୟରେ ସଂକ୍ରମଣ ସଂଖ୍ୟା ୩ ହଜାର ପାର୍ କଲାଣି । ଯାହାକୁ ନେଇ ସରକାର କଠୋର ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ଆଜିଠୁ ସମଗ୍ର ରାଜ୍ୟରେ ନାଇଟ କର୍ଫ୍ୟୁ ଆରମ୍ଭ ହେଉଛି । ସରକାର ସଂକ୍ରମଣ ରୋକିବାକୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ତଥାପି କରୋନାରେ ବ୍ରେକ ଲାଗିପାରୁନି । ସମସ୍ତେ ମୁହଁରେ ସର୍ବଦା ମାସ୍କ ପିନ୍ଧିବା ସହ ସାନିଟାଇଜ ହେବା ଓ ସାମାଜିକ ଦୂରତା ବଜାୟ ରଖିବାକୁ ସରକାର ବାରମ୍ବାର ନିବେଦନ ମଧ୍ୟ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking