32.1 C
Bhubaneswar
Friday, April 26, 2024
Homeଓଡିଶାକୋଭିଡ୍ କେୟାର ସେଣ୍ଟରରେ ବେକରେ ଛୁରୀ ପଶିବା ଘଟଣା, ଆଖି ବୁଜିଲେ ଯୁବକ

କୋଭିଡ୍ କେୟାର ସେଣ୍ଟରରେ ବେକରେ ଛୁରୀ ପଶିବା ଘଟଣା, ଆଖି ବୁଜିଲେ ଯୁବକ

କଟକ :  ଟାଙ୍ଗୀ ସ୍ଥିତ ଡ୍ରିମସ କୋଭିଡ୍ କେୟାର ସେଣ୍ଟରରେ ଗତ ୪ ତାରିଖରେ ବେକରେ ଛୁରୀ ପଶି ଗୁରୁତର ହୋଇଥିବା ଚୌଦ୍ୱାର ଦେବୀ ନଗରର ସୁକୁମାର ସୁବୁଦ୍ଧିରାୟଙ୍କର ମଙ୍ଗଳବାର ଅପରାହ୍ନରେ ଏସସିବି କୋଭିଡ଼୍ ଆଇସିୟୁରେ ମୃତ୍ୟୁ ଘଟିଛି ।  ଘଟିଥିଲା । ମୃତ ଦେହକୁ ସଂରକ୍ଷିତ ରଖାଯାଇଥିବା ବେଳେ ବୁଧବାର ବ୍ୟବଚ୍ଛେଦ କରାଯିବା ପରେ କୋଭିଡ୍ ନିୟମ ଅନୁଯାୟୀ ସତ୍କାର କରାଯିବ ବୋଲି  ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା  ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ ସୁକୁମାର କରୋନା ଆକ୍ରାନ୍ତ ହେବା ପରେ ଘରେ ସଂଗରୋଧରେ ରହିଥିଲେ । ପରେ ଗତ ୨୮ ତାରିଖରେ ଟାଙ୍ଗୀ ସ୍ଥିତ ଡ୍ରିମସ କୋଭିଡ଼୍ କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିଲେ । ଆରୋଗ୍ୟ ହେବା ପରେ ଗତ ୪ ତାରିଖରେ  ତାଙ୍କର ସେଠାରୁ ଡିସଚାର୍ଜ ହେବାର ଥିଲା । ତେବେ  ସେହିଦିନ ସକାଳେ ହଠାତ୍ ତାଙ୍କ ବେକରେ ଛୁରୀ ପଶି ଯାଇଥିବା ଜଣାପଡ଼ିଥିଲା । ସଂପୃକ୍ତ ଯୁବକ ଜଣକ ଛୁରୀରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ରୋକାଯାଇଥିଲା ଓ ବେକରେ ଛୁରୀ ଲାଗିଥିବା ଅବସ୍ଥାରେ ତାଙ୍କୁ ଏସସିବିକୁ ଅଣାଯାଇଥିଲା । ଏସସିବିରେ ତାଙ୍କର ଅସ୍ତ୍ରୋପଚାର କରାଯାଇ ଛୁରୀ ବାହାର କରାଯିବା ପରେ କୋଭିଡ଼୍ ୱାର୍ଡ଼ର ଆସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିଲା ।

ଅପରପକ୍ଷେ ଡ୍ରିମସ କୋଭିଡ଼ କେୟାର ସେଣ୍ଟରରେ ଅବ୍ୟବସ୍ଥା ଲାଗି ରହୁଥିବା ନେଇ ଅନେକ ସମୟରେ ଅଭିଯୋଗ ହେଉଛି । କେଉଁ ପରିସ୍ଥିତିରେ ଓ କିପରି ସଂପୃକ୍ତ ଯୁବକଙ୍କ ବେକରେ ଛୁରୀ ପଶିଲା ତାହାକୁ ନେଇ ସନ୍ଦେହ ଓ ସଂଶୟ ଲାଗି ରହିଛି ।  ମୃତକଙ୍କ ପିତାଙ୍କ ପକ୍ଷରୁ ମଧ୍ୟ ଟାଙ୍ଗୀ ଥାନାରେ ଏନେଇ ଅଭିଯୋଗ କରାଯାଇଛି । ତଦନୁଯାୟୀ ଥାନାଧିକାରୀ ସୁଚିତ୍ର ବୀର୍ଯ୍ୟ ଦାସ ଘଟଣାସ୍ଥଳ ପରିଦର୍ଶନ କରି ସେହି କୋଠରୀରେ ଥିବା ଅନ୍ୟ ୨ ଜଣ ରୋଗୀ, କର୍ତ୍ତବ୍ୟରେ ଥିବା ନର୍ସ ଓ ଡାକ୍ତରଙ୍କୁ ପଚରା ଉଚରା କରିଛନ୍ତି ।

ତେବେ ଏହି ଘଟଣା ପରେ ଡ୍ରିମସ କୋଭିଡ କେୟାର ସେଣ୍ଟର ଦାୟିତ୍ୱରେ ଥିବା ଡାକ୍ତରଙ୍କ ଠାରୁ ଏକ ପୁଙ୍ଖାନୁ ପୁଙ୍ଖ ରିପୋର୍ଟ ମଗାଯାଇଥିଲା ଓ ସମ୍ପୃକ୍ତ ଯୁବକ କାହା ସହ ଟେଲିଫୋନରେ କଥା ହେବା ପରେ ଫଳ କାଟିବାକୁ ଆଣିଥିବା ଛୁରୀ ବେକରେ ଭୁସିଦେଇଥିଲେ । ତେବେ କାର୍ଯ୍ୟରେ ଥିବା ଷ୍ଟାଫ ତାଙ୍କୁ ଅଟକାଇ ତୁରନ୍ତ ଏସସିବିକୁ ପଠାଇଥିବା ନେଇ ଜିଲ୍ଲା କୋଭିଡ୍ ନୋଡ଼ାଲ ଅଧିକାରୀ ଡାକ୍ତର ଉମେଶ ରାୟ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking