30.1 C
Bhubaneswar
Wednesday, April 24, 2024
Homeକରୋନାଘରୋଇ ହସ୍ପିଟାଲ ପାଇଁ ଟିକାର ସର୍ବାଧିକ ମୂଲ୍ୟ ଧାର୍ଯ୍ୟ : କୋଭିସିଲ୍ଡ ୭୮୦, କୋଭାକ୍ସିନ ୧୪୧୦...

ଘରୋଇ ହସ୍ପିଟାଲ ପାଇଁ ଟିକାର ସର୍ବାଧିକ ମୂଲ୍ୟ ଧାର୍ଯ୍ୟ : କୋଭିସିଲ୍ଡ ୭୮୦, କୋଭାକ୍ସିନ ୧୪୧୦ ଟଙ୍କା

ନୂଆଦିଲ୍ଲୀ : ଘରୋଇ ହସ୍ପିଟାଲ ନିମନ୍ତେ କେନ୍ଦ୍ର ସରକାର ମଙ୍ଗଳବାର କୋଭିଡ୍ ଟିକାର ସର୍ବାଧିକ ମୂଲ୍ୟ ଧାର୍ଯ୍ୟ କରିଛନ୍ତି । ତଦନୁଯାୟୀ ଏଣିକି ଘରୋଇ ହସ୍ପିଟାଲରେ ଦୁଇ ସ୍ୱଦେଶୀ ଟିକା କୋଭିସିଲ୍ଡ ଡୋଜ୍ ପିଛା ୭୮୦ ଟଙ୍କା ଓ କୋଭାକ୍ସିନ ୧୪୧୦ ଟଙ୍କାରେ ଉପଲବ୍ଧ ହେବ ବୋଲି ଜଣାପଡିଛି । ଏହାବ୍ୟତୀତ ରୁଷ ନିର୍ମିତ ସ୍ପୁଟ୍‌ନିକ୍‌-୫ ଟିକା ଡୋଜ୍ ପିଛା ୧୧୪୫ ଟଙ୍କାରେ ଉପଲବ୍ଧ ହେବ ବୋଲି କୁହାଯାଇଛି । ଏଥିସହିତ ଘରୋଇ ହସ୍ପିଟାଲଗୁଡିକ ଯେପରି ସର୍ଭିସ ମୂଲ୍ୟ ବାବଦରେ ୧୫୦ ଟଙ୍କାରୁ ଅଧିକ ଦାବି ନ କରନ୍ତି, ସେଥିପ୍ରତି ଦୃଷ୍ଟିଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ଘରୋଇ ହସ୍ପିଟାଲ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଅର୍ଥ ଦାବି କରନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ରାଜ୍ୟ ସରକାର ଏ ପ୍ରସଙ୍ଗରେ ଘରୋଇ ହସ୍ପିଟାଲ ଉପରେ ନିୟମିତ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅପରପକ୍ଷରେ ସରକାରୀ ହସ୍ପିଟାଲରେ ସବୁ ଯୋଗ୍ୟ ବ୍ୟକ୍ତିଙ୍କୁ ମାଗଣାରେ ଟିକା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଘୋଷଣା କରିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking