28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଉତ୍ତରାଖଣ୍ଡରେ ଥମୁନି ବିପଦ

ଉତ୍ତରାଖଣ୍ଡରେ ଥମୁନି ବିପଦ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ଚମୋଲି ହିମ ସ୍ଖଳନ ଘଟଣାକୁ ବିତିଯାଇଛି ୭୨ ଘଣ୍ଟା । ବର୍ତ୍ତମାନ ସୁଦ୍ଧା ୩୨ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ନିଖୋଜ ରହିଥବା ୨୦୬ ଜଣଙ୍କ ମଧ୍ୟରୁ ଟନେଲରେ ୨୫ରୁ ୨୬ ଜଣ ପଶି ରହିିଥିବା ଆଶଙ୍କା କରାଯାଉଛି । ଅନ୍ୟପଟେ ସେନା ସହାୟତାରେ ଉଦ୍ଧାର କାର୍ଯ୍ୟ ଲଗାତର ଭାବରେ ଚାଲିଛି । ଏହିଠାରେ ହେଉଥିବା ପ୍ରକଳ୍ପ କାର୍ଯ୍ୟରେ ଫସିରହିଥିବା ୧୮୦ ଜଣରୁ ଉର୍ଦ୍ଧ ଶ୍ରମିକ ମାନଙ୍କୁ ଠାବ କରିବା ଲାଗି ଉଦ୍ୟମ ଜୋରସୋରରେ ଚାଲିଛି । ସମୟ ବଢିବା ଅନୁସାରେ ଉଦ୍ଧାର କାର୍ଯ୍ୟରେ ଲିପ୍ତ ରହିଥିବା ଟିମର ଚିନ୍ତା ବଢିବାକୁ ଲାଗିଛି ।

ଜେସିବି ଦ୍ୱାରା ରାତିସାରା ପଙ୍କ କଢା ଯାଉଛି । ଏନଡିଆରଏଫ, ଏସଟିଆରଏଫ, ଆିଟିବିପି ଓ ସେନା ଦ୍ୱରା ଉଦ୍ଧାର କର୍ଯ୍ୟ ଚାଲୁ ରହିଛି । ତେବେ ସୁଡଙ୍ଗର ଅଢେଇ କି.ମିରୁ ମାତ୍ର ୧୨୦ରୁ ୧୩୦ ମିଟର ଯାଏଁ ପହଞ୍ଚିବା ସମ୍ଭବ ହୋଇଛି । ନୌସେନାର ମାରିନ କମାଣ୍ଡୋଙ୍କୁ ରେସ୍କ୍ୟୁ ଅପରେସନରେ ସାମିଲ କରାଯାଇପାରେ ।

ଭିତରର ସ୍ଥିତି କିପରି ଅଛି ବୋଲି ହାଇଦ୍ରାବାଦର ଏକ ଟିମ ଚପରରେ ଉଡିି ରିମୋର୍ଟ ସେନସିଂ ଜରିଆରେ ଜାଣିବାକୁ ଚେଷ୍ଟା କରୁଛି । ତେବେ ଟନେଲ ଭିତରକୁ ଯିବାକୁ ବିକଳ୍ପ ରାସ୍ତା ଖୋଯାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking