30.1 C
Bhubaneswar
Friday, April 26, 2024
Homeଓଡିଶାରେଳ ଷ୍ଟେସନରୁ ଦାଦନ ଉଦ୍ଧାର, ଦଲାଲ ଫେରାର

ରେଳ ଷ୍ଟେସନରୁ ଦାଦନ ଉଦ୍ଧାର, ଦଲାଲ ଫେରାର

ସଇଁନ୍ତଳା : ପୁଲିସ ପକ୍ଷରୁ ଟିଟିଲାଗଡ଼ ରେଳ ଷ୍ଟେସନ୍‌ରୁ ଦାଦନ ଶ୍ରମିକ ଉଦ୍ଧାର କରାଯାଇଛି । ମାତ୍ର କୌଶଳକ୍ରମେ ଦାଦନ ଦଲାଲ ଫେରାର ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ରେଳ ଷ୍ଟେସନରେ ଶହ ଶହ ସଂଖ୍ୟାରେ ଦାଦନ ଶ୍ରମିକ ନାନ୍ଦେଡ ଏକ୍ସପ୍ରେସ ଯୋଗେ ଆନ୍ଧ୍ର ପ୍ରଦେଶକୁ ଚାଲାଣ ପାଇଁ ବୁହା ହୋଇଆସିଥିଲେ । ଖବର ପାଇ ପ୍ରଶାସନ ଚଢ଼ଉ କରିଥିଲା । ଶିଶୁ, ନାବାଳିକାଙ୍କୁ ଧରି ଯାଉଥିବା ପିତାମାତା ସେମାନଙ୍କ ଟ୍ରେନ ଟିକେଟ ମଧ୍ୟ ଦେଖାଇ ପାରିନଥିଲେ । ସେମାନଙ୍କ ଟିକେଟ ଦଲାଲ ଧରି ଲୁଚି ବସିଥିଲା । କିଛି ଶ୍ରମିକ ପରିବାର ଟିକେଟ ଧରିଥିଲେ ମଧ୍ୟ କୁଆଡ଼େ ଯିବେ, କ’ଣ କାମ କରବେ, କାହା ପାଖରେ ନିୟୋଜିତ ହେବେ ସେ ନେଇ କିଛି ଜାଣି ନଥିବା କହିଥିଲେ ।

ଟିଟିଲାଗଡ ବ୍ଲକ ଆମପାଲି, ମୁରିବାହାଲ ବ୍ଲକ ପତ୍ରାପାଲି, ବେଲପଡା ବ୍ଲକ ଯୁବା ଆଦି ଅଞ୍ଚଳରୁ ଶ୍ରମିକ ପରିବାର ବୁହା ହୋଇ ଆସିଥିଲେ । ରେଳ ଷ୍ଟେସନରେ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ରନାଥ ଶତପଥି, ଥାନା ଏସ୍‌ଆଇ ଅକ୍ରୁର ପାତ୍ର ସଦଳବଳ ପହଞ୍ଚି ଆର୍‌ପିଏଫ୍ ବାହିନୀ ସହାୟତାରେ ଶ୍ରମିକ ପରିବାରଙ୍କୁ ଉଦ୍ଧାର କରି ଟିଟିଲାଗଡ ଥାନାକୁ ଆଣିଥିଲେ । ଅନେକ ଶ୍ରମିକ ପରିବାର ଦଲାଲଙ୍କ ଇସାରାରେ ଲୁଚି ଯାଇଥିବା ଅଭିଯୋଗ ହୋଇଛି । ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ବିରେନ୍ଦ୍ର ବାଗ, ବିଜେପି ନଗର ସମ୍ପାଦକ କୁନା ଭାଟି ଷ୍ଟେସନରେ ପହଞ୍ଚି ଶ୍ରମିକ ପରିବାରଙ୍କୁ ନିଜ ଜୀବନକୁ ବାଜି ଲଗାଇ ପ୍ରଲୋଭନରେ ପଡ଼ି ରାଜ୍ୟ ବାହାରକୁ ଯିବା ବିପଜ୍ଜନକ ବୋଲି ବୁଝାଇଥିଲେ ।

ସାନପତ୍ରାପାଲି ଅଞ୍ଚଳରୁ ଶ୍ରମିକ ନେବା ପାଇଁ ଅଗ୍ରୀମ ଦିଆଯାଇ ସାରିଥିବାରୁ ନାରେନ ସରପଞ୍ଚ ଦୟାରାମ ଅଗ୍ରୱାଲ ଚିନ୍ତା ପ୍ରକଟ କରିଛନ୍ତି । ଜିଲ୍ଲା ପ୍ରଶାସନ ଦାଦନ ଖଟି ଯାଉଥିବା ଶ୍ରମିକମାନଙ୍କ ପାଇଁ କାମ ଯୋଗାଇ ଦେବା ପାଇଁ ସଇଁନ୍ତଳା ବ୍ଲକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking