31.1 C
Bhubaneswar
Tuesday, May 7, 2024
Homeଅପରାଧପୁତୁରାକୁ ପିଟିପିଟି ମାରିଦେଲେ

ପୁତୁରାକୁ ପିଟିପିଟି ମାରିଦେଲେ

ସିନାପାଲି : ସିନାପାଲି ଥାନା ଗମ୍ଭାରୀଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସିନାପାଲି ବ୍ଲକ ସ୍ଥିତ ଗଣ୍ଡାବାହାଲି ପଞ୍ଚାୟତ ଗମ୍ଭାରୀଗୁଡା ଗ୍ରାମରେ ଗୋଟିଏ ପରିବାରର ୫ଜଣ ସଦସ୍ୟ ମିଶି ଜଣେ ଲୋକଙ୍କୁ ହତ୍ୟା କରିଛନ୍ତି । ଗମ୍ଭାରୀଗୁଡା ଗ୍ରାମର ନନ୍ଦ ଖର୍ସେଲ (୩୫)ଙ୍କୁ ସମ୍ପର୍କୀୟ କାକା ବୈବସୁତ (୪୫), କାକି ସନ୍ତରା ଖର୍ସେଲ (୪୦), ତାଙ୍କ ୩ ପୁଅ ଅରକ୍ଷିତ ଖର୍ସେଲ (୨୦) ଜଗସନ ଖର୍ସେଲ (୧୮) ଓ କୋଦଣ୍ଡ ଖର୍ସେଲ (୧୨) ମିଶି ନନ୍ଦ ଖର୍ସେଲଙ୍କୁ ସଂଘବଦ୍ଧ ଆକ୍ରମଣ କରି ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଜଣାପଡ଼ିଛି ।
ଗତ ୧୫ ଦିନ ତଳେ ନନ୍ଦଙ୍କ ସହିତ କାକାଙ୍କ ପରିବାରର ୫ ସଦସ୍ୟ ଜମିବାଡ଼ି ବାବଦରେ ମାରପିଟ୍ କରିଥିଲେ ।

ସେହି ଘଟଣାକୁ ନେଇ ତାଙ୍କ ଘର ରାସ୍ତା ଦେଇ ଯାତାୟାତ କରୁଥିବା ସମୟରେ ପୂର୍ବ ଯୋଜନା ମୁତାବକ ନନ୍ଦଙ୍କୁ ସଂଘବଦ୍ଧ ଭାବେ ସମସ୍ତେ ହତ୍ୟା କରି ଫେରାର ହୋଇ ଯାଇଛନ୍ତି । ମୃତ ବ୍ୟକ୍ତିଙ୍କର ପତ୍ନୀ ଓ ୨ଟି ପୁଅ ଅଛନ୍ତି । ଖଡ଼ିଆଳ ଏସ୍‌ଡିପିଓ ସତକ୍ ଜୈନା, ସିନାପାଲି ଥାନା ଅଧିକାରୀ ଜ୍ୟୋତିରଞ୍ଜନ ଗଉଡ଼ଙ୍କ ନେତୃତ୍ୱରେ ସିନାପାଲି ପୁଲିସ ସବଇନ୍ସପେକ୍ଟର କୁଲମଣି ବରୋଦା ଓ ଅନ୍ୟାନ୍ୟ କର୍ମଚାରୀ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking