29.1 C
Bhubaneswar
Saturday, April 27, 2024
Homeଓଡିଶାଦାନା ବାନ୍ଧୁଛି ବାତ୍ୟା ‘ଲା ନିନା’

ଦାନା ବାନ୍ଧୁଛି ବାତ୍ୟା ‘ଲା ନିନା’

ଭୁବନେଶ୍ୱର: ଚଳିତ ବର୍ଷ ପୁଣି ବାତ୍ୟାର ସମ୍ଭାବନା ରହିଛି । ପ୍ରତି ବର୍ଷ ବାତ୍ୟା ଆସି ଅନେକ ଧନଜୀବନ ଧୋଇନିଏ । ପର୍ବ ପରି ପ୍ରତି ବର୍ଷ ବାତ୍ୟା ହେଉଛି । ଚଳିତବର୍ଷ ମଧ୍ୟ ବାତ୍ୟା ହେବାର ଆଶଙ୍କା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏବେ ଏହାକୁ ନେଇ ଆତଙ୍କିତ ଅବସ୍ଥାରେ ଲୋକେ । ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ମହାସାଗରରେ ସୃଷ୍ଟି ହୋଇଥିବା କିଛି ବିଶେଷ ସ୍ଥିତିି କାରଣରୁ ଭାରତର କେତେକ ଭାଗରେ ଭୟଙ୍କ ବାତ୍ୟା ପ୍ରଚଣ୍ଡ ଶୀତପ୍ରବାହ ଅନୁଭୂତ ହେବ । ପାଣିପାଗ ବିଭାଗର ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ, ଚଳିତ ଅକ୍ଟୋବର ଓ ନଭେମ୍ବର ମାସରେ ବଙ୍ଗୋପସାଗର ଉପରେ ଘନଘନ ବାତ୍ୟା ସୃଷ୍ଟି ହୋଇପାରେ । ଗତ ଅଗଷ୍ଟ ମାସରୁ ପ୍ରସାନ୍ତ ମହାସାଗର ଉପରେ ‘ଲା ନିନା’ ସୃଷ୍ଟି ହୋଇଛି । ଯାହା ପୂର୍ବରୁ ଅପେକ୍ଷାକୃତ ଦୁର୍ବଳ ଥିଲା । କିନ୍ତୁ ଏବେ ଏହା ଅଧିକ ତୀବ୍ର ହୋଇସାରିଲାଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking