32.1 C
Bhubaneswar
Sunday, July 27, 2025
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ବଲାଙ୍ଗିର ବିଜେଡି ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ବଲାଙ୍ଗିର ବିଜେଡି ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର)- ଓଡିଶା ର ମାନ୍ଯବର ମୁଖ୍ଯମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ୭୪ତମ ଜନ୍ମ ଦିନରେ ବଲାଙ୍ଗିର ବିଜୁ ଜନତା ଦଳ ତରଫରୁ ବଲାଙ୍ଗିର ଭୀମଭୋଇ ମେଡିକାଲ ହସପିଟାଲ ର ରକ୍ତ ଭଣ୍ଡାର ଠାରେ ଯୁବନେତା ଅର୍କେଷ ନାରାୟଣ ସିଂହଦେଓ ଙ୍କ ନେତୃତ୍ବ ରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିର ରେ ସ୍ବେଚ୍ଛାକୃତ ଭାବରେ ରକ୍ତଦାତା ମାନେ ରକ୍ତଦାନ କରି ନବୀନ ପଟ୍ଟନାୟକ ଙ୍କ ଦୀର୍ଘାୟୁ କାମନା କରିଥିଲେ । ଆଜିର ଶିବିର କୁ ଓଡିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ର ଜିଲ୍ଲା ସଂଯୋଜକ ସାଗର ସଙ୍ଗମ ଶତପଥୀ ସଂଯୋଜନା କରିଥିବାବେଳେ ରକ୍ତ ଭଣ୍ଡାର ର ସମସ୍ତ କର୍ମଚାରୀ ସୁଚାରୁ ରୁପେ ପରିଚାଳନା କରି ଶିବିର କୁ ସଫଳ କରିଥିଲେ । ବଲାଙ୍ଗିର ବିଜୁ ଜନତା ଦଳର ବରିଷ୍ଠ କର୍ମକର୍ତ୍ତା ଓମକାର ନାୟକ , ଅଶୋକ ମହାନ୍ତି , ନରସିଂହ ବାଗ, ଶିବ ପ୍ରସାଦ ବେହେରା, ସଞ୍ଜିବ ମିଶ୍ର , ଇରସାଦ ଖାନ , ମହେନ୍ଦ୍ର ବାଗ , ରାମ ନାଏକ , ଜିତେନ୍ଦ୍ର ସ୍ବାଇଁ, ଶମ୍ଭୁ ନାଗ, ସଦର ବ୍ଲକ ଅଧ୍ଯକ୍ଷ ଗୋଲାପ ବାଗ, ମମତା ଜେନା, ଭରତ ପୁରଷେଠ , ଜିଲ୍ଲା ବିଜେଡି ଯୁବ ସଭାପତି ରାଜେନ୍ଦ୍ର ହୋତା , ଛାତ୍ର ବିଜେଡି ଜିଲ୍ଲା ସଭାପତି ଗୁଞ୍ଜ ଖାନ , ରାଜ୍ଯ ଛାତ୍ର ବିଜେଡି ସମ୍ପାଦକ ସୁମନ ନନ୍ଦ , ସନ୍ତୋଷ ଦନ୍ତା , ନିହାର ରଞ୍ଜନ ସ୍ବାଇଁ , ଆଶିର୍ବାଦ ସାହୁ , ସମ୍ଭୁ ଚୋପଦାର, ମୁରିବାହାଲ ଯୁବନେତା ମାନସ ଖମାରୀ , ଲୋଇସିଂହା ଯୁବନେତା ନିତେଶ ଅଗ୍ରଓ୍ୱାଲ, ସମିର ନାଗ, ପୁର୍ଣ୍ଣମୁର୍ତ୍ତୀ ଖ୍ରୀଷ୍ଟଦାସ ଜଗନ୍ନାଥ ତାଣ୍ଡି, ମଦନ ସାହୁ, ସ୍ବରୁପ ଦାସ, ବେଞ୍ଜାମିନ କିରୋ, ସଞ୍ଜିବ ନାଥ, ସାନନ୍ଦ ସେଠୀ, ରାଜିବ ଦାସ, ଅଜିତ କୁମାର ସାହୁ, ଦିପକ ପଣ୍ଡା, କୁନାଲ ବାଗ, ସୁନ୍ଦର ବିଶି, ତେଜରାଜ ଚୌଧୁରୀ, କଲ୍ପନା ସାହୁ, ନିଲିମା ପଟେଲ, ବିଭୁତି ଭୁଷଣ ମିଶ୍ର ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking