28.1 C
Bhubaneswar
Saturday, April 27, 2024
Homeଓଡିଶାଅମ୍ପାନ ପ୍ରଭାବରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ

ଅମ୍ପାନ ପ୍ରଭାବରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ

ଯାଜପୁର :ଗତକାଲି ଠାରୁ ଯାଜପୁର ଜିଲାରେ ସାମୁଦ୍ରିକ ଝଡ ଅମ୍ପାନ ର ପ୍ରଭାବ ଅନୁଭୁତ ହୋଇଛି । ଗତକାଲି ରାତ୍ରି ଠାରୁ ଜିଲାର ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ସାଂଗକୁ ପବନ ଜାରି ରହିଛି । ହାଲାକା ପବନ ସାଗଂକୁ ବର୍ଷା ଜାରି ରହିଥିବାରୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଗତକାଲି ଜିଲାରେ ବର୍ଷା ଲାଗି ରହିଥିବାରୁ ବିଂଝାରପୁରରେ ସର୍ବାଧିକ ୭୫ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଜିଲାର ୧୦ ଗୋଟି ବ୍ଲକରେ ୫୦୧ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଆଜି ସକାଳୁ ପବନର ବେଗ ବଢ଼ୁଥିବା ଦେଖି ଲୋକେ ଟିକେ ଭୟଭିତ ହୋଇଛନ୍ତି । ସେପଟେ ସମ୍ଭାବ୍ୟ ବନ୍ୟା ଜନିତ କ୍ଷୟକ୍ଷତିର ମୁକାବିଲା କରିବା ପାଇଁ ଜିଲାରେ ଏନଡିଆରଏପଂ ଏବଂ ଓଡରାପଂ ସହିତ ଅଗ୍ନିଶମ ବାହିନିକୁ ସଜାଗ କରି ରଖାଯାଇଛି ।
ଯେଉଁ ସବୁ ସ୍ଥାନରେ ପବନ ଯୋଗେ ରୋଡ଼ ବ୍ଲକ ହୋଇଛି ସେଠାରେ ମଧ୍ୟ ଗଛ କଟା ପ୍ରକ୍ରିୟା ଜାରି ରହିଛି ।ଜିଲାର ତଳିଆ ଅଂଚଳରୁ ଗତକାଲି ରାତ୍ରିରୁ ମୋଟ ୭୦୨୩ ଜଣ ଙ୍କୁ ଉଦ୍ଧାର କରାଯାଇ ଉଚ୍ଚସ୍ଥାନରେ ରଖାଯାଇଛି । ଜିଲାର ୧୧୭ ଜଣ ଗର୍ଭବତୀ ମହିଳାଙ୍କୁ ଘରୁ ଆଣି ବିଭିନ୍ନ ଡାକ୍ତରଖାନାରେ ଭର୍ତି କରାଯାଇଛି । ବାତ୍ୟାର ମୁକାବିଲା କରିବା ପାଇଁ ଜିଲାସ୍ତରୀୟ ଅଧିକାରୀ ମାନେ ବିଭିନ୍ନ ବ୍ଲକ ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି । ଶୁଖିଲା ଖାଦ୍ୟ ପ୍ରଚୁର ପରିମାଣର ମହଜୁଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋରୋନା ଭୟରେ ଲୋକେ ଘରୁ ବାହାରୁ ନଥିବା ବେଳେ ଏଇ ବାତ୍ୟା ଯୋଗୁଁ ଲୋକେ ଅଧିକ ହଇରାଣ ହୋଇଥିବା ଦେଖିବାକୁ ମିଳିଛି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking