27.1 C
Bhubaneswar
Friday, March 29, 2024
Homeଓଡିଶା‘ଅମ୍ପନ’ ଆଖି ଯେଉଁ ଅଞ୍ଚଳ ଦେଇ ଯିବ, ସେଠି ତାଣ୍ଡବ ରଚିବ

‘ଅମ୍ପନ’ ଆଖି ଯେଉଁ ଅଞ୍ଚଳ ଦେଇ ଯିବ, ସେଠି ତାଣ୍ଡବ ରଚିବ

ଭୁବନେଶ୍ୱର: ଏବେ ଦୀଘା ଓ ସୁନ୍ଦରବନ ଅଂଚଳରେ ତାଣ୍ଡବ ରଚୁଛି ବାତ୍ୟା ଅମ୍ପନ । ଏ ନେଇ ଅପଡେଟ ସୂଚନା ପ୍ରଦାନ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ପଶ୍ଚିମବଙ୍ଗ ତଟ ସୁନ୍ଦରବନରେ ଏବେ ଅମ୍ପନ ପ୍ରଳୟ କରୁଥିବା ସେ ସୂଚନା ପ୍ରଦାନ କରିଛନ୍ତି । ପୂର୍ବ ଆକଳନ ଯାହା କରାଯାଇଥିଲା, ଅମ୍ପନ ସେମିତି ହିଁ ଗତି କଲା ବୋଲି ସେ ସ୍ପଷ୍ଟ କରିଛନ୍ତି । ତେବେ ଆକଳନ ଅନୁସାରେ, ସୁନ୍ଦରବନରେ ବାତ୍ୟା ଅମ୍ପନ ଲ୍ୟାଣ୍ଡଫଲ୍ କରିଛି । ପାରାଦୀପରେ ସର୍ବାଧିକ ୧୦୬ କିମି ପବନ ରେକର୍ଡ କରାଯାଇଥିବା ବେଳେ ବାଲଶ୍ୱରରେ ୯୧ ଓ ଚାନ୍ଦବାଲିରେ ୭୪ କିମି ପବନ ରେକର୍ଡ ହୋଇଥିବା ସେ କହିଛନ୍ତି । ଆହୁରି ମଧ୍ୟ ଆକଳନ ଅନୁସାରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ସେ କହିଛନ୍ତି । ବାତ୍ୟା ଅମ୍ପନ ସନ୍ଧ୍ୟା ସୁଦ୍ଧା ସୁନ୍ଦରବନ ପାର କରି କୋଲକାତା ପହଂଚିବ ବୋଲି ଅନୁମାନ କରାଯାଉଛି । ଆଉ କୋଲକାତା ଛୁଇଁବା ମାତ୍ରେ ପବନର ବେଗ ୧୩୫ କିମି ଛୁଇଁପାରେ ବୋଲି ଆଶଙ୍କା କରାଯାଇଛି । ଓାଲ୍ କ୍ଲାଉଡ ସ୍ଥଳଭାଗ ଛୁଇଁଛି । ଏବେ ବାତ୍ୟାର ଆଖି ଛୁଇଁବାକୁ ଯାଉଛି । ଆଖି ଯେଉଁଛି ସ୍ଥଳଭାଗ ଛୁଉଁଛି, ସେଠି ଦୁଇ ଦଫାରେ ପବନ ହେବ । ପ୍ରଥମେ ପୂର୍ବରୁ ପଶ୍ଚିମକୁ ପବନ ହେଉଛି, ଅଧ ଘଣ୍ଟା ପରେ ବଦଳିବ । ଅଧ ଘଣ୍ଟା ପାଇଁ ସେହି ଅଚଂଳରେ ବର୍ଷା, ପବନ ପୁରା ବନ୍ଦ ହୋଇଯିବ । ଅଧ ଘଣ୍ଟା ପରେ ପଶ୍ଚିମରୁ ପୂର୍ବକୁ ପ୍ରବଳ ବେଗରେ ପବନ ବହିବ । ଯେଉଁ ଅଂଚଳ ଦେଇ ବାତ୍ୟାର ଆଖି ଯିବ, ସେଠି ଭୀଷଣ କ୍ଷତି ଘଟାଇବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ବାଲେଶ୍ୱର ଓ ଭଦ୍ରକରେ ସନ୍ଧ୍ୟା ପରେ ପବନର ବେଗ କମିଯିବ ବୋଲି କହିଛନ୍ତି । ଅନ୍ୟପଟେ ଜଗତସିଂହପୁର ଓ କେନ୍ଦ୍ରାପଡାରେ ଏବେ ପବନର ବେଗ କମିଯାଇଛି । କାଲିଠାରୁ ଓଡିଶାରେ ଆଉ ବର୍ଷା ନହୋଇ ପାଗ ଶୁଖିଲା ରହିବ ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking