30.1 C
Bhubaneswar
Wednesday, April 24, 2024
Homeଓଡିଶାଲ୍ୟାଣ୍ଡ ଫଲ୍ କରୁଛି ବାତ୍ୟା ‘ଅମ୍ପନ’

ଲ୍ୟାଣ୍ଡ ଫଲ୍ କରୁଛି ବାତ୍ୟା ‘ଅମ୍ପନ’

ଭୁବନେଶ୍ୱର: ଏବେ ବି କମ୍ପନ ଜାରି ରଖିଛି ଅମ୍ଫନ । ଖାଲି ସେତିକି ନୁହେଁ ଉପକୂଳବର୍ତୀ ଅଂଚଳରେ ଏହାର ବେଶ୍ ପ୍ରଭାବ ମଧ୍ୟ ପଡିଥିବା ଦେଖିବାକୁ ମିଳିଛି । ପ୍ରଭାବିତ ଅଂଚଳରେ ବଡ ବଡ ଗଛ ସବୁ ଉପୁଡି ପଡିବା ସହ ଓଡ୍ରାଫ୍ଟ ଟିମ ଉକ୍ତ ଗଛ ସବୁକୁ କାଟି ସଫା ରଖିବା ପ୍ରକ୍ରିୟା ଜାରି ରଖିଛନ୍ତି । ଅନ୍ୟପଟେ ଏବେ ଲ୍ୟାଣ୍ଡଫଲ୍ ଜାରି ରଖିଛି ମାହାବାତ୍ୟା ଅମ୍ପନ । ଆଜି ଦିନ ୨ଟା ୩୦ରୁ ବାତ୍ୟା ଅମ୍ପନ ଲ୍ୟାଣ୍ଡଫଲ୍ କରିବା ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ମିଳିଛି । ଏନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସ ସୂଚନା ପ୍ରଦାନ କରିଛନ୍ତି । ତେବେ ଏହି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପ୍ରାୟ ୪ ଘଣ୍ଟା ଧରି ଜାରି ରହିବ ବୋଲି ସେ କହିଛନ୍ତି । ପୂର୍ବରୁ କରାଯାଇଥିବା ଆକଳନ ଅନୁସାରେ, ସୁନ୍ଦରବନ ଅଂଚଳରେ ହିଁ ବାତ୍ୟା ଅମ୍ପନ ଲ୍ୟାଣ୍ଡଫଲ୍ କରୁଥିବା ସୂଚନା ମିଳିଛି ।
https://onakhabar.com/2020/05/20/cyclone-amphan-8/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking