29.1 C
Bhubaneswar
Saturday, April 27, 2024
Homeସ୍ୱାସ୍ଥ୍ୟମଧୁମେହ ଦୂର କରିବାର ଘରୋଇ ଉପଚାର

ମଧୁମେହ ଦୂର କରିବାର ଘରୋଇ ଉପଚାର

ଭୁବନେଶ୍ୱର : ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଅନେକ ଲୋକଙ୍କୁ ନିଜ ଅକ୍ତିଆର୍ ଭୁକ୍ତ କରିସାରିଛି । ମଧୁମେହ ଏବଂ ଉଚ୍ଚ ରକ୍ତଚାପ ହେଉଛି ଏହିପରି ରୋଗ ଯାହାର କୌଣସି ଉପଶମ ନାହିଁ । ଏହି ରୋଗଗୁଡିକ କେବଳ ଔଷଧ ସେବନ ଦ୍ୱାରା ନିୟନ୍ତ୍ରଣରେ ରଖା ଯାଇପାରିବ । ଆୟୁର୍ବେଦରେ ମଧ୍ୟ ଏହିପରି କିଛି ପଦ୍ଧତି ବିଷୟରେ ଉଲ୍ଲେଖ କରାଯାଇଛି । ଯାହା ସାହାଯ୍ୟରେ ମଧୁମେହ ଏବଂ ଉଚ୍ଚ ରକ୍ତଚାପରୁ ମୁକ୍ତି ମିଳିପାରିବ ।

ଆୟୁର୍ବେଦରେ ଏହିପରି କେତେକ ବୃକ୍ଷ-ଲତା ବିଷୟରେ ଉଲ୍ଲେଖ କରାଯାଇଛି, ଯାହା ମଧୁମେହ ଏବଂ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହୋଇଥାଏ । ମଧୁମେହ ଏବଂ ଉଚ୍ଚ ରକ୍ତଚାପ କ୍ଷେତ୍ରରେ ଯଦି ଏହି ପତ୍ରଗୁଡିକର ସେବନ କରାଯାଏ ତେବେ ଏହି ଦୁଇଟି ରୋଗ ନିୟନ୍ତ୍ରଣରେ ରହିଥାଏ । ତେବେ ଆସନ୍ତୁ ଜାଣିବା ଏହି ତିନୋଟି ପତ୍ର କଣ ଅଟେ, ଯାହାକୁ ଆୟୁର୍ବେଦରେ ଏତେ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ ।

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଏକ ପୂଜନୀୟ ବୃକ୍ଷ ଭାବରେ ପରିଗଣିତ କରାଯାଏ । ଏହି ବୃକ୍ଷକୁ ପୂଜା କରିବା ଦ୍ୱାରା ଜୀବନର ଦୁଃଖ ଦୂର ହୋଇଥାଏ । ଏଥି ସହିତ ଆୟୁର୍ବେଦରେ ତୁଳସୀ ବୃକ୍ଷକୁ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ବୋଲି ବିବେଚନା କରାଯାଏ । ଏହିପରି ଅନେକ ଔଷଧ ରହିଛି ଯାହାର ପ୍ରସ୍ତୁତି ପାଇଁ ତୁଳସୀ ପତ୍ର ବ୍ୟବହୃତ ହୋଇଥର । ବାସ୍ତବରେ, ତୁଳସୀ ପତ୍ର ମଧ୍ୟରେ ଏହିପରି ଅନେକ ଉପାଦାନ ମିଳିଥାଏ, ଯାହା ଅନେକ ରୋଗକୁ ଠିକ୍ କରିଥାଏ ।

ମଧୁମେହ ଏବଂ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ତୁଳସୀ ପତ୍ର ମଧ୍ୟ ପ୍ରଭାବଶାଳୀ ବୋଲି ଦର୍ଶାଯାଇଛି । ପ୍ରତିଦିନ ଏହି ପତ୍ର ଖାଇବା ଦ୍ୱାରା ମଧୁମେହ ଏବଂ ଉଚ୍ଚ ରକ୍ତଚାପ ରୋଗରୁ ଆରାମ ମିଳିଥାଏ । ମଧୁମେହ ଏବଂ ଉଚ୍ଚ ରକ୍ତଚାପ ରୋଗୀମାନେ ପ୍ରତିଦିନ ସକାଳେ ଖାଲି ପେଟରେ ତୁଳସୀ ପତ୍ର ସେବନ କରନ୍ତୁ ନଚେତ୍ ତୁଳସୀ ପାଣି ପାନ କରନ୍ତୁ । ଏହିପରି କରିବା ଦ୍ୱାରା ମଧୁମେହ ଏବଂ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହିବ ।

ଆୟୁର୍ବେଦରେ କଲରା ପତ୍ର ଗୁଡିକୁ ବହୁତ ଭଲ ବୋଲି ବିବେଚନା କରାଯାଇଛି । ଏହି ପତ୍ର ଖାଇବା ଦ୍ୱାରା ଅନେକ ରୋଗ ତୁରନ୍ତ ଭଲ ହୋଇଯାଏ । ମଧୁମେହ ଏବଂ ଉଚ୍ଚ ରକ୍ତଚାପ ରୋଗୀମାନେ କଲରା ପତ୍ର ଖାଇବା ଉଚିତ୍ । ପ୍ରତିଦିନ ଏହାକୁ ସେବନ କରିବା ଦ୍ୱାରା ଶରୀରରେ ଇନସୁଲିନ୍ ଉତ୍ପାଦନ ବୃଦ୍ଧି ହୋଇଥାଏ । ଯାହା ଦ୍ୱାରା ସୁଗର୍ ମାତ୍ର ନିୟନ୍ତ୍ରଣରେ ରହିଥାଏ । ଏହା ବ୍ୟତୀତ ଏହା ରକ୍ତରେ ଥିବା ସୁଗର୍ ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । କଲରା ପତ୍ରର ସ୍ୱାଦ ଅତ୍ୟନ୍ତ ପିତା ଅଟେ । ଆପଣ ଏହାକୁ ତରକାରୀ ଏବଂ ଡାଲିରେ ପକାଇ ପାରିବେ କିମ୍ବା ଏହାର ପାଣି ପିଇ ପାରିବେ ।

ଆୟୁର୍ବେଦିକ ଔଷଧ ତିଆରି କରିବା ସମୟରେ ନିମ ପତ୍ର ବହୁତ ବ୍ୟବହୃତ କରାଯାଇଥାଏ । ନିମ ପତ୍ର ସେବନ ଦ୍ୱାରା ଏହା ଶରୀରର ରକ୍ତକୁ ଶୁଦ୍ଧ କରିଥାଏ ଏବଂ କୌଣସି ଅସୁବିଧା ହୋଇ ନଥାଏ । ଏହା ବ୍ୟତୀତ ମଧୁମେହ ଭଳି ରୋଗକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ । ମଧୁମେହ ରୋଗୀମାନେ ଯଦି ଏହାର ସେବନ କରନ୍ତି ତେବେ ରକ୍ତରେ ସୁଗର୍ ସ୍ତର କମିବା ଆରମ୍ଭ କରେ । ତଥାପି, ଏହି କଥାର ମଧ୍ୟ ଧ୍ୟାନ ରଖିବାକୁ ପଡ଼ିବ କି, ଯଦି ମାତ୍ରାଧିକ ଏହାର ସେବନ କରାଯାଏ ତେବେ ସୁଗର୍ ସ୍ତର ମଧ୍ୟ ବହୁତ କମ୍ ହୋଇ ଯାଇପାରେ । ତେଣୁ ଏହାକୁ ସନ୍ତୁଳିତ ପରିମାଣରେ ସେବନ କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking