31.1 C
Bhubaneswar
Saturday, April 20, 2024
Homeମନୋରଞ୍ଜନ'ବିଗ୍ ବସ ୧୫' ରେ ଏଣ୍ଟ୍ରି କରିପାରନ୍ତି ରିୟା ଚକ୍ରବର୍ତ୍ତୀ

‘ବିଗ୍ ବସ ୧୫’ ରେ ଏଣ୍ଟ୍ରି କରିପାରନ୍ତି ରିୟା ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ: ଟିଭି ର ସବୁଠୁ ଲୋକପ୍ରିୟ ରିୟଲିଟି ଶୋ ‘ବିଗ ବସ’ ର ୧୫ ତମ ସିଜନ ଖୁବ ଶୀଘ୍ର ଆସୁଛି । ମେକର୍ସ ଏବେ ଏହି ସିଜିନ ପ୍ରସ୍ତୁତିରେ ଲାଗିପଡିଛନ୍ତି । ‘ବିଗବସ ସିଜନ ୧୪’ର ଫାଇନାଲରେ ଶୋ ର ହୋଷ୍ଟ ସଲମାନ ଖାନ୍ ଘୋଷଣା କରିଥିଲେ ଯେ, ଆଗାମୀ ସିଜିନରେ କମନର୍ସ ବି ଶୋ ରେ ଭାଗ ନେଇପାରିବେ । ତେବେ ଚଳିତ ଥର ସୋ ସିଲେବ୍ସଙ୍କ ସହ ସାଧାରଣ ଲୋକେ ବି ନଜର ଆସିବେ । ସେଥିପାଇଁ ବିଗବସ କୁ ନେଇ ଚର୍ଚ୍ଚା ବି ଜୋର ଧରିଛି । ସୋ କୁ ନେଇ ଖବର ଯେତେ ଆସୁଛି ଉତ୍ସାହ ମଧ୍ୟ ସେହି ହିସାବରେ ବଢୁଛି । ଏବେ ଖବର ଆସିଛି ଯେ, ବିଗ୍ ବସ ର ଏହି ସିଜିନରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ଥିବା ରିୟା ଚକ୍ରବର୍ତ୍ତୀ ବି ଏଣ୍ଟ୍ରି କରିପାରନ୍ତି । ଯଦି ଏମିତି ହୁଏ, ତେବେ ସୋ ମଧ୍ୟରେ ସୁଶାନ୍ତ ସିଂ ରାଜପୁତଙ୍କୁ ନେଇ କିଛି ଚର୍ଚ୍ଚା ନିହାତି ହେବ । ଖବର ଅନୁସାରେ, ରିୟାଙ୍କ ବ୍ୟତୀତ ଅନୁଷା ଦାଣ୍ଡେକର, ଦିଶା ବକାନୀ ଓ ପାର୍ଥ ସମଥାନଙ୍କ ଭଳି ଷ୍ଟାରଙ୍କୁ ବିଗ୍ ବସ୍ ୧୫ର ନିର୍ମାତା ଆପ୍ରୋଚ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking